ବାଇଡେନ-କମଲାଙ୍କ ବିଜୟକୁ ନେଇ ଖୁସି ପ୍ରକାଶ କଲେ ପ୍ରିୟଙ୍କା କହିଲେ ବଡ ସ୍ୱପ୍ନ ଦେଖ

ମୁମ୍ବାଇ: ବଲିଉଡ୍ ତଥା ହଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନସ୍ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି । ଜୋ ବାଇଡେନ୍ ଆମେରିକାର ରାଷ୍ଟ୍ରପତି ହେବାକୁ ଯାଉଥିବା ବେଳେ ଭାରତୀୟ ମୂଳ ବାସିନ୍ଦା କମଲା ହାରିସ୍ ପ୍ରଥମ ମହିଳା ଭାବେ ଆମେରିକାର ଉପରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାକୁ ଯାଉଛନ୍ତି । ଏଥିରେ ନିଜର ଖୁସି ପ୍ରକାଶ କରି ପ୍ରିୟଙ୍କା ଉଭୟଙ୍କ୍‌ୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ଆମେରିକାବାସୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି । ପ୍ରିୟଙ୍କା ଲେଖିଛନ୍ତି ରାଷ୍ଟ୍ରପତି ନିର୍ବାଚନ ପରେ ସ୍ପଷ୍ଟ ହୋଇଛି ଗଣତନ୍ତ୍ରର ଶକ୍ତି କେତେ । ଏହାସହ ଆମେରିକାର ଏହି ନିର୍ବାଚନକୁ ନେଇ ଏକ ଭଲ ଅନୁଭୁତି ସାଉଁଟିବା କହିଛନ୍ତି ପ୍ରିୟଙ୍କା । କମଲାଙ୍କ ବିଜୟକୁ ନେଇ ସେ କହିଛନ୍ତି ମହିଳାମାନେ ବଡ ସ୍ୱପ୍ନ ଦେଖନ୍ତୁ କାରଣ ଭବିଷ୍ୟତରେ କିଛି ବି ଘଟିପାରେ । ଯାହା କମଲାଙ୍କ କ୍ଷେତ୍ରରେ ଘଟିଲା । ସୂଚନାଯୋଗ୍ୟ, ପ୍ରିୟଙ୍କା ଏବେ ଆମେରିକାରେ ନିଜ ଶାଶୁଘରେ ରହୁଥିବା ବେଳେ ସେଠାରେ ସେ କିଛି ଫିଲ୍ମ ଶୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି ।

Share