ସକ୍ଷମ ମାଧ୍ୟମରେ ସାମର୍ଥ୍ୟର ପ୍ରମାଣ

ଭୁବନେଶ୍ୱର,୨୯।୧୦: ବେଦାନ୍ତ ଆଲୁମିନିୟମର ଫ୍ଲାଗଶିପ୍‌ କାର୍ଯ୍ୟକ୍ରମ ତଥା ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ‘ସକ୍ଷମ’ ମାଧ୍ୟମରେ ଆଶାୟୀ ଛାତ୍ରୀଛାତ୍ରମାନେ ସାମର୍ଥ୍ୟର ପ୍ରମାଣ ଦେଖାଇ ବିଭିନ୍ନ ପ୍ରତିଷ୍ଠିତ ସ୍ଥଂସ୍ଥାରେ ନିୟୋଜିତ ହୋଇଛନ୍ତି। ବିଶେଷକରି ଝାରସୁଗୁଡ଼ା ଜିଲା ସମେତ ପଡ଼ୋଶୀ ଅଞ୍ଚଳର ଆଇଟିଆଇ ସ୍ନାତକମାନଙ୍କୁ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର ଭୁବନେଶ୍ୱର ଶିଳ୍ପ ପ୍ରଶିକ୍ଷଣ କେନ୍ଦ୍ର ଜରିଆରେ ଦକ୍ଷତା ବିକାଶ ସହିତ କମ୍ପାନୀ ସଫଳତାପୂର୍ବକ ସହାୟତା ପ୍ରଦାନ କରିଛି। ଏପରି କି ଏକ ବର୍ଷ ଧରି ଚାଲିଥିବା ଆବାସିକ କାର୍ଯ୍ୟକ୍ରମ ପ୍ରୋଜେକ୍ଟ ସକ୍ଷମ ମାଧ୍ୟମରେ ଛାତ୍ରୀଛାତ୍ରମାନେ ମେକାଟ୍ରୋନିକ୍ସ, ଯାନ୍ତ୍ରିକ ଏବଂ ବୈଦ୍ୟୁତିକ ସେବା, ଭୂଲମ୍ବ ପରିବହନ ଏବଂ ବୈଦ୍ୟୁତିକ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ ବ୍ୟବସାୟରେ ବିଶେଷଜ୍ଞମାନଙ୍କଠାରୁ ଉନ୍ନତ ଶିକ୍ଷା ଲାଭ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହେବା ସହିତ ଛାତ୍ରୀଛାତ୍ରମାନେ ଟାଟା ମୋଟର୍ସ, ଜନସନ ଲିଫ୍ଟ ଏବଂ ଏସ୍କାଲେଟର ଭଳି ଅଗ୍ରଣୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ଅପରପକ୍ଷରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ନିକଟରେ ବେଦାନ୍ତ ପକ୍ଷରୁ ସମ୍ମାନିତ କରାଯାଇଥିଲା।
ଏ ସମ୍ପର୍କରେ ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ପ୍ରୋଜେକ୍ଟ ସକ୍ଷମ ପରବର୍ତ୍ତୀ ପିଢ଼ିକୁ ସଶକ୍ତ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ଦର୍ଶାଉଛି। ଏପରି କି ଆମେ ଆମର ସ୍ନାତକମାନଙ୍କ ପାଇଁ ଅତ୍ୟଧିକ ଗର୍ବିତ; ଯାହା କି ସେମାନଙ୍କର ଉଲ୍ଲେଖନୀୟ ସଫଳତା ତଥା କଠିନ ପରିଶ୍ରମ ଏବଂ ସାମର୍ଥ୍ୟର ଏହା ପ୍ରମାଣ ପାଲଟିଛି। ଯେଉଁଠାରେ ଆମେ କାର୍ଯ୍ୟ କରୁଛୁ, ସେହି ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ସ୍ଥିତିକୁ ବଢ଼ାଇବା ପାଇଁ ଆମେ ପ୍ରତିବଦ୍ଧ ରହିଛି। ଏପରି କି ସେମାନଙ୍କୁ ବଜାର ସମ୍ବନ୍ଧୀୟ ଜ୍ଞାନକୌଶଳ ପ୍ରଦାନ ସହିତ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ଏବଂ ନିରନ୍ତର ଶିକ୍ଷାର ସଂସ୍କୃତି ପ୍ରତିପାଦନ କରି ଆମେ କେବଳ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରୁ ନାହୁଁ ବରଂ ଦେଶର ସୁଦୂର ଅଞ୍ଚଳକୁ ସାମାଜିକ-ଅର୍ଥନୈତିକ ମୁଖ୍ୟ ସ୍ରୋତରେ ମଧ୍ୟ ପହଞ୍ଚାଉଛୁ। ବେଦାନ୍ତ ଆଲୁମିନିୟମ ସେମାନଙ୍କ ପରିବର୍ତ୍ତନଶୀଳ ଯାତ୍ରାର ଏକ ଅଂଶ ହୋଇଥିବାରୁ ଏହା ଏକ ଗୌରବର ବିଷୟ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri