ଡେଲାଙ୍ଗ-ପିପିଲିର ବିକାଶ ପାଇଁ ପ୍ରତିଶ୍ରୁତି

ଡେଲାଙ୍ଗ/ପିପିଲି, ୧୦।୪(ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ମଧ୍ୟରେ ସେତିକି ଉତ୍ସୁକତା ବଢ଼ିବାରେ ଲାଗିଛି। ବିଜେଡି ପକ୍ଷରୁ ଶ୍‌ୁକ୍ରବାର ମୁନିନ୍ଦା, ବେରବୋଇ, ଗୁଆଳିପଡା, ଚାଇଁପୁର, ରେଙ୍ଗଳ, ସୁଜନପୁର ପ୍ରଭୃତି ୭ଟି ପଞ୍ଚାୟତରେ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂହ, ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଏମ୍‌ପି ଶର୍ମିଷ୍ଠା ସେଠୀ, ବିଧାୟକ ଉମାକାନ୍ତ ସାମନ୍ତରାୟ, ମହିଳା ବିଜୁ ଜନତା ଦଳର ମିରା ପରିଡା, ଡେଲାଙ୍ଗ ମହିଳା ସଙ୍ଗଠନର ବାସନ୍ତୀ ସାହୁ, ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ କନ୍ୟା ପଲ୍ଲବୀ ମହାରଥୀ ପ୍ରମୁଖ ଯୋଗଦେଇଥିଲେ। ଥପୂର୍ବଭଳି ଡେଲାଙ୍ଗ-ପିପିଲିର ବିକାଶକୁ ପ୍ରାଧାନ୍ୟ ଦେବାକୁ ଅତିଥିମାନେ ଆହ୍ବାନ ଦେଇଥିବାବେଳେ ବିକାଶଧାରାକୁ ବଜାୟ ରଖିବା ପାଇଁ ଜନତାଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। ଜିଲା ପରିଷଦ ସଭ୍ୟା ପୁଷ୍ପାଞ୍ଜଳି ସାମଲ, ସରପଞ୍ଚ ସନ୍ଧ୍ୟାରାଣୀ ପରିଡା, ବାଙ୍କି ବିଧାୟକ ଦେବିରଞ୍ଜନ ତ୍ରିପାଠୀ, ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଉପସଭାପତି ସୋଫିଆ ଆଲାମ, ସମ୍ପାଦିକା ସନ୍ଧ୍ୟାରାଣୀ ପ୍ରଧାନ, ବିଧାୟକ ଆକାଶ ଦାସ ନାୟକ, ବ୍ଲକ ସଭାପତି ବୌରାଗୀ ଜେନା, ସମ୍ପାଦକ ଶିଶିର ପରିଜା ପ୍ରମୁଖ ଯୋଗଦେଇଥିଲେ। ପିପିଲିରେ ଜ୍ୟୋତ୍ସ୍ନାରାଣୀ ଜେନା ଓ ଭୁବନେଶ୍ୱର (ମଧ୍ୟ)ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଚାର ଚଳାଇଛନ୍ତି। ଲକ୍ଷ୍ମୀନାରାୟଣପୁର, ପୂବା ଶାସନ ଓ ଗୋବିନ୍ଦପୁରରେ ଘର ଘର ବୁଲି ପ୍ରାର୍ଥୀ ରୁଦ୍ର ପାଇଁ ଭୋଟ ମାଗିଛନ୍ତି। ରାଜ୍ୟ ବିଜୁ ମହିଳା ସାଧାରଣ ସମ୍ପାଦିକା ଏଲିନା ଦାସ ଜଟଣୀ ମୁଖ୍ୟ ରାସ୍ତା କଣ୍ଟିଛକରୁ ସାଇକେଲ ଶୋଭାଯାତ୍ରାରେ ବାହାରି ଗଁା ଗଁା ବୁଲି ରୁଦ୍ରଙ୍କ ପାଇଁ ଭୋଟ ମାଗିଛନ୍ତି। ଏହି ରାଲିରେ ସରପଞ୍ଚ ପ୍ରକାଶ ଧଳଙ୍କ ସହିତ ବହୁ ନେତା ଓ ଶତାଧିକ ଯୁବତୀ ସାମିଲ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri