ଶେଷ ହେଉ ନ ଥିବାରୁ ସମସ୍ୟା

ବଇଣ୍ଡା,୫।୭(ଡି.ଏନ.ଏ.) ରାଜପଥ ସମ୍ପ୍ରସାରଣ ହେବ ବୋଲି ତରବର ହେଲା ପ୍ରଶାସନ। କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା ହେବା ପୂର୍ବରୁ ଶତାଧିକ ବ୍ୟବସାୟୀଙ୍କୁ ଉଚ୍ଛେଦ କରିଦେଲା। ସ୍କୁଲ, ସରକାରୀ କାର୍ଯ୍ୟାଳୟ ଆଦିକୁ ଭାଙ୍ଗି ମାଟିରେ ମିଶାଇଦେଲା। ହେଲେ ବଇଣ୍ଡା ବଜାର ଭଙ୍ଗାଯିବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନାହିଁ। ଡ୍ରେନ୍‌ ନିର୍ମାଣ ମାତ୍ର ୨୦ ପ୍ରତିଶତ ହୋଇଛି। ଫଳରେ ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଲୋକଙ୍କ ଘରେ ପଶୁଛି। ରାସ୍ତା ପାର୍ଶ୍ୱକୁ ଖୋଳି ଛାଡ଼ିଦିଆଯାଇଥିବାରୁ ବଜାରକୁ ଯାତାୟାତରେ ଅସୁବିଧା ହେଉଛି। ଦୀର୍ଘଦିନ ପରେ ବି ରାଜପଥ କାର୍ଯ୍ୟ ଶେଷ କରାଯାଉ ନ ଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଥିବା ବଇଣ୍ଡାବାସୀ ଅଭିଯୋଗ କରିଛନ୍ତି।
କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ସମ୍ପ୍ରସାରଣ ପାଇଁ ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡାଠାରେ ୨୦୧୮ ମେ ୧୭ ଓ ୧୮ରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ବଇଣ୍ଡା ବଜାର ଛକକୁ ପ୍ରଥମେ ଭଙ୍ଗାଯାଇଥିଲା। ପରେ କଦଳୀମୁଣ୍ଡାଠାରୁ ଶରଧାମୁଣ୍ଡା ପର୍ଯ୍ୟନ୍ତ ୩ କିଲୋମିଟର ଡ୍ରେନ ନିର୍ମାଣ ପାଇଁ ରାଜପଥର ଉଭୟ ପାର୍ଶ୍ୱକୁ ଖୋଳି ଦିଆଯାଇଥିଲା। ଫଳରେ ବଜାରରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ବଜାରବାସୀଙ୍କ ଘର ସମ୍ମୁଖରେ ଗର୍ତ୍ତମାନ ସୃଷ୍ଟି ହୋଇଥିଲା। ହେଲେ ନିର୍ମାଣ ଦାୟିତ୍ୱ ନେଇଥିବା ଠିକା ସଂସ୍ଥାର ମନମୁଖି କାର୍ଯ୍ୟ ଯୋଗୁ ରାଜପଥ ସମ୍ପ୍ରସାରଣ ଏଯାଏ ଆରମ୍ଭ ହୋଇପାରି ନ ଥିବାବେଳେ ଡ୍ରେନ୍‌ ନିର୍ମାଣ ମାତ୍ର ୨୦ ପ୍ରତିଶତରେ ସୀମିତ ରହିଛି। ସେହିପରି ବଇଣ୍ଡା, ଆନଦମୁଣ୍ଡା ନିକଟରେ କରାଯାଇଥିବା ଅସ୍ଥାୟୀ ରାସ୍ତାରୁ ପିଚୁ ଉଠିଯାଇ ବଡ ବଡ ଖାଲମାନ ସୃଷ୍ଟି ହୋଇଛି। ଏହାର ମରାମତି କରାଯାଉ ନ ଥିବାରୁ ବାଇକ୍‌ ଆରୋହୀମାନେ ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି। ରାଜପଥ ଉଭୟ ପାର୍ଶ୍ୱରେ ସର୍ଭିସ ରୋଡ୍‌ ନିର୍ମାଣ କରାଯାଉଥିବା ବେଳେ ମାତ୍ର ୨୦ ପ୍ରତିଶତ କାମ କରି ଠିକାସଂସ୍ଥା ବନ୍ଦ କରିଦେଇଥିବା ଯୋଗୁ ଲୋକମାନେ ଘରକୁ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚନ୍ଦନ ପୋଖରୀରେ ବ୍ରିଜ୍‌ ନିର୍ମାଣ କରାଯାଉ ନ ଥିବାରୁ ନୁନୁକାପଶି ଅଞ୍ଚଳରୁ ଆସୁଥିବା ପାହାଡ ପାଣି ଗଚ୍ଛିତ ହୋଇ ମାହେଶ୍ୱରୀ ମନ୍ଦିର, ଶିବ ମନ୍ଦିର ପରିସରରେ ପ୍ରବେଶ କରୁଥିବା ବଇଣ୍ଡା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ସମ୍ପ୍ରସାରଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବଇଣ୍ଡା ଗ୍ରାମବାସୀଙ୍କ ପକ୍ଷରୁ ୧୨ ଏପ୍ରିଲ ୨୦୧୯ , ୨ ଫେବୃୟାରୀ ୨୦୨୦, ୨୧ ମାର୍ଚ୍ଚ ୨୦୨୧, ୧୨ ଜାନୁୟାରୀ ୨୦୨୨ରେ ଅନୁଗୋଳ ଜିଲାପାଳଙ୍କୁ ଅଭିଯୋଗପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଏ ଦିଗରେ ପଦକ୍ଷେପ ନିଆଯାଉ ନ ଥିବାରୁ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ରାୟପୁର-ଭାଇଜାଗ୍‌ କରିଡର: ଓଡ଼ିଶା ସମେତ ୩ ରାଜ୍ୟରେ ଆଣିବ ବିକାଶର ଧାରା

ଭୁବନେଶ୍ୱର,୭ା୧୨: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ନିର୍ମାଣାଧୀନ ୬-ଲେନ୍ ବିଶିଷ୍ଟ ରାୟପୁର–ବିଶାଖାପାଟଣା ଅର୍ଥନୈତିକ କରିଡର ଆଗାମୀ ଦିନରେ ଓଡ଼ିଶା ସମେତ ତିନୋଟି...

ବାରବାଟୀ T20: ମ୍ୟାଚ୍ ଦେଖବାକୁ ଆସୁଥିଲେ ଏସବୁ ସ୍ଥାନରେ କରନ୍ତୁ ପାର୍କିଂ

କଟକ,୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍ ବାରବାଟୀରେ ଆୟୋଜିତ ହେବାକୁ ଥିବା T20 ମ୍ୟାଚ୍ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଉଭୟ ଦଳକୁ କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri