କନ୍ୟା ସୁରକ୍ଷା ଲାଗି ବାହାରିଲା ଶୋଭାଯାତ୍ରା

ପୁରୁଷୋତ୍ତମପୁର,୪।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସମନ୍ବୟ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ବିଭାଗ ପକ୍ଷରୁ ସିଡିପିଓ ସବିତା ଚ୍ୟାଉପଟ୍ଟନାୟକଙ୍କ ସଂଯୋଜନାରେ କନ୍ୟାରତ୍ନ ସୁରକ୍ଷା ନେଇ ଏକ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଏନ୍‌ଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ ଉଦ୍‌ଘାଟନ କରିଥିବା ବଳେ ବ୍ଳକ ଅଧ୍ୟକ୍ଷା ପିଙ୍କି ବେହେରା, ବିଡିଓ ବିଜୟ କୁମାର ବେହେରା, ପୋଲିସ ଏସ୍‌ଆଇ ସୁଶାନ୍ତ କୁମାର ମିଶ୍ର, ଛତ୍ରପୁର ଅତିରିକ୍ତ ଅଗ୍ନିଶମ ଅଧିକାରୀ ଶିଶିର କୁମାର ସିଂ ଯୋଗଦେଇ ଥିଲେ। ଏହି ଅବସରରେ ଅତିଥିମାନେ ନାରୀ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ସମାଜରେ କିପରି ନାରୀ ନିର୍ଭୟରେ ବଞ୍ଚତ୍ପାରିବ, ଭ୍ରୂଣହତ୍ୟା ରୋକିବା, କନ୍ୟାରତ୍ନର ସୁରକ୍ଷା ଓ ଦାୟିତ୍ୱ, ବାଲ୍ୟବିବାହ ବନ୍ଦ କରିବା ନେଇ ଜନସାଧାରଣଙ୍କୁ ସଚେତନ କରିଥିଲେ। କାର୍ଯ୍ୟକ୍ରମରେ ଅଙ୍ଗନୱାଡି କର୍ମୀ, ଆଶାକର୍ମୀଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ଯୋଗ ଦେଇଥିଲେ।