ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ ମାସ କେଉଁ ତାରିଖରେ ଆସିବେ ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
ତେବେ କଂଗ୍ରେସର ସଂଗଠନକୁ ଦୃଢ କରିବାରେ ଲାଗିଛି ଦଳ । ଆଗାମୀ ଦିନରେ ରାଜ୍ୟର ୧୦ଟି ଜିଲ୍ଲାରେ ମହିଳା ସମାବେଶ କରିବ କଂଗ୍ରେସ । ତେବେ ରାଜ୍ୟରେ ବଡ଼ ମହିଳା ସମାବେଶକୁ ସମ୍ବୋଧନ କରିବ ପ୍ରିୟଙ୍କା । ତେବେ ରଣନୀତି କଣ ରହିବ ସେନେଇ କୌଣସି ସ୍ପଷ୍ଟ ହୋଇପାରି ନାହିଁ ।


