ଭିଏଟନାମ, ୧୩ା୭: ଭିଏଟନାମ ‘ଫୁ କ୍ୱାକ୍’ ଦ୍ୱୀପ ନିକଟରେ ଗତକାଲି ଘଟିଥିବା ଦୁଖଦ ସ୍ପିଡ୍ବୋଟ୍ ଦୁର୍ଘଟଣା ପରେ ଆଜି ପରବର୍ତ୍ତୀ ପ୍ରକ୍ରିୟାକୁ ଜୋରଦାର କରିଦିଆଯାଇଛି। ଭାରତୀୟ ଦୂତାବାସର ସୂଚନା ଅନୁଯାୟୀ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୧୫ଜଣ ଭାରତୀୟ ପର୍ଯ୍ୟଟକଙ୍କ ମୃତଦେହକୁ ସ୍ବଦେଶ ଫେରାଇ ଆଣିବା ପାଇଁ ‘ହୋ ଚି ମିନ୍ ସିଟି’କୁ ସ୍ଥାନାନ୍ତର କରାଯାଇଛି। ତେବେ ମୃତକଙ୍କ ମଧ୍ୟରେ ତାମିଲନାଡ଼ୁର ୧୦ଜଣ, ଆନ୍ଧ୍ରପ୍ରଦେଶର ୩ ଏବଂ କେରଳର ୨ଜଣ ରହିଛନ୍ତି। ଆନୁଷଙ୍ଗିକ ସରକାରୀ ପ୍ରକ୍ରିୟା ଶେଷ ହେବା ମାତ୍ରେ ଏଗୁଡ଼ିକୁ ବିମାନ ଯୋଗେ ଭାରତ ପଠାଯିବ।
ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ପାଇଁ ସଂପୃକ୍ତ ରାଜ୍ୟ ସରକାରମାନେ ସ୍ବତନ୍ତ୍ର ହେଲ୍ପଲାଇନ ମଧ୍ୟ ଜାରି କରିଛନ୍ତି।
ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୧୭ଜଣ ପର୍ଯ୍ୟଟକଙ୍କ ମଧ୍ୟରୁ ୧୬ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଆଜି ଭାରତ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି।