ଗଞ୍ଜାମ,୧୨ା୫(ବିଦ୍ୟାଧର ସାହୁ): ଜିଲା ସଦର ମହକୁମା ଛତ୍ରପୁରଠାରୁ ପୁରୁଷୋତ୍ତମପୁର ରାସ୍ତାରେ ଯାତ୍ରୀବାହୀ କ୍ୟାଣ୍ଟର ଓ ବସ୍ଗୁଡ଼ିକର ମନମାନି ଯୋଗୁ ଅନେକ ସମୟରେ ଅପେକ୍ଷାରତ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ହେଉ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଯାଇଥିବା ଯାତ୍ରୀ ଗାଡ଼ିକୁ ଅପେକ୍ଷା କରି ନିର୍ଦ୍ଧାରିତ ଗାଡ଼ିରେ ବସିଲା ବେଳକୁ ଗାଡ଼ି ନିର୍ଦ୍ଧାରିତ ସ୍ଥଳକୁ ନ ଯାଇ ଅଧା ରାସ୍ତାରେ ଯାତ୍ରୀକୁ ଛାଡ଼ିଦେବା ଅନେକ ସମୟରେ ଘଟୁଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି। ଫଳରେ ଏହି ଗ୍ରୀଷ୍ମ କାଳରେ ଗରମରେ ଯାତ୍ରୀ ଅସୁବିଧାରେ ସମ୍ମୁଖୀନ ହୁଅନ୍ତି।
ଛାତ୍ରୀଛାତ୍ର ବିଦ୍ୟାଳୟ, ମହାବିଦ୍ୟାଳୟ ଓ ରୋଗୀ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ଯିବା ଆସିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l ଛତ୍ରପୁରରେ ଥିବା ପୁରୁଷୋତ୍ତମପୁର ବସ୍ ପାଇଁ କିଛି ସୂଚନାଫଳକ ନ ଥିବା ବେଳେ ବସ୍ କର୍ମଚାରୀଙ୍କ ନିଷ୍ପତ୍ତି ହିଁ ନିର୍ଦ୍ଧାରିତ ସମୟ ବୋଲି ଧରାଯାଏ l ଛତ୍ରପୁରରୁ ପୁରୁଷୋତ୍ତମପୁର ମଧ୍ୟରେ ଡାଇରେକ୍ଟ କୌଣସି ସରକାରୀ ବସ୍ ଚଳାଚଳ ନ ହେବା ଫଳରେ ଘରୋଇ ବସ୍ବାଲାଙ୍କ ଏଭଳି ମନମାନି ଦେଖିବାକୁ ମିଳୁଛି। ଏଥିପାଇଁ ସରକାରୀ କର୍ତ୍ତୃପକ୍ଷ କୌଣସି ନିର୍ଦ୍ଦେଶନାମା ଜାରି କରି ନାହାନ୍ତି। ତେଣୁ ଏହି ରାସ୍ତାରେ ସରକାରୀ ବସ୍ ଚଳାଚଳ ପାଇଁ ବ୍ୟବସ୍ଥା କରିବା ସହ ଘରୋଇ ବସ ଚଳାଚଳରେ ନିର୍ଦ୍ଦିଷ୍ଟ ନିୟମ କଡ଼ାକଡ଼ି କରିବାକୁ ନିୟମ ପ୍ରସ୍ତୁତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Posted inHome Left, ଆମ ଜିଲା ଖବର, ଗଞ୍ଜାମ View All
ରେଞ୍ଜର ରାଜେନ୍ଦ୍ର ସାମନ୍ତରାୟଙ୍କ ଘରେ ଚଢ଼ାଉ, ଏକକାଳୀନ ୫ଟି ସ୍ଥାନରେ ରେଡ୍
ଜଗତସିଂହପୁର: ସକାଳୁ ସକାଳୁ ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଜଗତସିଂହପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । ଆୟ ବହିର୍ଭୂତ ସଂପତ୍ତି...
କାର୍ରେ ଗଞ୍ଜେଇ ଚାଲାଣ କରୁଥିଲେ ଦମ୍ପତି, ମାଡିବସିଲା ପୋଲିସ, ତା’ପରେ…
ମୋହନା,୨୦।୧୨( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ଥାନା ନଳାଘାଟ ଗାଁ ନିକଟରେ କାର୍ ସହ ୨୬ କିଲୋ ଗଞ୍ଜେଇ ଜବତ ହୋଇଛି। ଗଞ୍ଜେଇ...
କେଉଁ ଗଛ ଲଗାଇବା
ପରିବେଶ ଉପରେ ବୃକ୍ଷହାନିର ପ୍ରତିକୂଳ ପ୍ରଭାବକୁ ଦୂର କରିବା ପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ମାତ୍ର କେଉଁ ସ୍ଥାନ...
ଆଶା ନିରାଶାର ଖେଳ
ଆଶା ଭବିଷ୍ୟତର ସୂଚକ। ଆଶାର ଅନାଗତ ସ୍ବରୂପ ମଣିଷର ପରିକଳ୍ପନା ମାତ୍ର। ସେହି ଆଶାର ସାମୟିକ ଝଲକ ତାକୁ ବର୍ତ୍ତମାନର କର୍ମ ସମ୍ପାଦନ ପାଇଁ ଉତ୍ସାହିତ...
ଦାରିଙ୍ଗବାଡିରେ ଅସମ୍ଭାଳ ଜାଡ଼, ୨ ଦିନିଆ ଛୁଟି କାଟିବାକୁ ପର୍ଯ୍ୟଟକଙ୍କ ଭିଡ଼
ଦାରିଙ୍ଗବାଡି,୨୦।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡି୍ରେ ପୁଣି ଶନିବାର ଶୀତର ପ୍ରକୋପ ବୃଦ୍ଧି ପାଇଛି। ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଥିବା...
ବାହ୍ୟ ସୁରକ୍ଷାର ପୁନର୍ବିଚାର
ରାହୁଲ ରାସଗୋତ୍ରାଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଭାବରେ ପୋର୍ଟ ଲୁଇସ୍ (ମରିସସ୍ ରାଜଧାନୀ)କୁ ପଠାଇବା ଏକ ନିୟମିତ ଘୋଷଣା ନ ଥିଲା, ବରଂ ଥିଲା...
IND vs SA: ଅଷ୍ଟ୍ରେଲିଆର ରେକର୍ଡ ଭାଙ୍ଗିଲା ଇଣ୍ଡିଆ, ସିରିଜ ଜିତି କଲା ଐତିହାସିକ ରେକର୍ଡ
ନୂଆଦିଲ୍ଲୀ, ୨୦।୧୨: ଭାରତୀୟ ଦଳ ପଞ୍ଚମ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ରନରେ ପରାସ୍ତ କରି ୩-୧ସିରିଜ ବିଜୟ ହାସଲ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ...
ବିଶ୍ୱର ୨୦% ଦେଶ ଉପରେ ଯାତ୍ରା ପ୍ରତିବନ୍ଧକ ଲଗାଇଲେ ଟ୍ରମ୍ପ, ବୁଲିବାକୁ ଯାଉଥିଲେ…
ଓ୍ବାଶିଂଟନ୍,୨୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକାର ପ୍ରବାସନ ନୀତିକୁ କଡ଼ାକଡ଼ି କରିଛନ୍ତି। ନିକଟରେ ଟ୍ରମ୍ପ ପ୍ରଶାସନ ଆହୁରି ସାତଟି ଦେଶ ଏବଂ...
Archives


