Posted inଜାତୀୟ

ସଂସଦକୁ ପ୍ରବେଶ କରୁଥିଲେ ପ୍ରିୟଙ୍କା, ଦୁଆରମୁହଁରେ ଅଟକାଇେଲେ ରାହୁଲ, ତା’ପରେ ଯାହା ହେଲା…

ନୂଆଦିଲ୍ଲୀ,୨୮।୧୧: ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଲୋକ ସଭାରେ ଏମପି ଭାବେ ଶପଥ ନେଇଛନ୍ତି। ନିକଟରେ କେରଳର ଓ୍ବାଏନାଡରେ ହୋଇଥିବା ଲୋକ ସଭା ଉପ-ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ତେବେ ଶପଥ ଗ୍ରହଣ ପାଇଁ ଯେତେବେଳେ ସେ ସଂସଦ ଭବନକୁ ପ୍ରବେଶ କରୁଥିଲେ ସେହି ସମୟରେ ଏମିତି କିଛି ଘଟଣା ଗଟିଲା ଯାହାକୁ ଦେଖି ସମସ୍ତେ ହସିଥିଲେ।

ପ୍ରିୟଙ୍କା ଶପଥ ଗ୍ରହଣ ପାଇଁ ଲୋକ ସଭାକୁ ପ୍ରବେଶ କରୁଥିଲେ। ଏହି ସମୟରେ ତାଙ୍କ ଭାଇ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଅଟକାଇଥିଲେ। ରାହୁଲଙ୍କ ପାଟି ଶୁଣି ପ୍ରିୟଙ୍କାଙ୍କ ସମେତ ସବୁ ଏମପି ଅଟକି ଯାଇଥିଲେ। ଏହାକୁ ଦେଖି ପ୍ରିୟଙ୍କାଙ୍କ ସହ ସମସ୍ତେ ତାଜୁବ ହୋଇଯାଇଥିଲେ। ଏବଂ ପରସ୍ପରର ମୁହଁ ଦେଖିବାକୁ ଲାଗିଥିଲେ। ଏହି ସମୟରେ ରାହୁଲ ନିଜ ପକେଟରୁ ମୋବାଇଲ୍‌ ଫୋନ୍‌ କାଢି ପ୍ରିୟଙ୍କାଙ୍କ ଫଟୋ ଉଠାଇଥିଲେ। ଯାହାକୁ ଦେଖି ସମସ୍ତେ ହସିବାକୁ ଲାଗିଥିଲେ।

କେରଳର ଓ୍ବାୟନାଡ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ଶବଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତି ଥିଲେ। ଏଥିସହ ତାଙ୍କ ପୁଅ ରେହାନ ଏବଂ ଝିଅ ମିରାୟା ମଧ୍ୟ ସେଠାରେ ଥିଲେ।

ଓ୍ବାୟନାଡରେ କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି। ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ପୂର୍ବ ଲୋକ ସଭା ଆସନ ରାଏବରେଲିରୁ ପୁଅ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି।

ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ର୍ନିବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ର୍ନିଣ୍ଣାୟକ ହେବ। ପ୍ରିୟଙ୍କା ୨୦୦୪ ଲୋକ ସଭା ର୍ନିବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିବାକୁ ଯାଉଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri