ଭୁବନେଶ୍ୱରର ଏହି ମେଡିକାଲରେ ନର୍ସଙ୍କୁ ଯୌନ ନିର୍ଯାତନା ଅଭିଯୋଗ: ମେଡିକାଲ ଆସିଷ୍ଟାଣ୍ଟଙ୍କ ବିରୋଧରେ ଏତଲା

ଭୁବନେଶ୍ୱର,୫।୧୧: ରାଜଧାନୀର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂହୋମରେ ଜଣେ ବରିଷ୍ଠ ଷ୍ଟାଫ୍ ନର୍ସଙ୍କୁ କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ବଳାତ୍କାର ଧମକ ଏବଂ ମାନସିକ ନିର୍ଯାତନା ଦିଆଯାଇଥିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗତ ଅକ୍ଟୋବର ୨୫ ତାରିଖରେ ଏହି ଘଟଣା ଘଟିଥିବା ବେଳେ ମହିଳା ଜଣକ ଆଜି ଏତଲା ଦେବା ପରେ ଘଟଣାଟି ଲୋକଲୋଚନକୁ ଆସିଛି।

ଅଭିଯୋଗ ଅନୁଯାୟୀ, ନର୍ସିଂହୋମର ଜଣେ ନ୍ୟୁରୋଲୋଜି ମେଡିକାଲ ଆସିଷ୍ଟାଣ୍ଟ ତାଙ୍କୁ ଯୌନ ନିର୍ଯାତନା ଦେବା ସହ ମାନସିକ ନିର୍ଯାତନା ଦେଇଥିଲେ। ପୂର୍ବରୁ ଏକ ଅସ୍ତ୍ରୋପଚାରକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଉକ୍ତ ଆସିଷ୍ଟାଣ୍ଟ୍ ଏବଂ ଅନ୍ୟ କିଛି ସହକର୍ମୀ ତାଙ୍କ ଉପରେ ରାଗ ରଖିଥିବା କର୍ମଚାରୀ ଜଣକ କହିଛନ୍ତି।

ପୀଡ଼ିତା କହିଛନ୍ତି ଯେ, ଅଭିଯୁକ୍ତ ଏବଂ ତାଙ୍କ ସହକର୍ମୀମାନେ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଏହି ଘଟଣାକୁ ପ୍ରକାଶ କଲେ ଅପହରଣ, ବଳାତ୍କାର ଏବଂ ଗୁଳି ମାରିଦେବାକୁ ଧମକ ଦେଇଥିଲେ।

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ସେ ଘଟଣା ସମ୍ପର୍କରେ ଜଣାଇବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଅଭିଯୁକ୍ତଙ୍କ ସହ ମିଶି ତାଙ୍କ ଦରମା ବନ୍ଦ କରିଦେଲେ ଏବଂ ତାଙ୍କୁ ଚାକିରି ଛାଡ଼ିବାକୁ କହିଲେ। ଘଟଣାକୁ ସପ୍ତାହେରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ହସ୍ପିଟାଲର ଆଭ୍ୟନ୍ତରୀଣ କମିଟି (Internal Committee) ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି।

ପୀଡ଼ିତାଙ୍କ ଏତଲା ଭିତ୍ତିରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପୀଡ଼ିତା ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଅତୀତରେ ମଧ୍ୟ ହସ୍ପିଟାଲର ଅନେକ ଜୁନିଅର ଷ୍ଟାଫ୍ ନର୍ସଙ୍କୁ ସମାନ ପ୍ରକାରର ନିର୍ଯାତନାର ସାମ୍ନା କରିବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ

ଭୁବନେଶ୍ୱର,୧୬।୩: ଓଡ଼ିଶା ପାଇଁ ଏକ ବଡ଼ ଖବର। ରାଜ୍ୟରେ ଗଡ଼ିବ ବିକାଶର ଗାଡ଼ି। ପଶ୍ଚିମବଙ୍ଗର ଖଡ଼ଗପୁରରୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ସଂଯୋଗ କରୁଥିବା ହାଇସ୍ପିଡ୍ କରିଡର ଏବେ ଓଡ଼ିଶାର…

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଗୋଟେ ଚୁଟ୍‌କିରେ ବଦଳିଗଲା ରାଜ୍ୟ ସଭା ଗଣିତ: କ’ଣ ଭାବିଥିଲେ, କ’ଣ ହେଲା…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ଭାଜପାର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri