ପ୍ରତିଶ୍ରୁତି ହେଉନି ପାଳନ

ପଟ୍ଟାମୁଣ୍ଡାଇ, ୨୨।୧୨(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଦୀର୍ଘଦିନରୁ ଅବହେଳିତ ଅବସ୍ଥାରେ ରହିଛି। ବାରମ୍ବାର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଠୋସ ପଦକ୍ଷେପ ନେଉଥିବା ନେଇ ଚର୍ଚ୍ଚା ହେଉଛି। ପଟ୍ଟାମୁଣ୍ଡାଇ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ଶିକାର ହେଉଥିବା ସାଧାରଣରେ ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରୁ ନ ଥିବାରୁ ଅବସ୍ଥାରେ କୌଣସି ପରିବର୍ତ୍ତନ ହେଉନାହିଁ। ବିଧାନସଭାରେ ସ୍ଥାନୀୟ ବିଧାୟକ ଧ୍ରୁବ ସାହୁୁ ପଟ୍ଟାମୁଣ୍ଡାଇ ଅଞ୍ଚଳର ବିଭିନ୍ନ ପ୍ରସଙ୍ଗ ଉତ୍‌ଥାପନ କରି ଏହାର ସମାଧାନ ପାଇଁ ଦାବି କରିଥିଲେ। ସରକାର ଏହିସବୁ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେହି ପ୍ରତିଶ୍ରୁତି ପାଳନ ହୋଇ ନ ଥିବାରୁ ଏହାର ପ୍ରାସଙ୍ଗିକତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ୨ବର୍ଷ ହେଲା ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରର ମାନ୍ୟତା ମିଳିଛି। ତେବେ ୧୯ ଡାକ୍ତର ପଦବୀ ମଧ୍ୟରୁ ମାତ୍ର ୮ ଜଣ ଡାକ୍ତରରେ କାମ ଚାଲିଛି। ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ବିଧାନସଭାରେ ଖୁବ୍‌ଶୀଘ୍ର ପଟ୍ଟାମୁଣ୍ଡାଇ ସ୍ବାସ୍ଥ୍ୟକେନ୍ଦ୍ର ସମେତ ଗ୍ରାମାଞ୍ଚଳରେ ଥିବା ୬ଟି ପିଏଚସିରେ ଡାକ୍ତର ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତାହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ। ଅନ୍ୟପକ୍ଷରେ ପଟ୍ଟାମୁଣ୍ଡାଇ ଥାନା ଅଧୀନରେ ୩୬ ପଞ୍ଚାୟତ ଓ ପୌରପାଳିକାର ୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହିଛନ୍ତି। ଏତେ ସଂଖ୍ୟକ ଲୋକଙ୍କୁ ସେବା ଓ ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ପୋଲିସ ଅସହାୟ ହୋଇ ପଡୁଛି। ଚନ୍ଦନନଗରଠାରେ ପଟ୍ଟାମୁଣ୍ଡାଇ ସଦର ଥାନା ଖୋଲାଯିବା ନେଇ ରାଜ୍ୟ ସରକାରଙ୍କ ଜମି ଅଧିଗ୍ରହଣ ସରିଛି। ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପଟ୍ଟାମୁଣ୍ଡାଇରେ ସଦର ଥାନା ଖୋଲିବା ନେଇ ସରକାରଙ୍କ ବିଚାରାଧୀନ ଥିବା ବିଧାନସଭାରେ କହିଥିଲେ। କିନ୍ତୁ ବର୍ଷ ଶେଷ ହେବାକୁ ଆଉ କେତେଟା ଦିନ ବାକିଥିବାବେଳେ ସଦର ଥାନା ଖୋଲାଯିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପଟ୍ଟାମୁଣ୍ଡାଇ-ରାଜନଗର ୧୫ କି.ମି. ବନ୍ୟା ଘେରିବନ୍ଧ ରାସ୍ତା ଉପରେ ୧୫ ପଞ୍ଚାୟତ ଲୋକଙ୍କ ସହ ରାଜନଗର ଜନସାଧାରଣ ନିର୍ଭର କରୁଛନ୍ତି। ଏହାର ମରାମତି ଓ ନିର୍ମାଣ କାର୍ଯ୍ୟ ନାବାର୍ଡ ଅନୁଦାନ ଅର୍ଥରେ ଜଳସମ୍ପଦ ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କିନ୍ତୁ ଏହି କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ପଟ୍ଟାମୁଣ୍ଡାଇ ଟାଉନରେ ଟ୍ରାଫିକ ଜାମ କାରଣରୁ ଏକ ବାଇପାସ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ସାହୁ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ବାଇପାସ୍‌ ରସ୍ତା ନିର୍ମାଣ ପାଇଁ ରାଜ୍ୟ ସରକାର ୨୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଥିଲେ। ହେଲେ ଏହା ଆରମ୍ଭ ହୋଇନାହିଁ। ପଟ୍ଟାମୁଣ୍ଡାଇ ମଧ୍ୟସ୍ଥଳରେ ଥିବା କଚେରି ପୋଖରୀର ପୁନରୁଦ୍ଧାର, ଡେଲିମାର୍କେଟ, ଯଜ୍ଞ ପଡିଆ ପରିସରରେ ନୂତନ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ସହ ସହରରୁ ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ଆଦି କାର୍ଯ୍ୟ କେବେ ଆରମ୍ଭ ହେବ ସହରବାସୀ ଅପେକ୍ଷାରେ ରହିଛନ୍ତି। ଏ ସଂକ୍ରାନ୍ତରେ ବିଧାୟକ ସାହୁଙ୍କୁ ପଚାରିବାରେ କରୋନା କଡକଣା ଯୋଗୁ ୯ ମାସ କାମ ବିଳମ୍ବ ହୋଇଛି। ପଟ୍ଟାମୁଣ୍ଡାଇ ବଜାର କେନାଲ ରିଂ ରୋଡ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ବାଇପାସଠାରୁ ବଜାର ରାସ୍ତା ସମ୍ପ୍ରସାରଣ କାମ ଆରମ୍ଭ ହୋଇଛି। ଧୀରେ ଧୀରେ ଅନ୍ୟ କାମ ସବୁ ଶେଷ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri