ଭିସୁଟ୍‌ର ନୂଆ କୁଳପତି ନିଯୁକ୍ତ ହେଲେ ପ୍ରଫେସର ଦୀପକ କୁମାର ସାହୁ

ସମ୍ବଲପୁର,୮ା୨(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ନୂତନ କୁଳପତି ଭାବେ ପ୍ରଫେସର ଦୀପକ କୁମାର ସାହୁ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳ ତଥା କୁଳାଧିପତି ଡ. ହରିବାବୁ କମ୍ଭମ୍‌ପତି ଶନିବାର ୫୯ ବର୍ଷ ବୟସ୍କ ପ୍ରଫେସର ସାହୁଙ୍କୁ ଭିସୁଟର ନୂତନ କୁଳପତି ନିଯୁକ୍ତ କରିଛନ୍ତି। ପ୍ରଫେସର ସାହୁ ବର୍ତ୍ତମାନ କୋଚିନ ବିଜ୍ଞାନ ଓ ପ୍ରଯୁକ୍ତି ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍‌ ଇଂଜିନିୟରିଂରେ ପ୍ରଫେସର ଭାବେ କାର୍ଯ୍ୟରତ ଅଛନ୍ତି।
ଓୟୁଟିଆର୍‌ରେ ବିଏମ୍‌ସି ଇଂଜିନିୟରିଂ (ସିଭିଲ)ରେ ଡିଗ୍ରୀ ହାସଲ ପରେ ପ୍ରଫେସର ସାହୁରେ ଏମ୍‌ଟେକ୍‌ କରିଥିଲେ। ଏହାବାଦ ସେ ଆଇଆଇଟି ରୁର୍କିରୁ ପିଏଚ୍‌ଡି ହାସଲ କରିଥିଲେ। ଫ୍ରାନ୍ସର ସାହୁ ଆଇନର ଏଲ୍‌ଏଲ୍‌ବି ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଶିକ୍ଷାଦାନ କ୍ଷେତ୍ରରେ ପ୍ରଫେସର ସାହୁଙ୍କର ୨୪ବର୍ଷର ଅଭିଜ୍ଞତା ମଧ୍ୟରୁ ପ୍ରଫେସର ଭାବେ ୧୪ବର୍ଷର ଅଭିଜ୍ଞତା ରହିଛି। ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ, ବିଭାଗୀୟ ମୁଖ୍ୟ, ବୋର୍‌ ଅଫ ଷ୍ଟଡିଜର ଅଧ୍ୟକ୍ଷ, ଡିନ ଅଫ୍‌ ଫାକଲ୍ଟି, ଏକାଡେମିକ କାଉନ୍ସିଲ ସଦସ୍ୟ, ସିନେଟ୍‌ ସଦସ୍ୟ ଆଦି ବିଭିନ୍ନ କ୍ଷେତ୍ରରେ ପ୍ରଫେସର ସାହୁଙ୍କ ଏକାଧିକ ପ୍ରଶାସନିକ ଅଭିଜ୍ଞତା ମଧ୍ୟ ରହିଛି। ଶିକ୍ଷାଗତ ସଫଳତା ମଧ୍ୟରେ ପ୍ରଫେସର ସାହୁ ପୁସ୍ତକର ସମ୍ପାଦନା ଓ ପ୍ରକାଶନ ସହିତ ୬ଟି ସନ୍ଦର୍ଭର ସମୀକ୍ଷା ଓ ୩୫ଟି ଜର୍ଣ୍ଣାଲ ଓ ପୁସ୍ତକରେ ସନ୍ଦର୍ଭ ପ୍ରକାଶନରେ ପ୍ରମୁଖ ଭୂମିକା ରହିଛି। ପ୍ରଫେସର ସାହୁଙ୍କ ଅଧୀନରେ ୬ଜଣ ଗବେଷକ ସଫଳତାର ସହ ପିଏଚ୍‌ଡି ହାସଲ କରିଥିବା ଜଣାପଡ଼ିଛି। କୁଳପତି ଭାବେ ପ୍ରଫେସର ସାହୁଙ୍କ ନିଯୁକ୍ତି ଭିସୁଟ୍‌ର ଶୈକ୍ଷିକ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବିକାଶ ସହିତ ବିଭିନ୍ନ କ୍ଷେତ୍ରରେ ତାଙ୍କର ଦକ୍ଷତା ବିଶ୍ୱବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହେବ ବୋଲି ଆଶା କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri