ପରିଣୀତିଙ୍କ ଫଟୋରେ ଏମିତି କମେଣ୍ଟ ଦେଲେ ବଡ଼ ଭଉଣୀ

ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରା ସୋସିଆଲ ମିଡିଆରେ ପ୍ରାୟତଃ ସକ୍ରିୟ ଥାନ୍ତି। ତାଙ୍କ କ୍ୟାରିୟର ସହ ଜଡ଼ିତ ପ୍ରତ୍ୟେକ ଛୋଟ ଏବଂ ବଡ ସଫଳତାକୁ ସେ ନିଜ ପ୍ରଶଂସକଙ୍କ ସହ ବାଣ୍ଟିଥାନ୍ତି। ନିକଟରେ ପରିଣୀତି ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରିଥିଲେ। ଯେଉଁଥିରେ ତାଙ୍କ ବଡ଼ ଭଉଣୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କୁ ପ୍ରଶଂସା କରିଛନ୍ତି।
ପାରିଣୀତିଙ୍କ ଫଟୋରେ କମେଣ୍ଟ ଦେଇ ପ୍ରିୟଙ୍କା ତାଙ୍କୁ ସୁନ୍ଦର ବୋଲି କହିଥିଲା ବେଳେ ଜଣେ ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି, ତୁମେ ପ୍ରକୃତରେ ଜଣେ ଜଳ ଶିଶୁ। ଅନ୍ୟଜଣେ ତାଙ୍କ ହସକୁ ପ୍ରଶଂସା କରି ଲେଖିଥିଲେ, ବିଲିୟନ ଡଲାର ହସ।

Share