ପୂର୍ବ ସରକାରଙ୍କ ଯୋଜନାକୁ ଆଗେଇନେଲେ ପ୍ରଗତି ହେବ: ବିଜେଡି

ଭୁବନେଶ୍ୱର,୨୫।୯(ଅନିଲ ଦାସ):ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଛି ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି; ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଏହି ରିପୋର୍ଟ ବିଜୁ ଜନତା ଦଳ(ବିଜେଡି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ। ଏଥିରେ ଓଡ଼ିଶାର ଦୁଇ ଦଶନ୍ଧିର ସଫଳତାକୁ ଭୂରିଭୂରି ପ୍ରଶଂସା କରାଯାଇଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ରାଜ୍ୟରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ ବୋଲି ଭାଜପା ତରଫରୁ ଲଗାତର କରାଯାଉଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଜେଡି ଜାତୀୟ ମୁଖପାତ୍ର ତଥା ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି।

ମଙ୍ଗଳବାର ଏକ ଖବରଦାତା ସମ୍ମଳନୀରେ ସଂତୃପ୍ତ କହିଛନ୍ତି, ମୁଣ୍ଡପିଛା ଆୟବୃଦ୍ଧି କ୍ଷେତ୍ରରେ ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ସର୍ବାଧିକ। ଏହି ଅଭିବୃଦ୍ଧି ଓଡ଼ିଶା ସରକାରଙ୍କ ପାରଦର୍ଶୀ ନୀତି ଯୋଗୁ ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ଆପେକ୍ଷିକ ମୁଣ୍ଡପିଛା ଆୟ ଯାହା ୨୦୦୦ରେ ୫୫% ଥିଲା, ୨୦୨୪ ବେଳକୁ ତାହା ୮୮%କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଦେଶର ଜିଡିପିକୁ ବଡ଼ ରାଜ୍ୟଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବଦାନ ଲଗାତର ବୃଦ୍ଧିପାଇଛି। ୨୦୦୦-୦୧ରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩% ରହିଥିବା ବେଳେ ୨୦୨୩-୨୪ ବେଳକୁ ଏହା ୨.୮%କୁ ବୃଦ୍ଧିପାଇଛି। ଅପରପକ୍ଷରେ, ପଞ୍ଜାବର ଅବଦାନ ୩.୯%ରୁ ୨.୪%କୁ, ମହାରାଷ୍ଟ୍ରର ଅବଦାନ ୧୪%ରୁ ୧୩.୩%କୁ, ଦିଲ୍ଲୀର ୩.୭%ରୁ ୩.୬%କୁ, ପଶ୍ଚିମବଙ୍ଗର ୮.୨%ରୁ ୫.୬%କୁ, ଉତ୍ତରପ୍ରଦେଶର ଅବଦାନ ୧୦.୯% ରୁ ୯.୫%କୁ ଖସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ଓଡ଼ିଶାର ଅଭିବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି ଦର୍ଶାଯାଇଛି। ୨୦୦୦ରେ ନବୀନବାବୁ ରାଜ୍ୟ ଶାସନ ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କ ପାଖରେ ଓଡ଼ିଶାର ପ୍ରାୟ ୧୪୪ କୋଟି ଟଙ୍କାର ଓଭରଡ୍ରାଫ୍ଟ ଥିଲା। ରିଜର୍ଭ ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଆଉ ଅଧିକ କରିବା ପାଇଁ ଅନୁମତି ଦେଇ ନ ଥିଲେ, ଯାହାଫଳରେ ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟରତ ପ୍ରାୟ ୬ଲକ୍ଷ କର୍ମଚାରୀ ଓ ପେନ୍‌ସନଧାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ବ ହେଉଥିଲା। ୨୦୦୦ରେ ଏକ ଦେବାଳିଆ ରାଜ୍ୟ ଭାବେ ପରିଚୟ ପାଇଥିବା ଓଡ଼ିଶା ନବୀନବାବୁଙ୍କ ନେତୃତ୍ୱରେ ଆର୍ଥିକ ଶୃଙ୍ଖଳା, ପ୍ରଶାସନିକ ପାରଦର୍ଶିତା ଓ ନୂତନ ଶିଳ୍ପନୀତି ମାଧ୍ୟମରେ ଏକ ରାଜସ୍ବ ନିଅଣ୍ଟିଆ ରାଜ୍ୟରୁ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇପାରିଥିଲା। ୨୦୦୦ରେ ଓଡ଼ିଶା ୧୮,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟିଆ ଥିଲାବେଳେ ୨୦୨୪ ବେଳକୁ ୪୮,୦୦୦ କୋଟି ଟଙ୍କାର ରାଜସ୍ବ ବଳକା ହୋଇଛି। ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ମାତ୍ର ୧୦,୨୧୧ ଟଙ୍କା ଥିଲାବେଳେ ଏହା ୨୦୨୪ ବେଳକୁ ୧,୬୧,୪୩୭ ଟଙ୍କାକୁ ବୃଦ୍ଧି ପାଇଥିବା ସଂକ୍ରାନ୍ତ ରିପୋର୍ଟରେ ଦର୍ଶଯାଇଛି ବୋଲି ସଂତୃପ୍ତ କହିଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଯେ, ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଦୃଢ଼ ରଖି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣର ଆବଶ୍ୟକତା ରହିଛି। ରାଜ୍ୟର ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri