ପୂର୍ବ ସରକାରଙ୍କ ଯୋଜନାକୁ ଆଗେଇନେଲେ ପ୍ରଗତି ହେବ: ବିଜେଡି

ଭୁବନେଶ୍ୱର,୨୫।୯(ଅନିଲ ଦାସ):ନିକଟରେ ପ୍ରକାଶିତ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ ରିପୋର୍ଟରେ ଦିଆଯାଇଛି ଯେ ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଅର୍ଥନୈତିକ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି; ଯାହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଏହି ରିପୋର୍ଟ ବିଜୁ ଜନତା ଦଳ(ବିଜେଡି) ଦ୍ୱାରା ପ୍ରସ୍ତୁତ ରିପୋର୍ଟ ନୁହେଁ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ। ଏଥିରେ ଓଡ଼ିଶାର ଦୁଇ ଦଶନ୍ଧିର ସଫଳତାକୁ ଭୂରିଭୂରି ପ୍ରଶଂସା କରାଯାଇଛି। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ କାଳରେ ରାଜ୍ୟରେ କୌଣସି ଆଖିଦୃଶିଆ ବିକାଶ ହୋଇନାହିଁ ବୋଲି ଭାଜପା ତରଫରୁ ଲଗାତର କରାଯାଉଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ ବୋଲି ବିଜେଡି ଜାତୀୟ ମୁଖପାତ୍ର ତଥା ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି।

ମଙ୍ଗଳବାର ଏକ ଖବରଦାତା ସମ୍ମଳନୀରେ ସଂତୃପ୍ତ କହିଛନ୍ତି, ମୁଣ୍ଡପିଛା ଆୟବୃଦ୍ଧି କ୍ଷେତ୍ରରେ ବିଗତ ଦୁଇ ଦଶନ୍ଧିରେ ଭାରତର ସମସ୍ତ ରାଜ୍ୟ ତୁଳନାରେ ଓଡ଼ିଶାର ଅଭିବୃଦ୍ଧି ହାର ସର୍ବାଧିକ। ଏହି ଅଭିବୃଦ୍ଧି ଓଡ଼ିଶା ସରକାରଙ୍କ ପାରଦର୍ଶୀ ନୀତି ଯୋଗୁ ସମ୍ଭବ ହୋଇପାରିଛି ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟର ଆପେକ୍ଷିକ ମୁଣ୍ଡପିଛା ଆୟ ଯାହା ୨୦୦୦ରେ ୫୫% ଥିଲା, ୨୦୨୪ ବେଳକୁ ତାହା ୮୮%କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଦେଶର ଜିଡିପିକୁ ବଡ଼ ରାଜ୍ୟଙ୍କ ଅବଦାନ କମିଥିବା ବେଳେ ଓଡ଼ିଶାର ଅବଦାନ ଲଗାତର ବୃଦ୍ଧିପାଇଛି। ୨୦୦୦-୦୧ରେ ଦେଶର ଜିଡିପିକୁ ଓଡ଼ିଶାର ଅବଦାନ ୨.୩% ରହିଥିବା ବେଳେ ୨୦୨୩-୨୪ ବେଳକୁ ଏହା ୨.୮%କୁ ବୃଦ୍ଧିପାଇଛି। ଅପରପକ୍ଷରେ, ପଞ୍ଜାବର ଅବଦାନ ୩.୯%ରୁ ୨.୪%କୁ, ମହାରାଷ୍ଟ୍ରର ଅବଦାନ ୧୪%ରୁ ୧୩.୩%କୁ, ଦିଲ୍ଲୀର ୩.୭%ରୁ ୩.୬%କୁ, ପଶ୍ଚିମବଙ୍ଗର ୮.୨%ରୁ ୫.୬%କୁ, ଉତ୍ତରପ୍ରଦେଶର ଅବଦାନ ୧୦.୯% ରୁ ୯.୫%କୁ ଖସିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ଓଡ଼ିଶାର ଅଭିବୃଦ୍ଧିକୁ ଏକ ବଡ଼ ଉପଲବ୍ଧି ବୋଲି ଦର୍ଶାଯାଇଛି। ୨୦୦୦ରେ ନବୀନବାବୁ ରାଜ୍ୟ ଶାସନ ଦାୟିତ୍ୱ ନେବା ସମୟରେ ଓଡ଼ିଶାର ଆର୍ଥିକ ସ୍ଥିତି ଦେବାଳିଆ ସ୍ଥିତିରେ ଥିଲା। ସେହି ସମୟରେ ରିଜର୍ଭ ବ୍ୟାଙ୍କ ପାଖରେ ଓଡ଼ିଶାର ପ୍ରାୟ ୧୪୪ କୋଟି ଟଙ୍କାର ଓଭରଡ୍ରାଫ୍ଟ ଥିଲା। ରିଜର୍ଭ ବ୍ୟାଙ୍କ ଏହି ଓଭରଡ୍ରାଫ୍ଟକୁ ଆଉ ଅଧିକ କରିବା ପାଇଁ ଅନୁମତି ଦେଇ ନ ଥିଲେ, ଯାହାଫଳରେ ରାଜ୍ୟ ସରକାରଙ୍କ ନିକଟରେ କାର୍ଯ୍ୟରତ ପ୍ରାୟ ୬ଲକ୍ଷ କର୍ମଚାରୀ ଓ ପେନ୍‌ସନଧାରୀଙ୍କୁ ତାଙ୍କ ପ୍ରାପ୍ୟ ପ୍ରଦାନ କରିବାରେ ବିଳମ୍ବ ହେଉଥିଲା। ୨୦୦୦ରେ ଏକ ଦେବାଳିଆ ରାଜ୍ୟ ଭାବେ ପରିଚୟ ପାଇଥିବା ଓଡ଼ିଶା ନବୀନବାବୁଙ୍କ ନେତୃତ୍ୱରେ ଆର୍ଥିକ ଶୃଙ୍ଖଳା, ପ୍ରଶାସନିକ ପାରଦର୍ଶିତା ଓ ନୂତନ ଶିଳ୍ପନୀତି ମାଧ୍ୟମରେ ଏକ ରାଜସ୍ବ ନିଅଣ୍ଟିଆ ରାଜ୍ୟରୁ ରାଜସ୍ବ ବଳକା ରାଜ୍ୟରେ ପରିଣତ ହୋଇପାରିଥିଲା। ୨୦୦୦ରେ ଓଡ଼ିଶା ୧୮,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟିଆ ଥିଲାବେଳେ ୨୦୨୪ ବେଳକୁ ୪୮,୦୦୦ କୋଟି ଟଙ୍କାର ରାଜସ୍ବ ବଳକା ହୋଇଛି। ସେହିପରି ରାଜ୍ୟର ମୁଣ୍ଡପିଛା ଆୟ ମାତ୍ର ୧୦,୨୧୧ ଟଙ୍କା ଥିଲାବେଳେ ଏହା ୨୦୨୪ ବେଳକୁ ୧,୬୧,୪୩୭ ଟଙ୍କାକୁ ବୃଦ୍ଧି ପାଇଥିବା ସଂକ୍ରାନ୍ତ ରିପୋର୍ଟରେ ଦର୍ଶଯାଇଛି ବୋଲି ସଂତୃପ୍ତ କହିଛନ୍ତି। କେନ୍ଦ୍ର ସରକାରଙ୍କ ରିପୋର୍ଟରୁ ସ୍ପଷ୍ଟ ଯେ, ଗତ ଦୁଇ ଦଶନ୍ଧିରେ ଓଡ଼ିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ସୁଦୃଢ଼ ରଖି ବୃହତ୍‌ ଶିଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟରେ ଅନୁକୂଳ ବାତାବରଣର ଆବଶ୍ୟକତା ରହିଛି। ରାଜ୍ୟର ଅଭିବୃଦ୍ଧିକୁ ବଜାୟ ରଖିବାକୁ ହେଲେ କେବଳ ନାମ ଓ ରଙ୍ଗ ପରିବର୍ତ୍ତନରେ ସୀମିତ ନ ରହି ନବୀନଙ୍କ ଯୋଜନାକୁ ଆଗେଇ ନେଲେ ରାଜ୍ୟ ପ୍ରଗତି ଜାରି ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri