କାହିଁକି ଝିଅର ନାମ ମାଳତି ମେରୀ ରଖିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଝିଅକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପ୍ରିୟଙ୍କା ଓ ତାଙ୍କ ପତି ନିକ୍ ଜୋନସ ସରୋଗେସି ମାଧ୍ୟମରେ ଝିଅକୁ ସ୍ୱାଗତ କରିଥିଲେ ।ଏ ବେ ଏହି ଝିଅ ଷ୍ଟାର କପୁଲଙ୍କୁ ଖୁବ୍ ଖୁସି ଦେଉଛି । ଏବେ ଝିଅର ନାମକରଣ ବି ସରିଛି । ମିଳିଥିବା ସୂଚନା ଅନୁଯାୟୀ, ପିସି ତାଙ୍କ ଝିଅର ନାଁ ରଖିଛନ୍ତି ମାଳତି ମେରୀ ଚୋପ୍ରା ଜୋନସ । ମାତଳି ଏକ ସୁନ୍ଦର ଫୁଲ ହୋଇଥିବା ବେଳେ ଏହାର ସୁଗନ୍ଧ ବି ବେଶ ମନଲୋଭା । ସଂସ୍କୃତ ମୂଳ ଭାଷାର ଏହି ଶବ୍ଦର ଅର୍ଥ ମଧ୍ୟ ଚନ୍ଦ୍ର । ଅନ୍ୟପଟେ ମେରୀର ଅର୍ଥ ସମୁଦ୍ରରୁ ଆସୁଥିବା ଆଲୋକ, ପ୍ରଭୁ ଯିଶୁଙ୍କ ମାଆଙ୍କ ନାମ ବି ମେରୀ । ତେବେ ପ୍ରିୟଙ୍କା ତାଙ୍କ ଝିଅର ଏମିତି ନାମକରଣ କରିବା ପଛରେ କିଛି ରହସ୍ୟ ରହିଛି । କୁହାଯାଉଛି ଶିଶୁଟିର ନାଁ ଉଭୟ ଜେଜେମା ଓ ଆଇଙ୍କ ନାମକୁ ମିଶାଇ ଦିଆଯାଇଛି । ତେବେ ପ୍ରିୟଙ୍କା ଚୋପ୍ରାଙ୍କ ମାଆଙ୍କ ନାମ ହେଉଛି ଡା. ମଧୁ ମାଳତି ଚୋପ୍ରା ଆଉ ନିକ ଜୋନସଙ୍କ ମାଆଙ୍କ ପୁରାନାମ ହେଉଛି ଡେନିସ ମେରୀ ଜୋନସ । ତେଣୁ ଏମାନଙ୍କ ନାମକୁ ମିଶାଇ ପ୍ରିୟଙ୍କା ତାଙ୍କ ଝିଅର ନାମ ରଖିଥିବା ଆଲୋଚନା ହେଉଛି । ତେବେ ମାଳତି ରାତି ପ୍ରାୟ ୮ଟାରେ ଜନ୍ମ ନେଇଥିବାରୁ ମାଳତି ଫୁଲ ରାତିରେ ଫୁଟୁଥିବାରୁ ପିସି ଏହି ନାମକୁ ପସନ୍ଦ କରିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ପିସି ଓ ନିକଙ୍କ ଝିଅର ଜନ୍ମ ୧୮ ଜାନୁୟାରୀରେ ହୋଇଥିଲା । ଏ ସମ୍ପର୍କରେ ପିସି ୨୨ ଜାନୁୟାରୀରେ ସୂଚନା ଦେଇଥିଲେ ।

Share