Categories: ବାଣିଜ୍ୟ

ଜିଏସ୍‌ଟି ପଞ୍ଜୀକରଣ କଡ଼ାକଡ଼ି କରିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ପଞ୍ଜୀକରଣ ଧାରାକୁ କଡ଼ାକଡ଼ି କରିବାକୁ ଜିଏସ୍‌ଟି ପରିଷଦର ଆଇନ ସଂକ୍ରାନ୍ତ କମିଟି ପ୍ରସ୍ତାବ ଦେଇଛି। ଜାଲ୍‌ ଇନଭଏସ୍‌ ଦ୍ୱାରା ଠକେଇ ହେଉଥିବାରୁ ଏହାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନେବାକୁ କମିଟି ପ୍ରସ୍ତାବ ଦେଇଥିବା ଜଣାପଡିଛି। ଏ ନେଇ କମିଟିର ୨ ଦିନିଆ ବୈଠକ ନିକଟରେ ଅନୁଷ୍ଠିତ ହୋଇଥିଲା। ଜିଏସ୍‌ଟିରେ ଆଧାର ଭିତ୍ତିକ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିବା ସପକ୍ଷରେ କମିଟି ମତ ରଖିଛି। ଏହା ଅଧୀନରେ ନୂଆ ଅନ୍‌ଲାଇନରେ ନୂଆ ପଞ୍ଜୀକରଣ କରିବାକୁ ମଧ୍ୟ ଜୋର ଦିଆଯାଇଛି। ଏହାବାଦ ଲାଇଭ ଫଟୋ, ବାୟୋମେଟ୍ରିକ ବ୍ୟବହାର ଦ୍ୱାରା ଦସ୍ତାବିଜର ଯାଞ୍ଚ କରାଇବା ଭଳି ବିଭିନ୍ନ ଦିଗକୁ ଧ୍ୟାନ ଦେବା ଉପରେ କମିଟି ଏହାର ରିପୋର୍ଟରେ ପ୍ରକାଶ କରିଛି। ରାଜସ୍ବ ବିଭାଗର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି ଯେ, ଯଦି ଏଭଳି ସୁବିଧା ଲାଗୁ ହୁଏ ତେବେ ବ୍ୟାଙ୍କ,ଡାକଘର ଏବଂ ଆଧାର ସେବା କେନ୍ଦ୍ରଗୁଡିକରେ ଏହା ଉପଲବ୍ଧ ହେବ। ଜାଲ୍‌ ପଞ୍ଜୀକରଣକୁ ରୋକିବା ଦିଗରେ ଏହା ସହାୟକ ହେବ ବୋଲି କମିଟି ରିପୋର୍ଟରେ ପ୍ରକାଶ କରିଛି।

Share