୫୨ ହଜାର ଟଙ୍କାର କୋଟ ପିନ୍ଧି ବୁଲିବାକୁ ବାହାରିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ତଥା ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଏବେ ଲଣ୍ଡନରେ ତାଙ୍କର ନ୍ୟୁ ପ୍ରୋଜେକ୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି । ସେହିଠାରେ ହିଁ ସେ ପତି ନିକ୍ ଜୋନସଙ୍କ ସହ ଟାଇମ ସ୍ପେଣ୍ଡ କରୁଛନ୍ତି ଓ ଖ୍ରୀଷ୍ଟମାସର ମଜା ଉଠାଇଛନ୍ତି । ଏବେ ସେ ପତି ନିକଙ୍କ ଜୋନସଙ୍କ ସହ ମିଶି ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି । ଫଟୋରେ ଦେଖିବାକୁ ମିଳିଛି ପ୍ରିୟଙ୍କା ହ୍ୱାଇଟ କଲରର ଏକ ଲଙ୍ଗ କୋର୍ଟ ପିନ୍ଧିଥିବା ବେଳେ ନିକ୍ ବ୍ଲାକ କଲରର ଏକ ଲଙ୍ଗ ଜ୍ୟାକେଟ ପିନ୍ଧିଛନ୍ତି । ପ୍ରିୟଙ୍କା ହ୍ୱାଇଟ କୋର୍ଟ ସହ ହ୍ୱାଇଟ ଓଟିଟି ସନଗ୍ଲାସେସ୍ କ୍ୟାରି କରିଛନ୍ତି । ପ୍ରଶଂସକଙ୍କୁ ପ୍ରିୟଙ୍କାଙ୍କ ଏହି ଲୁକ୍ସ ବେଶ୍ ପସନ୍ଦ ଆସିଛି । ତେବେ ପ୍ରିୟଙ୍କା ଯେଉଁ କୋଟ ପିନ୍ଧିଛନ୍ତି ତାହାର ଦାମ ୫୨ ହଜାର ଟଙ୍କା ବୋଲି ଜଣାପଡିଛି । ଶେଷଥର ପାଇଁ ପ୍ରିୟଙ୍କା ‘ଦ ସ୍କାଏ ଇଜ ପିଙ୍କ’ ରେ ଦେଖା ଦେଇଥିବା ବେଳେ ଏଥିରେ ତାଙ୍କ ସହ ଫରହାନ ଅଖତର ଓ ଜାୟରା ୱସିମ ମଧ୍ୟ ନଜର ଆସିଥିଲେ । ଆଗାମୀ ଦିନରେ ତାଙ୍କୁ ‘ଦ ହ୍ୱାଇଟ ଟାଇଗର’ରେ ଦେଖିବାକୁ ମିଳିବ ।

Share