ଘରୋଇ ଡାକ୍ତରଖାନା, କ୍ୱାକ୍‌ଙ୍କ ଦ୍ୱାରା ରୋଗୀ ଶୋଷିତ

କେନ୍ଦ୍ରାପଡ଼ା,୩୧ା୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସ୍ବାସ୍ଥ୍ୟସେବା ସମସ୍ୟାର ଅନ୍ତ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ। ଉପାନ୍ତଠାରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭିତ୍ତିଭୂମୀ ଅଭାବରୁ ରୋଗୀଙ୍କୁ ଏବେ କଟକ ବଡ଼ ଡାକ୍ତରଖାନା ଯିବାକୁ ରେଫର କରାଯାଉଛି। ଏହାର ଫାଇଦା ଜିଲାରେ ଗଢ଼ି ଉଠିଥିବା ଘରୋଇ ନର୍ସିଂହୋମ ଓ ଉପାନ୍ତ ଅଞ୍ଚଳରେ କ୍ୱାକମାନେ ନେଉଛନ୍ତି। ନର୍ସିଂହୋମରେ ସରକାରୀ ଡାକ୍ତରଖାନାର ଡାକ୍ତର ଓ କେତେଜଣ ଅଣ ଚିକିତ୍ସକ ଚିକିତ୍ସା କରୁଥିବା ଅଭିଯୋଗ ହେଉଛି। ନର୍ସିଂହୋମରେ କେତେକ ନିର୍ଦ୍ଦିଷ୍ଟ ଫାର୍ମା କମ୍ପାନୀ ଏହି ପ୍ରକାର ଚିକିତ୍ସକଙ୍କୁ ଧରି ଏବେ ନିଜର ଫାଇଦା ଉଠାଉଛନ୍ତି। ସେହିପରି ଉପାନ୍ତ ଅଞ୍ଚଳର କ୍ୱାକମାନେ ରୋଗୀଙ୍କୁ ଦେଉଥିବା ଔଷଧ ଉପରେ ଜିଲା ପ୍ରଶାସନର କୌଣସି ନିୟନ୍ତ୍ରଣ ରହୁନାହିଁ। କ୍ୱାକ ଓ ଔଷଧ ସମ୍ପର୍କରେ ତନଖି ନ ହେବାରୁ ରୋଗୀ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ବୋଲି ବିଭିନ୍ନ ବର୍ଗର ଲୋକ ମତଦେଇଛନ୍ତି।
ଏ ସମ୍ପର୍କରେ ସାମାଜିକ କର୍ମୀ ମନୋଜ ନାୟକ ଗତ ୫ ଦିନ ପୂର୍ବର ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ସେ କହିଛନ୍ତି, ଡେରାବିଶ ଅଞ୍ଚଳର ଜଣେ ପ୍ରସୂତିଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଡାକ୍ତର କହିଲେ ପ୍ରସୂତୀଙ୍କ ଅପରେଶନ ଆବଶ୍ୟକ। ସଂଜ୍ଞାହୀନ କରିବା ଏଠାରେ ସମ୍ଭବ ନ ଥିବାରୁ କଟକ ରେଫର କଲେ। ତେବେ ଆମେ ନିକଟସ୍ଥ ନର୍ସିଂହୋମରେ ସେହି ଡାକ୍ତରଖାନାର ଡାକ୍ତର ଅପରେଶନ କରୁଥିବା ଦେଖିଲୁ। ରାଜ୍ୟ ସରକାରଙ୍କ କଡା କଟକଣାକୁ ବେଖାତିର କରି ୪ରୁ ଅଧିକ ଆଶାକର୍ମୀଙ୍କୁ ଏହି ନର୍ସିଂହୋମରେ ପାଇଲୁ। ଜିଲା ମୁଖ୍ୟ ଚିକତ୍ସାଳୟରେ ଏହି ବିଭାଗରେ ୫ ଜଣ ଡାକ୍ତର ନିଯୁକ୍ତ ହେଉଥିଲେ ମଧ୍ୟ ରୋଗୀଙ୍କୁ ରେଫର କରାଯାଉଛି। ଏଥିପାଇଁ ସହରରେ ଥିବା ୯ ନର୍ସିଂହୋମ ସୁରୁଖରୁରେ ଚାଲିଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ସେହିପରି ସହରର ମାଧପୁରସ୍ଥ ସାମାଜିକ କର୍ମୀ ଗୌତମ ସାହୁ କହିଛନ୍ତି, ସୁପରିଚାଳନା ପାଇଁ ମୁଖ୍ୟ ଚିକିତ୍ସାଳୟରେ ଡିସ୍‌ପ୍ଲେ ବୋର୍ଡ ଅଛି। ଏହି ବୋର୍ଡରେ କର୍ମଚାରୀଙ୍କ ନାମ, କର୍ତ୍ତବ୍ୟ ସମୟ ଓ ମୋବାଇଲ ନମ୍ବର ରହୁନାହିଁ। ଡାକ୍ତରମାନେ ଏହାର ସୁବିଧା ନେଇ ସକାଳ ୫ଟାରେ ଆଉଟଡୋର କାମ ସାରି ଘରୋଇ ଚିକିତ୍ସାରେ ବ୍ୟସ୍ତ ରହୁଛନ୍ତି। ଜିଲା ପ୍ରଶାସକ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଆଉଟଡୋରରେ ପ୍ରବଳ ଭିଡ ହେଉଛି। ଅପରପକ୍ଷେ ଗ୍ରାମାଞ୍ଚଳ ପିଏଚ୍‌ସି ଓ ସିଏଚ୍‌ସିରେ ପ୍ରତିଦିନ ୬ ଘଣ୍ଟା କାର୍ଯ୍ୟ କରିବା ନିୟମ ରହିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ସପ୍ତାହରେ ଏକକାଳୀନ ୩ ଦିନ ରହି ନିଜର ୪୨ ଘଣ୍ଟାର କର୍ତ୍ତବ୍ୟ ସାରିଥିବା ପ୍ରକାଶ କରୁଛନ୍ତି। ଏଥିପାଇଁ ଉପାନ୍ତ ଅଞ୍ଚଳର ରୋଗୀ ବାଧ୍ୟ ହୋଇ କ୍ୱାକଙ୍କ ହାବୁଡରେ ପଡୁଛନ୍ତି। ବୁଦ୍ଧିଜୀବୀ ଲକ୍ଷ୍ମୀକାନ୍ତ ନାୟକ କହିଛନ୍ତି, କେନ୍ଦ୍ରାପଡ଼ା ଜିଲା ରୋଗୀଙ୍କ ଭାଗ୍ୟ ରେଫରରେ ସୀମିତ। ତେବେ ସରକାରୀ ଡାକ୍ତରଖାନାରେ କେଉଁ ଭିତ୍ତିଭୂମୀ ନ ଥିବାରୁ ରୋଗୀମାନଙ୍କୁ ରେଫର କରାଯାଉଛି, ସେ ସମ୍ପର୍କରେ ଉଲ୍ଲେଖ ରହୁନାହିଁ। ଫଳରେ ଜିଲା ସ୍ବାସ୍ଥ୍ୟସେବାର ଆବଶ୍ୟକ ଭିତ୍ତିଭୂମୀକୁ ସଜଡା ଯାଇପାରୁନାହିଁ। ସାଧାରଣ ଭାବେ ହାଡ ଭଙ୍ଗା ରୋଗୀଙ୍କ ପ୍ଲାଷ୍ଟର ହେଉନାହିଁ। ବିଭିନ୍ନ ସମୟରେ ଏକ୍ସରେ, ଅଲଟ୍ରାସାଉଣ୍ଡ ଆଦି ମେଶିନ ଚଳାଇବାକୁ କର୍ମଚାରୀ ମିଳୁନାହାନ୍ତି। ଡାକ୍ତର ଓ କର୍ମଚାରୀ ଅଭାବ ଦର୍ଶାଇ ରେଫର କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ଭିତ୍ତିଭୂମୀ ସଜାଡିବାରେ ଅଣହେଳା ହେଉଛି। ପ୍ରତିଦିନ ଜିଲାପାଳ ଓ ସିଡିଏମ୍‌ଓଙ୍କ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ଗସ୍ତ ହେଲେ ଏହାର ସମାଧାନ ହୋଇ ପାରନ୍ତା ବୋଲି ସେ ମତ ଦେଇଛନ୍ତି।
ଏ ସମ୍ପର୍କରେ ଏଡିଏମ୍‌ଓ ଡା. ସଚ୍ଚିଦାନନ୍ଦ ମିଶ୍ର କହିଛନ୍ତି, ଗତ ବର୍ଷକ ମଧ୍ୟରେ ଜିଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯଥେଷ୍ଟ ଉନ୍ନତି ଆସିଛି। ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ନିୟୋଜନ ଓ ଚିକିତ୍ସା ସେବାକୁ ମନିଟରିଂ କରାଯାଉଛି। ଏହାବ୍ୟତୀତ ଜିଲାରେ ଘରୋଇ ଚିକିତ୍ସା ଅନୁଷ୍ଠାନର ବ୍ୟତିକ୍ରମ ସମ୍ପର୍କରେ କୌଣସି ଅଭିଯୋଗ ଆସିଲେ ତଦନ୍ତ ସହ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

ଗୋଆରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଗଜପତି,୯।୧୨(ଗିରିଧାରୀ ପରିଛା): କାମଧନ୍ଦା ନ ପାଇ ଗୋଆକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମୃତକ ହେଲେ ମୋହନା...

ବଡ଼ ବୟାନ ଦେଲେ ଗାଙ୍ଗୁଲି, କହିଲେ ସୂର୍ଯ୍ୟକୁମାର ଯାଦବ ନୁହେଁ ଏହି ଖେଳାଳିଙ୍କୁ ଦିଆଯାଉ ଟିମ ଇଣ୍ଡିଆର ଟି-୨୦ କ୍ୟାପଟେନଶିପ

ନୂଆଦିଲ୍ଲୀ,୯।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଆଜି, ଡିସେମ୍ବର ୯,୨୦୨୫ରେ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ...

ସୋନିଆଙ୍କୁ ନୋଟିସ ଜାରି, ନାଗରିକତା ବିନା ଭୋଟର ତାଲିକାରେ ନାମ ଉପରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ ସୋନିଆ ଗାନ୍ଧୀଙ୍କୁ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ନାଗରିକତା ନ...

ପୋଡ଼ାଜଳା ପରେ ଏମ୍‌ଭି-୨୬ ଗାଁ ଛାଡୁଛନ୍ତି ଲୋକେ

ମାଲକାନଗିରି,୯।୧୨: ମାଲକାନଗିରି ଜିଲା କୋରୁକୋଣ୍ଡା ଥାନା ଅଧୀନ ଡୁଡ଼ାମେଟଲା ନଦୀ ନିକଟରୁ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଜବତ ଘଟଣା ପରେ ରାଖେଲଗୁଡ଼ା ଏବଂ ଏମ୍‌ଭି...

ମୋର୍ଚ୍ଚା ସଭାପତି ଘୋଷଣା କଲା ଭାଜପା: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର,୯।୧୨: ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ମଙ୍ଗଳବାର ବିଭିନ୍ନ ଜିଲା ପାଇଁ ମୋର୍ଚ୍ଚା ସଭାପତି, ଜିଲା ପ୍ରଭାରୀ ଏବଂ ଅନ୍ୟାନ୍ୟ ନାମ ଘୋଷଣା କରାଯାଇଛି। ଅଭିଳାଷ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri