ଘରୋଇ ବସ୍‌ ଧର୍ମଘଟରେ ହନ୍ତସନ୍ତ ହେଲେ ଯାତ୍ରୀ 

ଉମରକୋଟ, ୨।୧୦ (ସନ୍ତୋଷ ଶତପଥୀ): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ଓ ଅବିଭକ୍ତ କୋରାପୁଟ ଘରୋଇ ବସ୍‌ ମାଲିକ ସଂଘର ୨୪ ଘଣ୍ଟିଆ ବନ୍ଦ ଡାକରାକୁ ଉମରକୋଟ ବସ୍‌ ମାଲିକ ସଂଘ ସମର୍ଥନ ଜଣାଇଛି। ଫଳରେ ସୋମବାର ପ୍ରାୟ ୬୦ରୁ ଊର୍ଦ୍ଧ୍ୱ ବସ୍‌ ଚଳାଚଳ କରି ନ ଥିଲା। ସରକାରୀ ବସ ଚଳାଚଳ ସ୍ବାଭାବିକ ଥିଲା। କିନ୍ତୁ ଯେତିକି ପରିମାଣରେ ସରକାରୀ ବସ ଚଳାଚଳ କରୁଛି ସେତିକି ପର୍ଯ୍ୟାପ୍ତ ନ ଥିଲା। ବନ୍ଦ ଫଳରେ ଅନେକ ଯାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।
ଏ ବିଷୟରେ ଜାଣି ନ ଥିବା ନବରଙ୍ଗପୁର, ଡାବୁଗାଁ, ବୋରିଗୁମ୍ମା, ଜୟପୁର ଯିବା ପାଇଁ ଗ୍ରାମାଞ୍ଚଳରୁ ଯାତ୍ରୀମାନେ ଉମରକୋଟ ଆସିଥିଲେ। ହେଲେ ବସ୍‌ ନ ପାଇ ସେମାନେ ଅନ୍ୟ ବ୍ୟବସ୍ଥା କରି ଗନ୍ତବ୍ୟ ସ୍ଥଳକୁ ଯାଇଛନ୍ତି। ସେହିଭଳି କେତେଜଣ ଯାତ୍ରୀଙ୍କ ପାଖରେ ଅଟୋ ବା ଭଡ଼ା ଗାଡିରେ ଯିବା ପାଇଁ ପର୍ଯ୍ୟାପ୍ତ ଟଙ୍କା ନ ଥିବା ଯୋଗୁ ସେମାନେ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରି ବସିଥିଲେ।
ଲକ୍ଷ୍ମୀ ଯୋଜନାରେ ବାହାର ରାଜ୍ୟର ଏକ ଘରୋଇ କମ୍ପାନୀରୁ ସରକାର ବସ୍‌ ଆଣି ବିଭିନ୍ନ ପଞ୍ଚାୟତରୁ ଭୁବନେଶ୍ୱର ଯାଏ ଚଳାଇବାକୁ ଯୋଜନା କରୁଛନ୍ତି। ଏହାର ବିରୋଧ କରାଯାଉଛି ବୋଲି ଉମରକୋଟ ବସ୍‌ ମାଲିକ ସଂଘ ସମ୍ପାଦକ ପେଣ୍ଡ୍ରା ରାଓ ସୂଚନା ଦେଇଛନ୍ତି। ଏଥିସହ ଘରୋଇ ବସ୍‌ ମାଲିକ ସଂଘର ରହିଥିବା ଅନ୍ୟ ଦାବି ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି। ନୂଆ ବସ୍‌ଷ୍ଟାଣ୍ଡସ୍ଥିତ ଅଫିସ ସମ୍ମୁଖରେ ବସ ମାଲିକ ଓ କର୍ମଚାରୀମାନେ ଧାରଣାରେ ବସିଥିଲେ। ସଂଘ ସଭାପତି ଅଶୋକ ବିଶ୍ବାଳ, ସମ୍ପାଦକ ଏମ୍‌. ପେଣ୍ଡରା ରାଓ, ଉପସଭାପତି ରଶ୍ମିକାନ୍ତ ମହାନ୍ତି, କୋଷାଧ୍ୟକ୍ଷ ଶିବରାମ ଶତପଥୀ, ବସ୍‌ ମାଲିକ ଉତ୍ତମ ମଣ୍ଡଳ, ଭବତୋଷ ମଣ୍ଡଳ, ପ୍ରକାଶ ସାହୁ, ନୀଳକଣ୍ଠ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

୧୧ କେଭି ତାରରେ ଲାଗି ୩ ଦଣ୍ଡୁଆ ମୃତ, ୨ ଗୁରୁତର

ଢେଙ୍କାନାଳ, ଅନୁଗୋଳ, ୧୨ା୪ (ରତନ ନାୟାର/ଜ୍ୟୋତିରଞ୍ଜନ ସାହୁ): ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅଧୀନ ପାଟଳା ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ଦୁଃଖଦ ଘଟଣା…

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ସଚେତନ ନାଗରିକ ମଞ୍ଚ ନୂତନ ସଭାପତି ହେଲେ ଗୋବିନ୍ଦ ବନଛୋର, ଛୁଟିଲା ଶୁଭେଚ୍ଛାର ସୁଅ

କେସିଙ୍ଗା,୧୨ା୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଅଗ୍ରଣୀ ସାମାଜିକ ସଂଘ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂତନ ସଭାପତି ଭାବେ ପୂର୍ବତନ କେସିଙ୍ଗା ଏନଏସି ଉପାଧ୍ୟକ୍ଷ ଗୋବିନ୍ଦ ବନଛୋର…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri