ଅନ୍‌ଲାଇନ୍‌ କ୍ଲାସରେ ସମସ୍ୟା :ବ୍ଲକ ଶିକ୍ଷା ଅଧିକାରୀଙ୍କ ନେଲେ ଅଭିନବ ପଦକ୍ଷେପ

ଛତ୍ରପୁର,୫।୭(ଡି.ଏନ୍‌.ଏ.): କରୋନା ମହାମାରୀ ପାଇଁ ଏବେ ସମସ୍ତ ସ୍କୁଲ ବନ୍ଦ ରହିଛି। ଛାତ୍ରୀଛାତ୍ର ଅନ୍‌ଲାଇନ୍‌ ମାଧ୍ୟମରେ ପାଠ ପଢ଼ୁଛନ୍ତି। ତେବେ ଗଞ୍ଜାମର ବିଭିନ୍ନ ସ୍ଥାନରେ ମୋବାଇଲ ନେଟୱର୍କ ଠିକ୍‌ ଭାବେ ଆସୁନଥିବା ଭଳି ସମସ୍ୟା ଦେଖାଯାଉଛି। ଜଣାପଡ଼ିଛି ଏପରିକି କେତେକ ଗରିବ ପିଲାଙ୍କଠାରେ ମୋବାଇଲ ଫୋନ ନାହିଁ। ଏଥିସହ ଆଉକେତେକଙ୍କ ଘରେ ୨ ରୁ ୩ ଟି ପିଲା ଥିବାରୁ ଗୋଟିଏ ଫୋନରେ ପାଠ ପଢ଼ିବାରେ ସମସ୍ୟା ହେଉଛି। ଏହି ସବୁ ସମସ୍ୟାର ସମାଧାନ ପାଇଁ ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ ଅଭିନବ ପଦକ୍ଷେପ ନେଇଛନ୍ତି। ଏଣିକି ପିଲା ମାନଙ୍କ ପାଇଁ ସେମାନଙ୍କ ଶିକ୍ଷା ଭିଡିଓ ସ୍ଥାନୀୟ କେବୁଲ ଚ୍ୟାନେଲରେ ଛଡ଼ାଯିବ। ଏଥିସହ ପିଲା ମାନଙ୍କ ନିକଟରେ ଏଲଇଡି ଟିଭିର ବ୍ୟବସ୍ଥା କରି ପାଠ ପଢ଼ାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି।