ଫିଟୁଛି ପ୍ରିୟଙ୍କାଙ୍କ ଗୁମର: ସୋସିଆଲ ମିଡିଆ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଜାରି

ପୁରୀ,୨୧ା୫(ଅଜିତ୍‌ କୁମାର ମହାନ୍ତି):ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲ୍‌ହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ଜ୍ୟୋତିଙ୍କୁ ପୁରୀ ବୁଲାଇବାରେ ସହଯୋଗ କରିଥିବା ପ୍ରିୟଙ୍କା ଏବେ ପୋଲିସ ସ୍କାନରରେ ରହିଛନ୍ତି। ଗତ ୪ ଦିନ ହେବ ପୋଲିସ ପ୍ରିୟଙ୍କାଙ୍କୁ ଜେରା କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜ୍ୟୋତି ଓ ପ୍ରିୟଙ୍କା ଏକାଠି ପୁରୀରେ ବୁଲାବୁଲି କରୁଥିବା ସହ ଏକ ହୋଟେଲରେ ଖାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସେହିପରି ଜ୍ୟୋତି, ପ୍ରିୟଙ୍କା ଏବଂ କୋଲକାତାର ଜଣେ ବ୍ଲଗର୍‌ ଏକାଠି କୋଲକାତା ଓ କଶ୍ମୀରରେ ବୁଲୁଥିବା ବେଳର ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। ଏସବୁ ଭିଡିଓ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏଥିସହ ପ୍ରିୟଙ୍କାଙ୍କ ସଫେଇ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ୨୦୨୪ ସେପ୍ଟେମ୍ବର ୨୧ରେ ଜ୍ୟୋତି ପୁରୀ ଆସି ଶ୍ରୀମନ୍ଦିର ସମେତ ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିଥିଲେ। ସେ କେଉଁ ଉଦ୍ଦେଶ୍ୟ ନେଇ ପୁରୀ ଆସିଥିଲେ ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଜ୍ୟୋତି ପୁରୀରେ ରହିଥିବା ହୋଟେଲ ସମ୍ପର୍କରେ ସୂଚନା ମିଳିଛି। ଜ୍ୟୋତି ବଡ଼ଦାଣ୍ଡସ୍ଥିତ ମାର୍କେଟ୍‌ ଛକ ନିକଟସ୍ଥ ଜଗନ୍ନାଥବଲ୍ଲଭ ଭକ୍ତ ନିବାସର ୨୦୩ ନମ୍ବର କୋଠରିରେ ରହିଥିଲେ ବୋଲି ଜଣାପଡ଼ିଛି। ଜ୍ୟୋତି ପୁରୀ ଆସିଥିବା ସମୟରେ ତାଙ୍କ ବାନ୍ଧବୀ ପ୍ରିୟଙ୍କା ତାଙ୍କୁ ବୁଲିବାରେ ସହାୟତା କରିଥିଲେ। ତେଣୁ ତାଙ୍କର ଲିଙ୍କ୍‌ଥିବା ସନ୍ଦେହରେ ପୋଲିସ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରଖିଛି। କେନ୍ଦ୍ର ଓ ରାଜ୍ୟର ଗୋଇନ୍ଦା ବିଭାଗ, ହରିୟାଣା ପୋଲିସ ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଯୋଗସୂତ୍ର ରକ୍ଷା କରି ପ୍ରିୟଙ୍କାଙ୍କୁ ଜେରା କରୁଛି ପୁରୀ ପୋଲିସ।
ବିଶେଷକରି ପୁରୀର କେଉଁ କେଉଁ ସ୍ଥାନକୁ ଜ୍ୟୋତି ଯାଇଥିଲେ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି କି ନାହିଁ, ଜ୍ୟୋତିଙ୍କ ସହ ପ୍ରିୟଙ୍କା କଶ୍ମୀର, ପାକିସ୍ତାନର କର୍ତ୍ତାରପୁର ସହିତ ଅନ୍ୟ କେଉଁ ସ୍ଥାନକୁ ଯାଇଛନ୍ତି ଏବଂ ଏଥିପାଇଁ କିଏ ପ୍ରିୟଙ୍କାକୁ ଅର୍ଥ ଯୋଗାଇଛି ସେ ସମସ୍ତ ଘଟଣାର ତଦନ୍ତ ଜାରି ରହିଛି। ଏହାରି ମଧ୍ୟରେ ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନେକ ଭିଡିଓ ଡିଲିଟ୍‌ କରାଯାଇଥିବା ଜଣାପଡ଼ିଛି।
ଶ୍ରୀଜଗନ୍ନାଥବଲ୍ଲଭ ଭକ୍ତ ନିବାସର ମ୍ୟାନେଜର ଦିଲୀପ ଦେ କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବର ୨୧ରେ ଜ୍ୟୋତି ଆସି ୨୦୩ ନମ୍ବର ରୁମ୍‌ରେ ରହିଥିଲେ। ଯାତ୍ରା ଧାମ ନାମକ ଏକ ଅନ୍‌ଲାଇନ ଆପ୍‌ରେ ଗୋଟିଏ ରୁମ୍‌ ବୁକ୍‌ କରିଥିଲେ। ସେପ୍ଟେମ୍ବର ୨୩ ଯାଏ ତାଙ୍କର ରୁମ୍‌ ବୁକ୍‌ ଥିଲା। ସେମାନେ ୨ ଜଣ ଆସିଥିଲେ। ହେଲେ ସେପ୍ଟେମ୍ବର ୨୨ ସନ୍ଧ୍ୟାରେ ସେ ରୁମ୍‌ ଛାଡ଼ି ଦେଇଥିଲେ। ୨ଜଣଙ୍କ ଆଧାରକାର୍ଡ ଆମେ ରଖିଥିଲୁ। ତାଙ୍କର ୨୧ ତାରିଖ ଚେକ୍‌ ଇନ୍‌ ଥିଲା, ହେଲେ ସେ ୧୨ଟା ପରେ ଆସିଥିଲେ। ସେ ରହିବା ଭିତରେ ତାଙ୍କ ପାଖକୁ କୌଣସି ବ୍ୟକ୍ତି ଆସି ନ ଥିଲେ। ତାଙ୍କର ବ୍ୟବହାର ଭଲ ଥିଲା। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନ ଥିଲା। ତେବେ ପ୍ରିୟଙ୍କା ସେନାପତିଙ୍କୁ ମୁଁ ଜାଣିନାହିଁ। ଜ୍ୟୋତି ପାକିସ୍ତାନ ଗୁପ୍ତଚର ଭାବେ ଗିରଫ ହେବା ପରେ ପୁରୀ ପୋଲିସ୍‌ ପକ୍ଷରୁ ଏକ ଟିମ୍‌ ଆସି ଆମକୁ ପଚରାଉଚରା କରିଛନ୍ତି। ଆମେ ପୋଲିସକୁ ସମସ୍ତ ତଥ୍ୟ ଦେଇଛୁ। ଏ ନେଇ ପୁରୀ ଏସ୍‌ପି ବିନିତ ଅଗ୍ରୱାଲ କହିଛନ୍ତି, ସବୁ ଦିଗକୁ ନେଇ ଯାଞ୍ଚ କରୁଛୁ। ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇପାରିବ। ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ପୋଲିସ ଯୋଗାଯୋଗରେ ଅଛି। ଯାହା ବି ସୂଚନା ମିଳୁଛି, ତାହାକୁ ପରସ୍ପର ମଧ୍ୟରେ ଶେୟାର କରାଯାଉଛି। ହରିୟାଣା ପୋଲିସ, ଗୋଇନ୍ଦା ସଂସ୍ଥା ସହ ଅନ୍ୟ କେନ୍ଦ୍ରୀୟ ସଂସ୍ଥାର ଯୋଗାଯୋଗରେ ରହିଛୁ। ସମସ୍ତ ଦିଗରୁ ତଦନ୍ତ ଚାଲିଛି। ପୁରୀ ୟୁଟ୍ୟୁବର ପ୍ରିୟଙ୍କାଙ୍କ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଏକ ଡ୍ରୋନ୍‌ ଭିଡିଓ ଅପଲୋଡ୍‌ ହୋଇଥିଲା। ଏହାର ତଦନ୍ତ ଜାରି ରହିଛି। ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ୍‌ ପୋଲିସ ଯାଞ୍ଚ ଜାରି ରଖିଛି। ପ୍ରିୟଙ୍କା ଓ ତାଙ୍କ ପରିବାର ଲୋକେ ଯାଞ୍ଚରେ ସହଯୋଗ କରୁଛନ୍ତି। ପ୍ରିୟଙ୍କାଙ୍କ ଲିଙ୍କ୍‌ ରହିଛି କି ନାହିଁ ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri