ଆଦିବାସୀ ମାନ୍ୟତା ଦାବିନେଇ ଦୋରା ସମ୍ପ୍ରଦାୟର ଶୋଭାଯାତ୍ରା

ପଟ୍ଟାଙ୍ଗି,୧୫।୨(ଡି.ଏନ.ଏ): କୋରାପୁଟ ଜିଲାର ଦୋରା ସମ୍ପ୍ରଦାୟ ଆଦିବାସୀ ମାନ୍ୟତା ଦାବି ଉଠାଇ ପୁଣି ଆନ୍ଦୋଳନ ଆରମ୍ଭ କରିଛନ୍ତି। ଏନେଇ ମଙ୍ଗଳବର ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ଦୋରା ସମ୍ପ୍ରଦାୟ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହେଉଥିବା, ସରକାରୀ ଅଧିକାରୀମାନେ ସେମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରୁଥିବା ଅଭିଯୋଗ କରି ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମୁଖରେ ୩ଦିନ ହେଲା ଧାରଣା ଦେଇ ପ୍ରତିବାଦ ଜଣାଇଛନ୍ତି । ଜିଲା ସଂଘ ଆବାହକ ତାଉଡୁ ଦୋରାଙ୍କ ଆହ୍ବାନରେ ଜିଲାର ପଟ୍ଟାଙ୍ଗି ବ୍ଲକର ସମ୍ବାଇ, ମାଳିପୁଟ, ପୁକାଲି, ଚନ୍ଦକା, ତଳଗଲୁର, ଅମ୍ପାବାଲି, ସୁଙ୍କି, ରାଲେଗଡା ଅଦି ପଞ୍ଚାୟତରେ ବାସ କରୁଥିବା ଦୋରା ସମ୍ପ୍ରଦାୟର ସଦସ୍ୟମାନେ ପ୍ରଥମେ ଗାଙ୍ଗମା ମନ୍ଦିର ନିକଟରେ ଏକାଠି ହୋଇ ସେଠାରୁ ଏକ ଶୋଭାଯାତ୍ରାରେ ବାହାରି ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ସରକାର ନିର୍ବାଚନ ସମୟରେ ଭୋଟ ନେଇ ପରେ ଦୋରା ସମ୍ପ୍ରଦାୟ ପ୍ରତି ଛଳନା କରିଥିବା ଅଭିଯୋଗ କରିଥିଲେ। ଏହାର ପ୍ରତିବାଦରେ ଆଗାମୀ ତିନି ଦିନ ଧରି ଧାରଣା ଦେବାକୁ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ଦେର ସମ୍ପ୍ରଦାୟର ସଦସ୍ୟମାନେ ସହଯୋଗ କରିବାକୁ ଜିଲା ସଭାପତି ବୈଦ୍ୟନାଥ ଗେମେଲ ପରାମର୍ଶ ଦେଇଥିଲେ। ସୂଚନା ଯୋଗ୍ୟ, ଦୋରା ସମ୍ପ୍ରଦାୟ ୧୯୭୮ରୁ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ଆଦିବାସୀ ମାନ୍ୟତା ଦେବାକୁ ବାରମ୍ବାର ବିଭିନ୍ନ ସମୟରେ ସେମାନେ ଦାବି କରି ଆସୁଛନ୍ତି। ମାତ୍ର ଉଭୟ ସରକାର ସେମାନଙ୍କୁ ଅଣଦେଖା କରି ଆସୁଥିବା ସଂଘ ଜିଲା ସମ୍ପାଦକ ଶଙ୍କର ପାଙ୍ଗି କହିିଛନ୍ତି । ଦୋରା ସମ୍ପ୍ରଦାୟର ଏପରି ପଦକ୍ଷେପକୁ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ, କମ୍ଭାର ସମ୍ପ୍ରଦାୟର ସଦସ୍ୟ ଭଗବାନ ଗୋଲରି, ଦୋରା ସଂଘର ନନ୍ଦପୁର ବ୍ଲକ ସଭାପତି ନିରଞ୍ଜନ ଖରା, ପୂର୍ବତନ ଉପଦେଷ୍ଟା ଟି. ଗୋପାଳ ରାଓ ପ୍ରମୁଖ ସମର୍ଥନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri