ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ ମିଳିଛି। ଆଠମଲିକ ବ୍ଲକ ସାପଘରା ପଞ୍ଚାୟତ ଖମାର ଗ୍ରାମରେ ପାନୀୟ ଜଳ ସମସ୍ୟା ଏବେ ଉତ୍କଟ ଆକାର ଧାରଣ କରିଛି। ଫଳରେ ଗ୍ରାମବାସୀ ପିଇବା ପାଣିକୁ ନେଇ ବଡ଼ ଡହଳବିକଳ ହେଉଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗ୍ରାମରେ ୭୦ ପରିବାରର ୪ ଶହ ଲୋକଙ୍କ ପାଇଁ ପାନୀୟ ଜଳ ସମସ୍ୟା ଦେଖାଯାଇଛି। ଆବଶ୍ୟକ ପାଣି ମିଳୁ ନ ଥିବା ଯୋଗୁ ଗ୍ରାମର ମହିଳା ମାନେ ୧ କିମି ଦୂରରୁ ପାଣି ଆଣୁଛନ୍ତି। ପଞ୍ଚୟତର ୩ ନମ୍ବର ୱାର୍ଡରେ ଏହି ଗ୍ରାମ ଥିବା ବେଳେ ପାଣି ପାଇଁ ୩ଟି ନଳକୂଅ ଓ ଗୋଟିଏ ଖୋଲା କୂଅ ରହିଛି। ସେଥିମଧ୍ୟରୁ ୨ ଟି ଅଚଳ ଥିବାବେଳେ ଗୋଟିଏ ନଳକୂଅରୁ ଜଳସ୍ତର କମିଯିବା ଯୋଗୁ ପାଣି ବାହାରୁ ନାହିଁ। ଏକ ଘଣ୍ଟା ମାରିଲେ ଗୋଟିଏ ଗରା ପାଣି ବାହାରୁଛି। ସେହିପରି ଖୋଲା କୂଅରୁ ମଧ୍ୟ ପାଣି ଶୁଖିଯାଇଥିବା ଯୋଗୁ ପାଣି ମିଳୁନାହିଁ। ସରକାରଙ୍କ ପକ୍ଷରୁ ୨୦୧୫ ମସିହାରେ ସୋଲାର ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା। ହେଲେ ୧ ବର୍ଷ ହେବ ଅଚଳ ହୋଇପଡିଥିଲେ ହେଁ ମରାମତି କରାଯାଉ ନ ଥିବା ଯୋଗୁ ପାଣି ଯୋଗାଣ ବନ୍ଦ ରହିଛି। ଜାନୁଆରୀ ମାସରୁ ଜଳସଙ୍କଟ ଦେଖାଯାଇଥିବାବେଳେ ୩ ମାସ ହେବ ୧ କିମି ଦୂରରେ ଏକ ଖୋଲାକୂଅରୁ ପ୍ରତ୍ୟେକ ଦିନ ପାଣି ଆଣି ବ୍ୟବହାର କରୁଛନ୍ତି। ଗ୍ରାମ ନିକଟରେ ଥିବା ପୋଖରୀ ଶୁଖି ଗଲାଣି। ଗ୍ରାମର ଯୁବକମାନେ ୨ କି.ମି ଦୂରରେ ଥିବା ଏକ ନାଳକୁ ଶୌଚ କରିବା ପାଇଁ ଯାଉଛନ୍ତି। ଗ୍ରାମରେ ଥିବା ଗୋରୁମାନେ ମଧ୍ୟ ପାଣି ପିଇବା ପାଇଁ ବହୁ ହନ୍ତସନ୍ତ ହେଉଛନ୍ତି। ଗ୍ରାମରେ ଏକ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ଅଞ୍ଚଳବାସୀ ତା ୨ ନଭେମ୍ବର ୨୦୨୧ ଓ ୧୪ ମାର୍ଚ୍ଚ ୨୦୨୩ରେ ବ୍ଲକ ପ୍ରଶାସନ ଓ ଆଠମଲ୍ଲିକ ଜଳ ଯୋଗାଣ ବିଭାଗ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ଏହି ଗ୍ରାମ ଥିବା ଯୋଗୁ ପାଣି ଠିକ୍‌ ଭାବେ ମିଳୁ ନାହିଁ ଓ ଅଚଳ ପ୍ରକଳ୍ପ ଗୁଡିକ ମରାମତି କରାଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏକ ଟ୍ୟାଙ୍କର ଯୋଗେ ଜଳଯୋଗାଣ ପାଇଁ ଗ୍ରାମର ମହିଳାମାନେ ଦାବି କରିଛନ୍ତି। ଏ ନେଇ ଆଠମଲିକ ଜଳଯୋଗାଣ ବିଭାଗର କନିଷ୍ଠଯନ୍ତ୍ରୀ ଉମାକାନ୍ତ ବେହେରା କୁହନ୍ତି, ଖମାର ଗ୍ରାମରେ ଅଚଳ ଥିବା ନଳକୂଅକୁ ସଚଳ କରିବା ପାଇଁ ଶୀଘ୍ର ପଦେକ୍ଷେପ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ବି ଆସେ ମୃତ୍ୟୁ: ରାତିରେ ଖାଇପିଇ ଶୋଇଲେ ସକାଳକୁ…

ପାତ୍ରପୁର,୩।୪(ଉମାଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ କୋଳିହଳା ଗ୍ରାମର ବାସୁଦେବ ବେହେରା(୪୫)କୋଏମ୍ବାଟୁରର ଏକ ସୁତା କଳରେ ଦାଦନ ଖଟୁଥିବା ବେଳେ ଗୁରୁବାର ରାତିରେ ହୃଦଘାତରେ ତାଙ୍କର…

ବନ୍ଧୁ ମିଳନ ନାମରେ ବଳ କଷିଲେ ଯୁବ ଗୋଷ୍ଠୀ: ସାମିଲ ହେଲେ ଶହ ଶହ…

ଗଞ୍ଜାମ,୩।୪(ବିଦ୍ୟାଧର ସାହୁ ): ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ମା’ ଏଲେମା ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ସହରର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଶୁକ୍ରବାର…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

ସ୍ତ୍ରୀଙ୍କ ସହ ଯାଇଥିଲେ ଶ୍ୱଶୁର ଘର: ଘରେ ବୁଲିଲା କଳାକନା

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଜଗନ୍ନାଥ ମନ୍ଦିର ସାହିରେ ରହୁଥିବା ରାଜମିସ୍ତ୍ରୀ ପିଣ୍ଟୁ ସାହୁଙ୍କ ଘର ତାଲା ଭାଙ୍ଗି ଦୁର୍ୱୃତ୍ତମାନେ କଳାକନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri