ବଲିଉଡ୍ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି। ଫ୍ୟାଶନ କଥା ଆସିଲେ ସେ ଅତୁଳନୀୟ। ନିକଟରେ ପ୍ରିୟଙ୍କା ପ୍ୟାରିସରେ ହାଉଟ କାଉଚର ସପ୍ତାହ ଶରତ/ଶୀତ ୨୦୨୬-୨୭ (Haute Couture Week Fall/Winter 2026-27)ରେ ଯୋଗ ଦେଇଥିଲେ। ସେ ଏକ କମଳା ରଙ୍ଗର ଡାୟୋର୍ ଡ୍ରେସ ପିନ୍ଧିଥିଲେ। ଏହି ପୋଷାକ ତାଙ୍କୁ ଏତେ ସୁନ୍ଦର ଭାବରେ ସୁଟ କରିଥିଲା ଯେ, ଯିଏ ଏହି ଲୁକ ଦେଖିଲା ସେ ପ୍ରତିକ୍ରିୟା ନ ଦେଇ ରହିପାରି ନ ଥିଲେ।
ଏହି ଫ୍ୟାଶନ ଇଭେଣ୍ଟ ପାଇଁ ସେ ‘ଡାୟୋର୍ କ୍ରୁଜ ୨୦୨୭’ କଲେକ୍ସନରୁ ଏକ କମଳା ମିଡି ଡ୍ରେସ ବାଛିଥିଲେ। ସେ ଏହି ପୋଷାକରେ ଆହୁରି ଗ୍ଲାମରସ ଏବଂ ସୁନ୍ଦର ଦେଖାଯାଉଥିଲେ। ସେ ତାଙ୍କ ସ୍ବାମୀ ତଥା ପପ ଷ୍ଟାର ନିକ ଜୋନାସ ସହିତ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ।
ପ୍ରିୟଙ୍କା ନିକଟରେ ହଲିଉଡ ଫିଲ୍ମ ‘ଦି ବ୍ଲଫ’ ପାଇଁ ଚର୍ଚ୍ଚାରେ ଥିଲେ। ଏଥିରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟିକୁ ଦର୍ଶକଙ୍କଠାରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା। ‘ଦେଶୀ ଗାର୍ଲ’ ମଧ୍ୟ ଦୀର୍ଘ ଦିନ ପରେ ଭାରତୀୟ ସିନେମାକୁ ଫେରିବାକୁ ଯାଉଛନ୍ତି। ସେ ଏସ.ଏସ. ରାଜାମୌଲିଙ୍କ ପ୍ୟାନ-ଇଣ୍ଡିଆ ଫିଲ୍ମ ‘ବାରାଣସୀ’ରେ ମହେଶ ବାବୁଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି। ଏହାସହ ସେ ପ୍ରାଇମ ଭିଡିଓ ସିରିଜ ‘ସିଟାଡେଲ ସିଜିନ ୨’ରେ ମଧ୍ୟ ଦେଖାଯିବେ। ଏହା ସହିତ ତାଙ୍କର ‘ହେଡ୍ସ ଅଫ ଷ୍ଟେଟ’ ଏବଂ ‘ରିସେଟ’ ଭଳି ହଲିଉଡ ପ୍ରୋଜେକ୍ଟ ଲାଇନରେ ଅଛି।