ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା କାହିଁକି ସେ ବଲିଉଡ୍‌କୁ ଆଦୌ ଭୁଲି ନାହାନ୍ତି। ସୁଯୋଗ ମିଳିଲେ ସେ ବଲିଉଡ୍‌ ଗୀତରେ ଝୁମନ୍ତି। କେବଳ ଏତିକି ନୁହେଁ, ସ୍ବାମୀ ତଥା ହଲିଉଡ ଗାୟକ ନିକ ଜୋନାସ ଏବଂ ତାଙ୍କ ଭାଇମାନଙ୍କୁ ବଲିଉଡ୍‌ ଗୀତରେ ନାଚିବାକୁ ବାଧ୍ୟ କରାନ୍ତି। ନିକଟରେ ନିକ ତାଙ୍କ କନସର୍ଟ ପୂର୍ବରୁ ହ୍ରିତିକ ରୋଶନ ଏବଂ କିୟାରା ଆଡଭାନୀଙ୍କ ‘ଆୱାନ ଜୱାନ’ ଗୀତରେ ଝୁମୁଥିବାର ଦେଖାଯାଇଥିଲା। ପ୍ରିୟଙ୍କା ମଧ୍ୟ ନିକ ଏବଂ ତାଙ୍କ ଭାଇମାନଙ୍କ ସହିତ ଏକ ବଲିଉଡ ଗୀତରେ ନାଚୁଥିବାର ଦେଖାଯାଇଛି। ନିକ ଇନଷ୍ଟାଗ୍ରାମରେ ଏହାର ଏକ ଭିଡିଓ ଶେୟାର କରିଛନ୍ତି।
ସୋସିଆଲ ମିଡିଆରେ ଶେୟାର ହୋଇଥିବା ଏହି ଭିଡିଓରେ, ସମଗ୍ର ପରିବାର ‘କୁର୍ବାନି’ ଫିଲ୍ମର ସୁପରହିଟ ଗୀତ ‘ଆପ ଜୈସା କୋଇ’ର ତାଳେ ତାଳେ ନାଚୁଥିବାର ଦେଖାଯାଇଥିଲା। ଏହା ଦେଖି ତାଙ୍କ ପ୍ରଶଂସକମାମାନେ ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଏହି ଭିଡିଓ କୌଣସି ପ୍ରମୁଖ କାର୍ଯ୍ୟକ୍ରମ କିମ୍ବା ଶୁଟିଂର ନୁହେଁ, ବରଂ କନସର୍ଟ ପୂର୍ବରୁ ଏକ ମଜାଦାର ମୁହୂର୍ତ୍ତ ଥିଲା। ନିକ ଜୋନାସ ଏହାକୁ ତାଙ୍କର ‘ପ୍ରି-ଶୋ ଏନର୍ଜି ଗୀତ’ ଭାବରେ ବର୍ଣ୍ଣନା କରିଛନ୍ତି।

ଜୋନାସ ବ୍ରଦର୍ସ ପୂର୍ବରୁ ଅନେକ ଥର ବଲିଉଡ ସଙ୍ଗୀତ ଉପରେ ଆଧାରିତ ରିଲ ତିଆରି କରିଛନ୍ତି। ନିକଟରେ ସେମାନେ ରଣଭୀର ସିଂହଙ୍କ ଫିଲ୍ମ ‘ଧୂରନ୍ଧର’ର ‘ଶରାରତ’ ଗୀତରେ ନାଚିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri