Posted inଜାତୀୟ

ତଲାକ୍‌ ରୋକିବାରେ ବିଫଳ ହୋଇଛି ନିଷେଧାଦେଶ

ନୂଆଦିଲ୍ଲୀ,୨୭ା୪: ୨୦୧୭ର ଶାୟରା ବାନୋ ମାମଲାରେ ସୁପ୍ରିମକୋର୍ଟ ତିନି ତଲାକ୍‌ ପ୍ରଥା ଅବୈଧ ବୋଲି ରୁଲିଂ ଦେବା ଏବଂ ସର୍ବଭାରତୀୟ ମୁସ୍‌ଲିମ୍‌ ପର୍ସନାଲ ଲ’ ବୋର୍ଡର ପ୍ରତିଶ୍ରୁତି ସତ୍ତ୍ୱେ ଦେଶର ବିଭିନ୍ନ ଭାଗରେ ତିନି ତଲାକ୍‌ ଜରିଆରେ ଛାଡ଼ପତ୍ର ଘଟିଚାଲିଛି। ସୁପ୍ରିମକୋର୍ଟଙ୍କ ରାୟ ଏହାକୁ ରୋକିବାରେ ବିଫଳ ହୋଇଥିବା କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି। ଦଣ୍ଡ ବ୍ୟବସ୍ଥାର ଅଭାବରୁ ପୋଲିସ ନିଃସହାୟ ହୋଇପଡ଼ିଥିଲା ଏବଂ ତଲାକ୍‌ ଦେଉଥିବା ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁ ନ ଥିଲା ବୋଲି ସତ୍ୟପାଠରେ କୁହାଯାଇଛି। ଏପରିକି ଶିକ୍ଷିତ ବ୍ୟକ୍ତି ମଧ୍ୟ ତତ୍କାଳ ତିନି ତଲାକ୍‌ ଜରିଆରେ ସେମାନଙ୍କ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଉଥିବା ଖବର ବିଭିନ୍ନ ନ୍ୟୁଜ୍‌ ଚ୍ୟାନେଲ ଓ ଖବରକାଗଜରେ ପ୍ରକାଶ ପାଉଛି। ଛାଡ଼ପତ୍ର ମାମଲା ନ କମିବାରୁ ମୁସଲମାନ (ବିବାହ ଅଧିକାର ସୁରକ୍ଷା) ଆଇନ, ୨୦୧୯ ଆଣିବାକୁ ପଡ଼ିଥିଲା। ବିବାହିତ ମୁସଲମାନ ମହିଳା ପ୍ରତି ଲିଙ୍ଗଗତ ନ୍ୟାୟ ଓ ସମାନତାର ସାମ୍ବିଧାନିକ ଲକ୍ଷ୍ୟ ସୁନିଶ୍ଚିତ କରିବା ଲାଗି ଓ ସେମାନଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ଉପରୋକ୍ତ ଆଇନ ଅଣାଯାଇଥିଲା ବୋଲି କେନ୍ଦ୍ର ସରକାର ସତ୍ୟପାଠରେ କହିଛନ୍ତି। ମୁସଲମାନ ମହିଳା (ବିବାହ ଅଧିକାରୀ ସୁରକ୍ଷା) ବିଲ୍‌, ୨୦୧୯କୁ ଅସାମ୍ବିଧାନିକ ଏବଂ ଅନୁଚ୍ଛେଦ ୧୪, ୧୫, ୨୧ ଏବଂ ୨୫ର ଉଲ୍ଲଂଘନ ବୋଲି ଘୋଷଣା କରିବାକୁ ଏକାଧିକ ପିଟିଶନ ସର୍ବୋଚ୍ଚ ଅଦାଲତରେ ଦାଏର ହୋଇଥିବାବେଳେ ସରକାର ଏହାର ଜବାବ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

ଭାଲେଣ୍ଟାଇନ ସପ୍ତାହ, ୪ ରାଶିର ବ୍ୟକ୍ତିଙ୍କ ଜୀବନରେ ପ୍ରେମ…

ଭାଲେଣ୍ଟାଇନ୍ସ ସପ୍ତାହ ଫେବୃଆରୀ ୭ ତାରିଖରୁ ଆରମ୍ଭ ହୋଇଛି ଏବଂ ଫେବୃଆରୀ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଭାଲେଣ୍ଟାଇନ୍ସ ସପ୍ତାହ ପ୍ରେମୀ, ବିବାହିତ ଦମ୍ପତି ଏବଂ ଅବିବାହିତମାନଙ୍କ…

‘ଭାରତ ହେଉଛି ବିଶ୍ୱାସର ସବୁଠାରୁ ଶକ୍ତିଶାଳୀ ମୁଦ୍ରା’, ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ଦୁଇ ଦିନିଆ ମାଲେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ବିକାଶ ପାଇଁ ଏକ ନିର୍ଭରଯୋଗ୍ୟ ଅଂଶୀଦାର ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି…

USA ବିପକ୍ଷରେ ବିଜୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ବଡ଼ ଖୁଲାସା, ୱାଶିଂଟନ୍ ସୁନ୍ଦର…..

ଟିମ୍ ଇଣ୍ଡିଆ ICC ଟି୨୦ ବିଶ୍ୱକପରେ ବିଜୟ ସହିତ ଅଭିଯାନ ଆରମ୍ଭ କରିଛି। ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚରେ ଆମେରିକା ଦଳକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆର…

ସରିଲା ଗୋଲାପ ଦିଆନିଆ, ଆଜି ପ୍ରପୋଜ୍‌

ଭୁବନେଶ୍ୱର,୮।୨(ସୌମ୍ୟରଞ୍ଜନ ରାଉତ): ଭାଲାଣ୍ଟାଇନ୍‌ ଡେ’ର ପ୍ରଥମ ପାହାଚ ରୋଜ୍‌ ଡେ’ ପାଇଁ ଶନିବାର ଚଳଚଞ୍ଚଳ ହୋଇଉଠିଥିଲା ରାଜଧାନୀ। ପରସ୍ପରକୁ ଗୋଲାପ ଦେଇ ଶୁଭେଚ୍ଛା ଜଣାଇଥିଲେ ପ୍ରେମୀଯୁଗଳ। ହଷ୍ଟେଲ୍‌ଗୁଡିକରେ…

Video: ଦର୍ଶକଙ୍କ ମନ ଚୋରି କଲେ ନୋରା, ବାନ୍ଧି ରଖିଲେ ବାଦଶାହା

ନୂଆଦିଲ୍ଲୀ,୮।୨: ଟି-୨୦ ବିଶ୍ୱକପ ୨୦୨୬ ଶନିବାର, ଫେବୃଆରୀ ୭ରେ ଆରମ୍ଭ ହୋଇଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ଏବଂ ଆମେରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri