ଏହି ଫିଲ୍ମରୁ ସର୍ବାଧିକ ଆୟ କରିଥିଲେ ପ୍ରିୟଙ୍କା

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁଲାଇ ୧୮ରେ ପ୍ରିୟଙ୍କା ଚୋପ୍ରାଙ୍କ ୩୮ତମ ଜନ୍ମଦିନ। ପ୍ରିୟଙ୍କା ଖାଲି ବଲିଉଡ୍‌ରେ ନୁହେଁ, ହଲିଉଡ୍‌ରେ ମଧ୍ୟ ଏକ ପରିଚିତ ନାମ। ଆଜିର ଏହି ଖାସ୍‌ ଦିନରେ ଆସନ୍ତୁ ଜାଣିବା ପ୍ରିୟଙ୍କା ବିଷୟରେ କିଛି ଖାସ୍‌ କଥା।
ପ୍ରିୟଙ୍କା ବଲିଉଡ୍‌ ବ୍ୟତୀତ ହଲିଉଡ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କୁ ଜଣେ ସଫଳ ଅଭିନେତ୍ରୀ ଭାବେ ସମସ୍ତେ ଜାଣନ୍ତି। ପ୍ରିୟଙ୍କା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି ସତ ମାତ୍ର କେତୋଟି ଫିଲ୍ମରୁ ସେ ବେଶ୍‌ କିଛି ରୋଜଗାର କରିଛନ୍ତି। ଜାଣନ୍ତୁ ଏ ସମ୍ପର୍କରେ…ବାଜିରାଓ ବାଜିରାଓ ମସ୍ତାନୀ:
୨୧୦୫ରେ ପ୍ରିୟଙ୍କାଙ୍କ ସବୁଠାରୁ ଦମ୍‌ଦାର ଫିଲ୍ମ ହେଉଛି ‘ବାଜିରାଓ ମସ୍ତାନୀ’। ଏଥିରେ ପ୍ରିୟଙ୍କାଙ୍କ ସହ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ମଧ୍ୟ ଅଭିନୟ କରିଥିଲେ। ସଞ୍ଜୟ ଲୀଲା ଭଂସାଲୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମଟି ବକ୍ସ ଅଫିସରେ ୧୮୩.୭୫ କୋଟି ଟଙ୍କା ବ୍ୟବସାୟ କରିଥିଲା।


କୃଷ୍ଣ -୩:
ହ୍ରିତିକ ରୋଶନଙ୍କ ଲୋକପ୍ରିୟ ସୁପରହିଟ୍‌ ଫିଲ୍ମ ‘କୃଷ୍ଣ-୩’ରେ ପ୍ରିୟଙ୍କା ଅଭିନୟ କରିଥିଲେ। ରାକେଶ ରୋଶନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସରେ ୧୭୫.୮୩ କୋଟି ଟଙ୍କା ଆୟ କରିଥିଲା। ଏହି ଫିଲ୍ମରେ ହ୍ରିତିକ ଏବଂ ପ୍ରିୟଙ୍କାଙ୍କ ବ୍ୟତୀତ କଙ୍ଗନା ରଣାଓ୍ବତ୍‌ ଏବଂ ବିବେକ ଓବରାଇ ପ୍ରମୁଖ ଭୂମିକାରେ ଥିଲେ।
ଅଗ୍ନି ପଥ:
୨୦୧୨ରେରେ ରିଲିଜ ହୋଇଥିବା ଫିଲ୍ମ ‘ଅଗ୍ନିପଥ’ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପ୍ରସିଦ୍ଧ ଫିଲ୍ମ ଅଗ୍ନିପଥର ରିମେକ୍‌ ଥିଲା। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ସହ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନ, ସଞ୍ଜୟ ଦତ୍ତ ଏବଂ ଋଷି କପୁର ପ୍ରମୁଖ ଅଭିନୟ କରିଥିଲେ। ଏହି ଫିଲ୍ମଟି ୧୧୯.୯୮ କୋଟି ବ୍ୟବସାୟ ଥିଲା।
ଡନ୍‌ ୨:


ଫରହାନ୍‌ ଅଖତରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରାଙ୍କ ସହ ଶାହାରୁଖ ଖାଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସେତେବଳେ ୧୦୬.୪୪ କୋଟି ଟଙ୍କା ଆୟ କରିଥିଲା। ଏହା ତାଙ୍କର ପୂର୍ବ ଫିଲ୍ମ‘ଡନ’ର ଏକ ସିକ୍ୱେଲ ଥିଲା। ପ୍ରଥମ ଫିଲ୍ମରେ ପ୍ରିୟଙ୍କା ୍‌ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।


ବର୍ଫି:
ନିର୍ଦ୍ଦେଶକ ଅନୁରାଗ ବସୁଙ୍କ ଫିଲ୍ମକୁ ବେଶ୍‌ ପସନ୍ଦ କରାଯାଇଥିଲା। ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ଅଭିନୟ ଦ୍ୱାରା ସମସ୍ତେ ବିଶେଷ ପ୍ରଭାବିତ ହୋଇଥିଲେ। ଏହି ଫିଲ୍ମଟି ୧୦୫.୫୭ କୋଟି ଟଙ୍କା ବ୍ୟବସାୟ କରିଥିଲା। ଫିଲ୍ମରେ ମୁଖ୍ୟ ଭୂମିକାରେ ରଣବୀର କପୁର ଏବଂ ଇଲିଆନା ଡିକ୍ରୁଜ ମଧ୍ୟ ଅଭିନୟ କରିଥିଲେ।

Share