Posted inଖେଳ

ପ୍ରୋ ଲିଗ୍‌: ଶୀର୍ଷରେ ଭାରତ

୨୦୨୨ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ସିଜନରେ ଭାରତ ଏପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ଦଳ ଏପର୍ଯ୍ୟନ୍ତ ଖେଳିଥିବା ୮ଟି ମ୍ୟାଚରୁ ୫ ବିଜୟ, ୨ ଶୁଟ୍‌ ଆଉଟ ବିଜୟ ଓ ୧ ପରାଜୟ ସହ ୧୯ ପଏଣ୍ଟ ପାଇଛି। ଦଳ ୩୧ଟି ଗୋଲ ସ୍କୋର କରିଥିବାବେଳେ ୨୩ଟି ବରଣ କରିଛି। ଫଳରେ ଗୋଲ ବ୍ୟବଧାନ ୮ ରହିଛି। ଗ୍ରେଟ ବ୍ରିଟେନ ୮ ମ୍ୟାଚରୁ ସମାନ ସଂଖ୍ୟକ ୧୯ ପଏଣ୍ଟ ପାଇଥିଲେ ହେଁ ୪ ବିଜୟ ଓ ୪ ଡ୍ର (୩ ଶୁଟ୍‌ ଆଉଟ ବିଜୟ) ଯୋଗୁ ଦ୍ୱିତୀୟ ସ୍ଥାନରେ ରହିଛି। ତେଣୁ ଦୁଇ ସମକକ୍ଷ ପ୍ରତିଦ୍ୱନ୍ଦ୍ୱୀ ଦଳ ବିପକ୍ଷରେ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଏ। ଏହି ଦଳ ୨୩ଟି ଗୋଲ ସ୍କୋର କରିଥିବାବେଳେ ମାତ୍ର ୧୧ଟି ବରଣ କରିଛି। ତେଣୁ ଏହାର ରକ୍ଷଣଭାଗ ଭେଦ କରିବାପାଇଁ ଭାରତ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ନିଶ୍ଚିତ ହେବ। ଅନ୍ୟ ଦଳ ଗୁଡ଼ିକ ମଧ୍ୟରେ ସ୍ପେନ୍‌ ୮ ମ୍ୟାଚରୁ ୧୭, ଅଷ୍ଟ୍ରେଲିଆ ୧୨ ମ୍ୟାଚରୁ ୧୬, ଆର୍ଜେଣ୍ଟିନା ୧୨ ମ୍ୟାଚରୁ ୧୩, ଜର୍ମାନୀ ୮ ମ୍ୟାଚରୁ ୧୧, ବେଲ୍‌ଜିୟମ ୪ ମ୍ୟାଚରୁ ୬, ନେଦରଲାଣ୍ଡ୍ସ ୪ ମ୍ୟାଚରୁ ୫ ଓ ନ୍ୟୁଜିଲାଣ୍ଡ ୮ ମ୍ୟାଚରୁ ମାତ୍ର ୨ ପଏଣ୍ଟ ପାଇ ଟେବୁଲରେ ପଛକୁ ପଛ ରହିଛନ୍ତି।
ଭାରତ ୨୦୨୨ ଅକ୍ଟୋବର ୨୮ରେ ନ୍ୟୁଜିଲାଣ୍ଡକୁ ୪-୩ ଗୋଲରେ ହରାଇ ଅଭିଯାନ ଆରମ୍ଭ କରିଥିଲା। ପରେ ସ୍ପେନଠାରୁ ୨-୩ ଗୋଲରେ ହାରିଥିଲେ ହେଁ ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୭-୪ ଗୋଲରେ ହରାଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ଶୁଟ୍‌ଆଉଟରେ ନିର୍ଣ୍ଣିତ ହୋଇଥିବା ଏହା ପର ମ୍ୟାଚରେ ଭାରତ ୩-୧ରେ ସ୍ପେନ୍‌କୁ ହରାଇ ଦେଇଥିଲା। ଏହି ୪ଟି ମ୍ୟାଚ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ୨୦୨୩ ମାର୍ଚ୍ଚରେ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଭାରତୀୟ ଦଳ ବିଶ୍ୱ ଚାମ୍ପିୟନ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା। ମାର୍ଚ୍ଚ ୧୦ରେ ଦଳ ପ୍ରଥମ ମ୍ୟାଚରେ ଜର୍ମାନୀକୁ ୩-୨ରେ ହରାଇଥିବାବେଳେ ୧୨ ତାରିଖରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଥିଲା। ଏହାପରେ ୧୩ ତାରିଖରେ ଜର୍ମାନୀକୁ ୬-୩ ଓ ୧୫ରେ ଅଷ୍ଟ୍ରେଲିଆକୁ ଶୁଟ୍‌ଆଉଟ ୪-୩ ଗୋଲରେ ପରାସ୍ତ କରିଥିଲା। ଅର୍ଥାତ୍‌ ସ୍ପେନ୍‌ ବିପକ୍ଷରେ ଗୋଟିଏ ମ୍ୟାଚକୁ ଛାଡ଼ିଦେଲେ ଭାରତ ଏପର୍ଯ୍ୟନ୍ତ ଅନ୍ୟ କୌଣସି ମ୍ୟାଚ ହାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri