ଏମକେସିଜି କୋଭିଡ ହସ୍ପିଟାଲରୁ କଏଦୀ ଚମ୍ପଟ

ବ୍ରହ୍ମପୁର ଅଫିସ,୭।୮: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କୋଭିଡରେ ଚିକିତ୍ସାଧୀନ ଥିବା ଜଣେ କଏଦୀ ଶନିବାର ଭୋରୁ ଚମ୍ପଟ ମାରିଛନ୍ତି। ଫେରାର କଏଦୀ ଜଣଙ୍କ ହେଲେ ବାଲିଗୁଡା ଉପ କାରାଗାରର କୀର୍ତ୍ତି ସିଂ(୩୭) । ତାଙ୍କ ଠାରେ କୋଭିଡ ପଜିଟିଭ୍‌ ଚିହ୍ନଟ ପରେ ୧ ତାରିଖରେ ତାଙ୍କୁ ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସହ ଏକାଧିକ ପୋଲିସ କର୍ମଚାରୀ ମଧ୍ୟ ଏମ୍‌କେସିଜିକୁ ଆସିଥିଲେ । ତାଙ୍କୁ ଦିନ ରାତି ପୋଲିସ ଜଗି ରହୁଥିଲେ । ହେଲେ ଶନିବାର ଭୋରୁ ସେ ନିଜ ଶଯ୍ୟାରୁ କେଉଁ ଆଡେ ଫେରାର ହୋଇଯାଇଥିଲେ। ଏସକର୍ଟ ଟିମ ଅଭିଯୋଗ ପରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ହେବ ବୋଲି ଏମକେସିଜି ଫାଣ୍ଡି ଅଧିକାରୀ ଜନ୍ମଜୟ ମାଲିକ କହିଛନ୍ତି ।