ଫିଟୁଛି ପ୍ରିୟଙ୍କାଙ୍କ ଗୁମର: ସୋସିଆଲ ମିଡିଆ, ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ଜାରି

ପୁରୀ,୨୧ା୫(ଅଜିତ୍‌ କୁମାର ମହାନ୍ତି):ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲ୍‌ହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ ହେବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପୁରୀ ଝିଅ ପ୍ରିୟଙ୍କା ସେନାପତିଙ୍କୁ ନେଇ ବିଭିନ୍ନ ଚର୍ଚ୍ଚା ଲାଗି ରହିଛି। ଜ୍ୟୋତିଙ୍କୁ ପୁରୀ ବୁଲାଇବାରେ ସହଯୋଗ କରିଥିବା ପ୍ରିୟଙ୍କା ଏବେ ପୋଲିସ ସ୍କାନରରେ ରହିଛନ୍ତି। ଗତ ୪ ଦିନ ହେବ ପୋଲିସ ପ୍ରିୟଙ୍କାଙ୍କୁ ଜେରା କରୁଥିବାବେଳେ ଦିନକୁଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଜ୍ୟୋତି ଓ ପ୍ରିୟଙ୍କା ଏକାଠି ପୁରୀରେ ବୁଲାବୁଲି କରୁଥିବା ସହ ଏକ ହୋଟେଲରେ ଖାଉଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସେହିପରି ଜ୍ୟୋତି, ପ୍ରିୟଙ୍କା ଏବଂ କୋଲକାତାର ଜଣେ ବ୍ଲଗର୍‌ ଏକାଠି କୋଲକାତା ଓ କଶ୍ମୀରରେ ବୁଲୁଥିବା ବେଳର ଭିଡିଓ ମଧ୍ୟ ଭାଇରାଲ୍‌ ହେବାରେ ଲାଗିଛି। ଏସବୁ ଭିଡିଓ ସାଧାରଣରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି। ଏଥିସହ ପ୍ରିୟଙ୍କାଙ୍କ ସଫେଇ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଓ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି। ୨୦୨୪ ସେପ୍ଟେମ୍ବର ୨୧ରେ ଜ୍ୟୋତି ପୁରୀ ଆସି ଶ୍ରୀମନ୍ଦିର ସମେତ ବେଳାଭୂମି ଏବଂ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଭ୍ରମଣ କରିଥିଲେ। ସେ କେଉଁ ଉଦ୍ଦେଶ୍ୟ ନେଇ ପୁରୀ ଆସିଥିଲେ ତା’କୁ ନେଇ ଚର୍ଚ୍ଚା ଲାଗି ରହିଛି। ଇତିମଧ୍ୟରେ ଜ୍ୟୋତି ପୁରୀରେ ରହିଥିବା ହୋଟେଲ ସମ୍ପର୍କରେ ସୂଚନା ମିଳିଛି। ଜ୍ୟୋତି ବଡ଼ଦାଣ୍ଡସ୍ଥିତ ମାର୍କେଟ୍‌ ଛକ ନିକଟସ୍ଥ ଜଗନ୍ନାଥବଲ୍ଲଭ ଭକ୍ତ ନିବାସର ୨୦୩ ନମ୍ବର କୋଠରିରେ ରହିଥିଲେ ବୋଲି ଜଣାପଡ଼ିଛି। ଜ୍ୟୋତି ପୁରୀ ଆସିଥିବା ସମୟରେ ତାଙ୍କ ବାନ୍ଧବୀ ପ୍ରିୟଙ୍କା ତାଙ୍କୁ ବୁଲିବାରେ ସହାୟତା କରିଥିଲେ। ତେଣୁ ତାଙ୍କର ଲିଙ୍କ୍‌ଥିବା ସନ୍ଦେହରେ ପୋଲିସ ପ୍ରିୟଙ୍କାଙ୍କୁ ପଚରାଉଚରା ଜାରି ରଖିଛି। କେନ୍ଦ୍ର ଓ ରାଜ୍ୟର ଗୋଇନ୍ଦା ବିଭାଗ, ହରିୟାଣା ପୋଲିସ ସମେତ ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ସହ ଯୋଗସୂତ୍ର ରକ୍ଷା କରି ପ୍ରିୟଙ୍କାଙ୍କୁ ଜେରା କରୁଛି ପୁରୀ ପୋଲିସ।
ବିଶେଷକରି ପୁରୀର କେଉଁ କେଉଁ ସ୍ଥାନକୁ ଜ୍ୟୋତି ଯାଇଥିଲେ, କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଛନ୍ତି କି ନାହିଁ, ଜ୍ୟୋତିଙ୍କ ସହ ପ୍ରିୟଙ୍କା କଶ୍ମୀର, ପାକିସ୍ତାନର କର୍ତ୍ତାରପୁର ସହିତ ଅନ୍ୟ କେଉଁ ସ୍ଥାନକୁ ଯାଇଛନ୍ତି ଏବଂ ଏଥିପାଇଁ କିଏ ପ୍ରିୟଙ୍କାକୁ ଅର୍ଥ ଯୋଗାଇଛି ସେ ସମସ୍ତ ଘଟଣାର ତଦନ୍ତ ଜାରି ରହିଛି। ଏହାରି ମଧ୍ୟରେ ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରୁ ଅନେକ ଭିଡିଓ ଡିଲିଟ୍‌ କରାଯାଇଥିବା ଜଣାପଡ଼ିଛି।
ଶ୍ରୀଜଗନ୍ନାଥବଲ୍ଲଭ ଭକ୍ତ ନିବାସର ମ୍ୟାନେଜର ଦିଲୀପ ଦେ କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବର ୨୧ରେ ଜ୍ୟୋତି ଆସି ୨୦୩ ନମ୍ବର ରୁମ୍‌ରେ ରହିଥିଲେ। ଯାତ୍ରା ଧାମ ନାମକ ଏକ ଅନ୍‌ଲାଇନ ଆପ୍‌ରେ ଗୋଟିଏ ରୁମ୍‌ ବୁକ୍‌ କରିଥିଲେ। ସେପ୍ଟେମ୍ବର ୨୩ ଯାଏ ତାଙ୍କର ରୁମ୍‌ ବୁକ୍‌ ଥିଲା। ସେମାନେ ୨ ଜଣ ଆସିଥିଲେ। ହେଲେ ସେପ୍ଟେମ୍ବର ୨୨ ସନ୍ଧ୍ୟାରେ ସେ ରୁମ୍‌ ଛାଡ଼ି ଦେଇଥିଲେ। ୨ଜଣଙ୍କ ଆଧାରକାର୍ଡ ଆମେ ରଖିଥିଲୁ। ତାଙ୍କର ୨୧ ତାରିଖ ଚେକ୍‌ ଇନ୍‌ ଥିଲା, ହେଲେ ସେ ୧୨ଟା ପରେ ଆସିଥିଲେ। ସେ ରହିବା ଭିତରେ ତାଙ୍କ ପାଖକୁ କୌଣସି ବ୍ୟକ୍ତି ଆସି ନ ଥିଲେ। ତାଙ୍କର ବ୍ୟବହାର ଭଲ ଥିଲା। କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନ ଥିଲା। ତେବେ ପ୍ରିୟଙ୍କା ସେନାପତିଙ୍କୁ ମୁଁ ଜାଣିନାହିଁ। ଜ୍ୟୋତି ପାକିସ୍ତାନ ଗୁପ୍ତଚର ଭାବେ ଗିରଫ ହେବା ପରେ ପୁରୀ ପୋଲିସ୍‌ ପକ୍ଷରୁ ଏକ ଟିମ୍‌ ଆସି ଆମକୁ ପଚରାଉଚରା କରିଛନ୍ତି। ଆମେ ପୋଲିସକୁ ସମସ୍ତ ତଥ୍ୟ ଦେଇଛୁ। ଏ ନେଇ ପୁରୀ ଏସ୍‌ପି ବିନିତ ଅଗ୍ରୱାଲ କହିଛନ୍ତି, ସବୁ ଦିଗକୁ ନେଇ ଯାଞ୍ଚ କରୁଛୁ। ତଦନ୍ତ ଶେଷ ହେବା ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଇପାରିବ। ବିଭିନ୍ନ ସୁରକ୍ଷା ଏଜେନ୍ସି ସହ ପୋଲିସ ଯୋଗାଯୋଗରେ ଅଛି। ଯାହା ବି ସୂଚନା ମିଳୁଛି, ତାହାକୁ ପରସ୍ପର ମଧ୍ୟରେ ଶେୟାର କରାଯାଉଛି। ହରିୟାଣା ପୋଲିସ, ଗୋଇନ୍ଦା ସଂସ୍ଥା ସହ ଅନ୍ୟ କେନ୍ଦ୍ରୀୟ ସଂସ୍ଥାର ଯୋଗାଯୋଗରେ ରହିଛୁ। ସମସ୍ତ ଦିଗରୁ ତଦନ୍ତ ଚାଲିଛି। ପୁରୀ ୟୁଟ୍ୟୁବର ପ୍ରିୟଙ୍କାଙ୍କ ସୋସିଆଲ ମିଡିଆରେ ଶ୍ରୀମନ୍ଦିରର ଏକ ଡ୍ରୋନ୍‌ ଭିଡିଓ ଅପଲୋଡ୍‌ ହୋଇଥିଲା। ଏହାର ତଦନ୍ତ ଜାରି ରହିଛି। ପ୍ରିୟଙ୍କାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ, ବ୍ୟାଙ୍କ ଆକାଉଣ୍ଟ୍‌ ପୋଲିସ ଯାଞ୍ଚ ଜାରି ରଖିଛି। ପ୍ରିୟଙ୍କା ଓ ତାଙ୍କ ପରିବାର ଲୋକେ ଯାଞ୍ଚରେ ସହଯୋଗ କରୁଛନ୍ତି। ପ୍ରିୟଙ୍କାଙ୍କ ଲିଙ୍କ୍‌ ରହିଛି କି ନାହିଁ ତାହା ତଦନ୍ତ ଶେଷ ହେବା ପରେ ଜଣାପଡ଼ିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

ତିନି ଦିନ ପରେ ପୁଣି ଫେରିଲା ହାଡ଼ଭଙ୍ଗା ଶୀତ: ଜି.ଉଦୟଗିରିରେ ୩.୫ ଡିଗ୍ରୀ ତାପମାତ୍ରା

ଜି.ଉଦୟଗିରି,୨୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ଓଡ଼ିଶାର ସବୁଠାରୁ ଶୀତ ପ୍ରବଣ ଅଞ୍ଚଳ ଜି.ଉଦୟଗିରିରେ ୨/୩ ଦିନ ଶୀତ ଲୁଚକାଳି ଖେଳୁଥିବା ବେଳେ ହଠାତ୍‌ ଶନିବାର ଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri