Posted inରାଜ୍ୟ

ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ତ୍ବରାନ୍ବିତ, ନିର୍ବାଚନ କମିଶନ ପ୍ରସ୍ତାବ…

ଭୁବନେଶ୍ବର,୨୨।୧:  ରାଜ୍ୟ ସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ଦେଶର ୧୦  ରାଜ୍ୟରେ ଖାଲି ହେବାକୁ ଥିବା ୩୭ ରାଜ୍ୟ ସଭା ଆସନ ପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ ।

ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ମହାରାଷ୍ଟ୍ରର ୭, ତାମିଲନାଡୁ ଓ ବିହାରର ୬, ପଶ୍ଚିମବଙ୍ଗର ୫ଟି ଆସନ ଖାଲି ହେବ -ଆସାମର ୩, ତେଲଙ୍ଗାନା, ଛତିଶଗଡ଼ ଓ ହରିୟାଣାର ୨ଟି ଆସନ ଖାଲି ହେବ  । ଯଦି ଓଡ଼ିଶା କଥା ଦେଖିବା ତାହେଲେ ଓଡ଼ିଶାର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ଖାଲି ହେବାର ଅଛି । ଆସନ୍ତା ଏପ୍ରିଲ ୨ ତାରିଖରେ ସରୁଛି ଓଡ଼ିଶାର ୪ ସାଂସଦଙ୍କ କାର୍ଯ୍ୟକାଳ  । ମୁନ୍ନା ଖାଁ, ନିରଞ୍ଜନ ବିଶି, ମମତା ମହନ୍ତ ଓ ସୁଜିତ୍ କୁମାରଙ୍କ କାର୍ଯ୍ୟକାଳ ସରିବ ।

ଏହି ନିର୍ବାଚନ ପ୍ରକ୍ରିୟାରେ ରିଟର୍ନି ଅଫିସର ଏବଂ ସହାୟକ ରିଟର୍ନିଂ ଅଫିସରଙ୍କ ନିଯୁକ୍ତି ପାଇଁ ପ୍ରସ୍ତାବ ମଗାଯାଇଛି । ଏହି ପ୍ରସ୍ତାବରେ ଅଧିକାରୀଙ୍କୁ ଟେଲିଫୋନ ନମ୍ବର, ଫ୍ୟାକ୍ସ ନମ୍ବର ଏବଂ ଇମେଲ ଆଇଡି ଅନ୍ତର୍ଭୁକ୍ତ କରିବା ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

ଗଣତନ୍ତ୍ର ଦିବସରେ ବଡ଼ ଆତଙ୍କବାଦୀ ଆକ୍ରମଣ ଯୋଜନା! ଟାର୍ଗେଟରେ ରାଜଧାନୀ ସମେତ ରାମ ମନ୍ଦିର, ଆଲର୍ଟରେ ଏଜେନ୍ସି

ନୂଆଦିଲ୍ଲୀ,୨୨।୧: ଗଣତନ୍ତ୍ର ଦିବସ (ଜାନୁଆରୀ ୨୬) ରେ ଏକ ବଡ଼ ଆତଙ୍କବାଦୀ ଆକ୍ରମଣ ହେବାର ସମ୍ଭାବନା ଥିବାରୁ ଭାରତର ବିଭିନ୍ନ ସହରରେ ସତର୍କତା ଜାରି କରାଯାଇଛି।...

ରେଳଯାତ୍ରୀଙ୍କୁ Indian Railwayର ବଡ଼ ଉପହାର! ଏହାର ଦାମ୍‌ କମାଇଲା…         

ନୂଆଦିଲ୍ଲୀ,୨୨।୧: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କୁ ଏକ ଛୋଟ କିନ୍ତୁ ମହତ୍ତ୍ୱପୂର୍ଣ୍ଣ ଉପହାର ଦେଇଛି। ଏବେ ଟ୍ରେନ ଓ ରେଳଷ୍ଟେଶନରେ ମିଳୁଥିବା ପ୍ୟାକେଜ୍ଡ ପାଣି ବୋତଲ...

BJD ରାଜ୍ୟସଭା ଏମପି ଶୁଭାଶିଷଙ୍କୁ ହତ୍ୟା ଧମକ, ୧୦ ଲକ୍ଷ ଟଙ୍କା ଦିଅ…

ପୁରୀ,୨୨।୧(ଅଜିତ୍‌ କୁମାର ମହାନ୍ତି)- ପୁରୀ ଜଗନ୍ନାଥ ମନ୍ଦିରରେ ଖୁବଶୀଘ୍ର ବୋମା ପଡ଼ିବ,ଖୁବଶୀଘ୍ର ପୁରୀ ଗ୍ରାଣ୍ଡ ସେଣ୍ଟରରେ ଗୁଳି ଫୁଟେଇବୁ ଏବଂ ରାଜ୍ୟ ସଭା ଏମପି ଶୁଭାଶିଷ...

ହିତାଧିକାରୀଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଲେ ସରକାର

ଭୁବନେଶ୍ୱର,୨୨।୧: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪ ଲକ୍ଷ ୫୭ ହଜାରରୁ ଅଧିକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି। ୩୧୫...

ଜୁଆର ମାଡକୁ ସହି ପାରୁନାହିଁ ଜିଓ ସିନ୍ଥେଟିକ ଟ୍ୟୁବୱାଲ, ଖସୁଛି ପଥର ପ୍ୟାକିଂ, ବର୍ଷା ପୂର୍ବରୁ କାମ ନ ହେଲେ…

କେନ୍ଦ୍ରାପଡ଼ା, ୨୨ା୧ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଗୋବିନ୍ଦପୁର, ଡିମିରିପାଳ, ପେତପଡା, ସଂସିଧା, ଏରଡଙ୍ଗ, ଦେସାହି, ପାଳମୀ, କେତୁଆପାଳ ପଞ୍ଚାୟତକୁ କାଣୀ, ଖରସ୍ରୋତା,...

ଏମିତି ନିଆଁ ଲଗାଇଲା ଆମେରିକା: ଚାପରେ ଅଛନ୍ତି ବିଶ୍ୱର ସବୁଠୁ ୨ ଖୁସିର ଦେଶ

ଓ୍ବାଶିଂଟନ୍‌,୨୨।୧: ସାରା ବିଶ୍ୱରେ ଖୁସି ଦେଶର ତାଲିକାରେ ନରୱେ ଏବଂ ଡେନମାର୍କ ତାଲିକାର ଶୀର୍ଷରେ ଥାଆନ୍ତି। ବର୍ତ୍ତମାନ ଉଭୟ ଦେଶ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

ଗୋଟିଏ ସ୍ବାମୀଙ୍କୁ ୨ ସ୍ତ୍ରୀ: ପଞ୍ଚାୟତ ନେଲା ବଡ଼ ନିଷ୍ପତ୍ତି, ଜଣଙ୍କ ସହ ୩ ଦିନ, ଅନ୍ୟ ଜଣଙ୍କ ସହ ୩ ଦିନ, ଆଉ ରବିବାରରେ…

ଲକ୍ଷ୍ନୌ,୨୨।୧: ଉତ୍ତର ପ୍ରଦେଶର ରାମପୁର ଜିଲାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ଗାଁ ପଞ୍ଚାୟତ ଏପରି ନିଷ୍ପତ୍ତି ଜାରି କରିଛି ଯାହା...

ଭୟଙ୍କର ଦୁର୍ଘଟଣା: ଓଭରବ୍ରିଜ୍‌ ନିକଟରେ କଣ୍ଟେନର-ଟ୍ରକ୍‌ ମୁହାଁମୁହିଁ ହେବାରୁ…

ଗଞ୍ଜାମ,୨୨ା୧(ଅନାଥ ତରାଇ): ଗଞ୍ଜାମସ୍ଥିତ ହୁମ୍ମା ଫାଣ୍ଡି ଅନ୍ତର୍ଗତ ଲକ୍ଷ୍ମୀପୁର ଓଭରବ୍ରିଜ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ବୁଧବାର ବିଲମ୍ବିତ ରାତିରେ ଏକ ଭୟଙ୍କର ସଡ଼କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri