Posted inଖେଳ

ପ୍ରୋ ଲିଗ୍‌: ଶୀର୍ଷରେ ଭାରତ

୨୦୨୨ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ସିଜନରେ ଭାରତ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଦଳ ଏପର୍ଯ୍ୟନ୍ତ ଖେଳିଥିବା ୮ଟି ମ୍ୟାଚରୁ ୫ ବିଜୟ, ୨ ଶୁଟ୍‌ ଆଉଟ ବିଜୟ ଓ ୧ ପରାଜୟ ସହ ୧୯ ପଏଣ୍ଟ ପାଇଛି। ଦଳ ୩୧ଟି ଗୋଲ ସ୍କୋର କରିଥିବାବେଳେ ୨୩ଟି ବରଣ କରିଛି। ଫଳରେ ଗୋଲ ବ୍ୟବଧାନ ୮ ରହିଛି। ଗ୍ରେଟ ବ୍ରିଟେନ ୮ ମ୍ୟାଚରୁ ସମାନ ସଂଖ୍ୟକ ୧୯ ପଏଣ୍ଟ ପାଇଥିଲେ ହେଁ ୪ ବିଜୟ ଓ ୪ ଡ୍ର (୩ ଶୁଟ୍‌ ଆଉଟ ବିଜୟ) ଯୋଗୁ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ସମକକ୍ଷ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଏ। ଏହି ଦଳ ୨୩ଟି ଗୋଲ ସ୍କୋର କରିଥିବାବେଳେ ମାତ୍ର ୧୧ଟି ବରଣ କରିଛି। ତେଣୁ ଏହାର ରକ୍ଷଣଭାଗ ଭେଦ କରିବାପାଇଁ ଭାରତ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ନିଶ୍ଚିତ ହେବ। ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ସ୍ପେନ୍‌ ୮ ମ୍ୟାଚରୁ ୧୭, ଅଷ୍ଟ୍ରେଲିଆ ୧୨ ମ୍ୟାଚରୁ ୧୬, ଆର୍ଜେଣ୍ଟିନା ୧୨ ମ୍ୟାଚରୁ ୧୩, ଜର୍ମାନୀ ୮ ମ୍ୟାଚରୁ ୧୧, ବେଲ୍‌ଜିୟମ ୪ ମ୍ୟାଚରୁ ୬, ନେଦରଲାଣ୍ଡ୍ସ ୪ ମ୍ୟାଚରୁ ୫ ଓ ନ୍ୟୁଜିଲାଣ୍ଡ ୮ ମ୍ୟାଚରୁ ମାତ୍ର ୨ ପଏଣ୍ଟ ପାଇ ଟେବୁଲରେ ପଛକୁ ପଛ ରହିଛନ୍ତି।
ଭାରତ ୨୦୨୨ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ପରେ ସ୍ପେନଠାରୁ ୨-୩ ଗୋଲରେ ହାରିଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶୁଟ୍‌ଆଉଟରେ ନିର୍ଣ୍ଣିତ ହୋଇଥିବା ଏହା ପର ମ୍ୟାଚରେ ଭାରତ ୩-୧ରେ ସ୍ପେନ୍‌କୁ ହରାଇ ଦେଇଥିଲା। ଏହି ୪ଟି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ୨୦୨୩ ମାର୍ଚ୍ଚରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ମାର୍ଚ୍ଚ ୧୦ରେ ଦଳ ପ୍ରଥମ ମ୍ୟାଚରେ ଜର୍ମାନୀକୁ ୩-୨ରେ ହରାଇଥିବାବେଳେ ୧୨ ତାରିଖରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଏହାପରେ ୧୩ ତାରିଖରେ ଜର୍ମାନୀକୁ ୬-୩ ଓ ୧୫ରେ ଅଷ୍ଟ୍ରେଲିଆକୁ ଶୁଟ୍‌ଆଉଟ ୪-୩ ଗୋଲରେ ପରାସ୍ତ କରିଥିଲା। ଅର୍ଥାତ୍‌ ସ୍ପେନ୍‌ ବିପକ୍ଷରେ ଗୋଟିଏ ମ୍ୟାଚକୁ ଛାଡ଼ିଦେଲେ ଭାରତ ଏପର୍ଯ୍ୟନ୍ତ ଅନ୍ୟ କୌଣସି ମ୍ୟାଚ ହାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri