ପ୍ରିୟଙ୍କା ମିସ୍‌ ଓ୍ବାର୍ଲ୍ଡ ଜିତିବା ପରେ ତାଙ୍କୁ କୋଳାଗ୍ରତ କରି ଏମିତି କହିଥିଲେ ମା’

ଅଭିନେତ୍ରୀ ତଥା ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ୨୦୦୦ରେ ମିସ ୱାଲର୍‌ଡ ଟାଇଟଲ ହାସଲ କରିଥିଲେ। ଏହା କେବଳ ତାଙ୍କ ପାଇଁ ନୁହେଁ, ସମଗ୍ର ଭାରତ ପାଇଁ ସମ୍ମାନ ଓ ଗର୍ବର ବିଷୟ ଥିଲା। ମିସ ୱାଲର୍‌ଡ ମୁକୁଟ ପିନ୍ଧିବା ସମୟରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା ଏବଂ ପିତା ଅଶୋକ ଚୋପ୍ରା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମିସ ୱାଲର୍‌ଡ ଘୋଷଣା ପରେ ପ୍ରିୟଙ୍କାଙ୍କ ପରିବାର ସଦସ୍ୟ ଖୁସିରେ ଆତ୍ମହରା ହୋଇଯାଇଥିଲେ। କିନ୍ତୁ ଏହି ସମୟରେ ପ୍ରିୟଙ୍କାଙ୍କୁ ତାଙ୍କ ମା’ଙ୍କ ପ୍ରଶ୍ନ ବେଶ୍‌ ମଜାଦାର ଥିଲା। ୨୦ ବର୍ଷ ପୂର୍ବେ ତାଙ୍କ ଟାଇଟଲ ଜିତିବାର ସେହି ମୁହୂର୍ତ୍ତକୁ ମନେ ପକାଇ ପ୍ରିୟଙ୍କା ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ମଧୁ ଚୋପ୍ରା କହିଛନ୍ତି- ସେ ସମୟରେ ମୋ ଆଖିରୁ ଖାଲି ଲୁହ ଝରୁଥିଲା। କ’ଣ ଘଟିବ ମୁଁ ଜାଣି ନ ଥିଲି। ମୁଁ କେବଳ ତାଙ୍କୁ କୋଳାଗ୍ରତ କରିବାକୁ ଚାହୁଁଥିଲି। ଯେତେବେଳେ ମୁଁ ତାକୁ କୋଳାଗ୍ରତ କଲି, ମୁଁ ମୁର୍ଖତାର ସହ ଏକ କଥା କହିଥିଲି। ସେତେବେଳେ ମୁଁ ଏହା କହିବା ଉଚିତ୍‌ ଥିଲା ଯେ ତୁ ମିସ ୱାଲର୍‌ଡ ହୋଇଥିବାରୁ ମୁଁ ବହୁତ ଖୁସି କିନ୍ତୁ ଏହା କହିବା ପରିବର୍ତ୍ତେ ଆଗକୁ ତୋର ପାଠପଢା କ’ଣ ହେବ ବୋଲି ପଚାରିଥିଲି ବୋଲି ମଧୁ କହିଛନ୍ତି।
ପ୍ରିୟଙ୍କାଙ୍କ ଶେଷ ଥର ପାଇଁ ଦି ସ୍କାଏ ଇଜ୍‌ ପିଙ୍କ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ସେ ଫରହାନ ଅଖତରଙ୍କ ସହ କାମ କରିଥିଲେ। ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ ଦ ହ୍ବାଇଟ ଟାଇଗରରେ ରାଜକୁମାର ରାଓଙ୍କ ସହ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିବ।

Share