୧୫ ନୂତନ ପ୍ରକଳ୍ପ ପାଇଁ ପ୍ରସ୍ତାବ ଗୃହୀତ

ପାରାଦୀପ,୨୩ା୪(ସ୍ବ.ପ୍ର.): ପାରାଦୀପ ପୌର ପରିଷଦ ପକ୍ଷରୁ ଶୁକ୍ରବାର କାଉନ୍‌ସିଲର ବୈଠକ ବସିଥିଲା। ଚଳିତବର୍ଷ ପୌର ନିର୍ବାଚନ ପରେ ଏହା ପ୍ରଥମ ବୈଠକ ଥିଲା। ଏଥିରେ ନବନିର୍ବାଚିତ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ଉପାଧ୍ୟକ୍ଷା ଛବିଲତା ରାଉତ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ, ପୌର ନିର୍ବାହୀ ଅଧିକାରୀ ସୌରିନ୍ଦ୍ର କୁମାର ରାଉତରାୟଙ୍କ ସମେତ ନୂତନ କାଉନସିଲର, ପୌର କର୍ମଚାରୀମାନେ ସାମିଲ ହୋଇଥିଲେ। ବୈଠକରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ ପାରିତ ହୋଇଛି। ଚଳିତ ଆର୍ଥିକ ବର୍ଷରେ ପୌରାଞ୍ଚଳର ବହୁବିଧ ବିକାଶ ପାଇଁ ୬୪ କୋଟି ୩୬ ଲକ୍ଷ ୫ହଜାର ୮୬୭ ଟଙ୍କାର ସମ୍ଭାବ୍ୟ ବ୍ୟୟବରାଦ କରାଯାଇଛି। ଯେଉଁଥିରେ ୧୫ଟି ପ୍ରସଙ୍ଗ ରହିଛି। ସେଗୁଡିକ ହେଲା ପାରାଦୀପରେ ଥିବା ଶିଳ୍ପାନୁଷ୍ଠାନ ସହ ସମ୍ପର୍କ ଯୋଡି ସେମାନଙ୍କ ସହଭାଗିତାରେ ବିକାଶ କାମ, ଶୁଦ୍ଧ ପାନୀୟଜଳ ପାଇଁ ନିଶ୍ଚିତ ବ୍ୟବସ୍ଥା, ବର୍ଷାଜଳ ନିଷ୍କାସନ ପାଇଁ ପଦକ୍ଷେପ, ଉଦୟବଟ ମୌଜାକୁ ପୌରାଞ୍ଚଳରେ ସାମିଲ କରିବା, ବେଳାଭୂମିରେ ସୌନ୍ଦର୍ଯ୍ୟକରଣ, ବିଜୟଚନ୍ଦ୍ରପୁରରେ ସ୍ମାର୍ଟ ପାର୍କ, ଜଳ ନିଷ୍କାସନ ପଥ ମୁକ୍ତ କରିବା, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ, ଜଳାଶୟର ସୌନ୍ଦର୍ଯ୍ୟକରଣ ଓ ଜଳ ନିଷ୍କାସନ, ରାସ୍ତା ଡ୍ରେନ୍‌ ଓ ସର୍ବସାଧାରଣ ସ୍ଥାନକୁ ମୁକ୍ତ କରିବା ପାଇଁ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌, ଜାତୀୟ ସହରାଞ୍ଚଳ ଜୀବିକା ମିଶନ କାର୍ଯ୍ୟକ୍ରମରେ ମହିଳା ଯୁବତୀ ଯୁବକଙ୍କୁ ପ୍ରଶିକ୍ଷଣ ଓ କର୍ମନିଯୁକ୍ତି, ସମସ୍ତ ରାସ୍ତାକୁ ଆଲୋକିକରଣ, ପ୍ରାକୃତିକ ଜଳଧାରକୁ ମୁକ୍ତ କରିବା ପାଇଁ ଖସଡ଼ା, ଶିକ୍ଷାର ବିକାଶ ପାଇଁ ବିଦ୍ୟାଳୟ ଗୃହକୁ ରୁପାନ୍ତରିତ କରିବା ଏବଂ ସିଟିଜେନ ଆଡଭାଇଜରି କମିଟି ଗଠନ ହେବ ବୋଲି କୁହାଯାଇଛି। ପାରାଦୀପ ପୌର ପରିଷଦର ବିଭିନ୍ନ ସୂତ୍ରରୁ ୩୫ କୋଟି ୫୮ ଲକ୍ଷ ୪୮ ହଜାର ଟଙ୍କା ଆୟ ହୋଇଥିବା ବେଳେ ୨୦୨୧- ୨୨ର ବଳକା ଅର୍ଥ ୩୦ କୋଟି, ୭୧ ଲକ୍ଷ ୨୬ ହଜାର ୧୬୭ ଟଙ୍କା ରହିଛି। ଏହାକୁ ମିଶାଇ ପୌର ପରିଷଦ ପାଖରେ ମୋଟ୍‌ ୬୬ କୋଟି ୨୯ ଲକ୍ଷ ୭୪ ହଜାର ୧୬୭ ଟଙ୍କା ଅଛି। ଏହି କାଉନସିଲ ବୈଠକ ଶେଷଥର ପାଇଁ ୨୦୨୦ ଏପ୍ରିଲରେ ବସିଥିଲା। ଦୁଇବର୍ଷ ର୍ନିବାଚନ ବିଳମ୍ବ ହେବାରୁ ପ୍ରଶାସନିକ ଅଧିକାରୀ ମାନେ ପୌରପାଳିକାକୁ ପରିଚାଳନା କରୁଥିଲେ। ଏବେ ୨୩ ମାସ ପରେ ବୈଠକ ଅନୁଷ୍ଠିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ମାସରେ ୩୦ ଦିନରୁ ୧୪ ଦିନ ବ୍ୟାଙ୍କ୍ ସେବା ବନ୍ଦ; ଜାଣି ନିଅନ୍ତୁ କେମିତି କରିବେ ଟଙ୍କା ଜମା..

ନୂଆଦିଲ୍ଲୀ,୩୧।୩: ଯଦି ଆପଣଙ୍କର ବ୍ୟାଙ୍କ କାମ ବାକି ଅଛି ଏବଂ ଆପଣ ଏହାକୁ ଆସନ୍ତା ମାସରେ ସମାପ୍ତ କରିବାକୁ ଚିନ୍ତା କରୁଛନ୍ତି, ତେବେ ଅପେକ୍ଷା କରନ୍ତୁନାହିଁ! ଏପ୍ରିଲ…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri