ପ୍ରତିଶ୍ରୁତି ହେଉନି ପାଳନ

ପଟ୍ଟାମୁଣ୍ଡାଇ, ୨୨।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୀର୍ଘଦିନରୁ ଅବହେଳିତ ଅବସ୍ଥାରେ ରହିଛି। ବାରମ୍ବାର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉଥିବା ନେଇ ଚର୍ଚ୍ଚା ହେଉଛି। ପଟ୍ଟାମୁଣ୍ଡାଇ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁ ନ ଥିବାରୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ। ବିଧାନସଭାରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ଏହାର ସମାଧାନ ପାଇଁ ଦାବି କରିଥିଲେ। ସରକାର ଏହିସବୁ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେହି ପ୍ରତିଶ୍ରୁତି ପାଳନ ହୋଇ ନ ଥିବାରୁ ଏହାର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ବର୍ଷ ହେଲା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଛି। ତେବେ ୧୯ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୮ ଜଣ ଡାକ୍ତରରେ କାମ ଚାଲିଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଖୁବ୍‌ଶୀଘ୍ର ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଗ୍ରାମାଞ୍ଚଳରେ ଥିବା ୬ଟି ପିଏଚସିରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ୩୬ ପଞ୍ଚାୟତ ଓ ପୌରପାଳିକାର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ସେବା ଓ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସ ଅସହାୟ ହୋଇ ପଡୁଛି। ଚନ୍ଦନନଗରଠାରେ ପଟ୍ଟାମୁଣ୍ଡାଇ ସଦର ଥାନା ଖୋଲାଯିବା ନେଇ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ସରିଛି। ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପଟ୍ଟାମୁଣ୍ଡାଇରେ ସଦର ଥାନା ଖୋଲିବା ନେଇ ସରକାରଙ୍କ ବିଚାରାଧୀନ ଥିବା ବିଧାନସଭାରେ କହିଥିଲେ। କିନ୍ତୁ ବର୍ଷ ଶେଷ ହେବାକୁ ଆଉ କେତେଟା ଦିନ ବାକିଥିବାବେଳେ ସଦର ଥାନା ଖୋଲାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ-ରାଜନଗର ୧୫ କି.ମି. ବନ୍ୟା ଘେରିବନ୍ଧ ରାସ୍ତା ଉପରେ ୧୫ ପଞ୍ଚାୟତ ଲୋକଙ୍କ ସହ ରାଜନଗର ଜନସାଧାରଣ ନିର୍ଭର କରୁଛନ୍ତି। ଏହାର ମରାମତି ଓ ନିର୍ମାଣ କାର୍ଯ୍ୟ ନାବାର୍ଡ ଅନୁଦାନ ଅର୍ଥରେ ଜଳସମ୍ପଦ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ପଟ୍ଟାମୁଣ୍ଡାଇ ଟାଉନରେ ଟ୍ରାଫିକ ଜାମ କାରଣରୁ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସାହୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ବାଇପାସ୍‌ ରସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ହେଲେ ଏହା ଆରମ୍ଭ ହୋଇନାହିଁ। ପଟ୍ଟାମୁଣ୍ଡାଇ ମଧ୍ୟସ୍ଥଳରେ ଥିବା କଚେରି ପୋଖରୀର ପୁନରୁଦ୍ଧାର, ଡେଲିମାର୍କେଟ, ଯଜ୍ଞ ପଡିଆ ପରିସରରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସହ ସହରରୁ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ଆଦି କାର୍ଯ୍ୟ କେବେ ଆରମ୍ଭ ହେବ ସହରବାସୀ ଅପେକ୍ଷାରେ ରହିଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ସାହୁଙ୍କୁ ପଚାରିବାରେ କରୋନା କଡକଣା ଯୋଗୁ ୯ ମାସ କାମ ବିଳମ୍ବ ହୋଇଛି। ପଟ୍ଟାମୁଣ୍ଡାଇ ବଜାର କେନାଲ ରିଂ ରୋଡ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବାଇପାସଠାରୁ ବଜାର ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି। ଧୀରେ ଧୀରେ ଅନ୍ୟ କାମ ସବୁ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିବା ବେଳେ ଗୋଡ଼ାଇ ଗୋଡ଼ାଇ କାମୁଡିଲା ବିଲୁଆ

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିରେ ମାତିଛି ବିଲୁଆ। ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ରୋହି ଗାଁର ସୁକୁନୁ ଜେନା(୫୮), ସୋଲି ସ୍ବାଇଁ(୬୦),ତପସ୍ବିନୀ ଜେନା(୨୫),ଶର୍ମିଲା ଜେନା(୩୫),ଗୁରୁଦେବ ରଣା(୩୮)ବିଲୁଆ...

ହ୍ୟୁମାନ ସାଗରଙ୍କ ଘରେ ପହଞ୍ଚିଲେ ଓଲିଉଡ୍‌ ସୁପରଷ୍ଟାର ଅନୁଭବ, ମା’ଙ୍କୁ ଭେଟି କହିଲେ…

ବଲାଙ୍ଗୀର,୭ା୧୨(ସୁନିଲ କୁମାର ମହାନ୍ତି): ହ୍ୟୁମାନ ସାଗରଙ୍କ ଘରେ ରବିବାର ପହଞ୍ଚିଛନ୍ତି ଓଲିଉଡ୍‌ ସୁପରଷ୍ଟାର ଅନୁଭବ ମହାନ୍ତି। ବଲାଙ୍ଗୀର ଜିଲା ଟିଟିଲାଗଡ଼ସ୍ଥିତ ହ୍ୟୁମାନ ସାଗରଙ୍କ ଘରେ ତାଙ୍କ...

୨୫ରୁ କୂର୍ମୀ କ୍ଷତ୍ରୀୟ ପ୍ରଦେଶ ସଂସ୍ଥାର ମହାସଭା: ଘୁମୁସର ବୀର ଚକରାଙ୍କ ଇତିହାସ ଜାଣିବେ

ଭଞ୍ଜନଗର,୭।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ରୁ ୨୮ ତାରିଖ ପର୍ଯ୍ୟନ୍ତ ନିଖିଳ ଉତ୍କଳ କୁର୍ମି କ୍ଷତ୍ରିୟ ସଂସ୍ଥାର ଦ୍ୱାଦଶତମ...

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

ଏମିତି ବି ଆସେ ମୃତ୍ୟୁ: ସକାଳୁ ସକାଳୁ ବୁଲି ବାହାରି ପଡ଼ିଥିଲେ ଦମ୍ପତି, ସ୍ବାମୀଙ୍କ ଆଖିଆଗରେ…             

ବୌଦ୍ଧ ୮।୧୨(ଅଜିତ କୁମାର ବାରିକ): ବୌଦ୍ଧ ଜିଲା ଖୋର୍ଦ୍ଧା ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ପୁରୁଣାକଟକ ଥାନା ଅନ୍ତର୍ଗତ ମାର୍ଦିଙ୍ଗ ଗ୍ରାମ ନିକଟସ୍ଥ ବୁଲାଣି...

କେନ୍ଦୁଝରରେ ମୁଖ୍ୟମନ୍ତ୍ରୀ: ତାରିଣୀ ପୀଠର ବିକାଶ ପାଇଁ କଲେ ବଡ଼ ଘୋଷଣା

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଏକ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ଘଟଗାଁରେ ପହଞ୍ଚିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri