Posted inଜାତୀୟ

ସଂସଦକୁ ପ୍ରବେଶ କରୁଥିଲେ ପ୍ରିୟଙ୍କା, ଦୁଆରମୁହଁରେ ଅଟକାଇେଲେ ରାହୁଲ, ତା’ପରେ ଯାହା ହେଲା…

ନୂଆଦିଲ୍ଲୀ,୨୮।୧୧: ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଲୋକ ସଭାରେ ଏମପି ଭାବେ ଶପଥ ନେଇଛନ୍ତି। ନିକଟରେ କେରଳର ଓ୍ବାଏନାଡରେ ହୋଇଥିବା ଲୋକ ସଭା ଉପ-ନିର୍ବାଚନରେ ସେ ବିଜୟୀ ହୋଇଥିଲେ। ତେବେ ଶପଥ ଗ୍ରହଣ ପାଇଁ ଯେତେବେଳେ ସେ ସଂସଦ ଭବନକୁ ପ୍ରବେଶ କରୁଥିଲେ ସେହି ସମୟରେ ଏମିତି କିଛି ଘଟଣା ଗଟିଲା ଯାହାକୁ ଦେଖି ସମସ୍ତେ ହସିଥିଲେ।

ପ୍ରିୟଙ୍କା ଶପଥ ଗ୍ରହଣ ପାଇଁ ଲୋକ ସଭାକୁ ପ୍ରବେଶ କରୁଥିଲେ। ଏହି ସମୟରେ ତାଙ୍କ ଭାଇ ତଥା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ଅଟକାଇଥିଲେ। ରାହୁଲଙ୍କ ପାଟି ଶୁଣି ପ୍ରିୟଙ୍କାଙ୍କ ସମେତ ସବୁ ଏମପି ଅଟକି ଯାଇଥିଲେ। ଏହାକୁ ଦେଖି ପ୍ରିୟଙ୍କାଙ୍କ ସହ ସମସ୍ତେ ତାଜୁବ ହୋଇଯାଇଥିଲେ। ଏବଂ ପରସ୍ପରର ମୁହଁ ଦେଖିବାକୁ ଲାଗିଥିଲେ। ଏହି ସମୟରେ ରାହୁଲ ନିଜ ପକେଟରୁ ମୋବାଇଲ୍‌ ଫୋନ୍‌ କାଢି ପ୍ରିୟଙ୍କାଙ୍କ ଫଟୋ ଉଠାଇଥିଲେ। ଯାହାକୁ ଦେଖି ସମସ୍ତେ ହସିବାକୁ ଲାଗିଥିଲେ।

କେରଳର ଓ୍ବାୟନାଡ ସଂସଦୀୟ ଆସନରୁ ବିଜୟ ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର ସଂସଦରେ ଲୋକ ସଭା ସଦସ୍ୟା ଭାବେ ଶପଥ ନେଇଛନ୍ତି। ପ୍ରିୟଙ୍କା ଶବଥ ନେବା ସମୟରେ ତାଙ୍କ ଭାଇ ରାହୁଲ ଗାନ୍ଧୀ, ମା’ ସୋନିଆ ଗାନ୍ଧୀ ସେଠାରେ ଉପସ୍ଥିତି ଥିଲେ। ଏଥିସହ ତାଙ୍କ ପୁଅ ରେହାନ ଏବଂ ଝିଅ ମିରାୟା ମଧ୍ୟ ସେଠାରେ ଥିଲେ।

ଓ୍ବାୟନାଡରେ କଂଗ୍ରେସ ନେତାମାନେ ବୁଧବାର ନୂଆଦିଲ୍ଲୀ ଗସ୍ତକରି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପ୍ରିୟଙ୍କାଙ୍କୁ ଏହି ଆସନରୁ ବିଜୟ ପ୍ରମାଣପତ୍ର ହସ୍ତାନ୍ତର କରିଛନ୍ତି। ଲୋକ ସଭାରେ ପ୍ରିୟଙ୍କା ପ୍ରବେଶ କରିବା ପରେ ପାର୍ଲାମେଣ୍ଟ ଏକସଙ୍ଗେ ନେହେରୁ-ଗାନ୍ଧୀ ପରିବାରର ୩ ସଦସ୍ୟଙ୍କୁ ଦେଖିବାକୁ ଯାଉଛି। ପ୍ରିୟଙ୍କାଙ୍କ ମା’ ସୋନିଆ ଗାନ୍ଧୀ ପୂର୍ବରୁ ରାଜସ୍ଥାନରୁ ରାଜ୍ୟ ସଭାରେ ପ୍ରତିନିଧିତ୍ୱ କରୁଥିବାବେଳେ ତାଙ୍କ ପୂର୍ବ ଲୋକ ସଭା ଆସନ ରାଏବରେଲିରୁ ପୁଅ ରାହୁଲ ଗାନ୍ଧୀ ପ୍ରତିନିଧିତ୍ୱ କରୁଛନ୍ତି।

ବିରୋଧୀ ଦଳର ୫୨ ବର୍ଷୀୟା ନେତ୍ରୀ ପ୍ରିୟଙ୍କାଙ୍କ ଚେହେରାର ସାମଞ୍ଜସ୍ୟ ତାଙ୍କ ଜେଜେମା’ ଇନ୍ଦିରାଙ୍କ ସହ ରହିଛି। ତେଣୁ ସେ ଆଗାମୀ ର୍ନିବାଚନଗୁଡ଼ିକରେ ଏହାକୁ ପୁଞ୍ଜିକରି ନିଜ ଦଳ ପାଇଁ କେତେ ଭୋଟରଙ୍କୁ ଟାଣିପାରୁଛନ୍ତି ତାହା ର୍ନିଣ୍ଣାୟକ ହେବ। ପ୍ରିୟଙ୍କା ୨୦୦୪ ଲୋକ ସଭା ର୍ନିବାଚନରେ ରାଏବରେଲିରେ ସୋନିଆ ଓ ଅମେଠିରେ ରାହୁଲଙ୍କ ପାଇଁ ପ୍ରଚାର କରିଥିଲେ। ଏହାର ୨୦ ବର୍ଷ ପରେ ନିଜେ ସଂସଦରେ ପାଦ ଥାପିବାକୁ ଯାଉଥିବାରୁ ଦଳୀୟ ମହଲରେ ଉତ୍ସାହ ଓ ଉଦ୍ଦୀପନ ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri