ଜେଲ୍‌ରେ ଥାଇ ଭଉଣୀଙ୍କୁ ରକ୍ଷା କରିବେ କଏଦୀ ଭାଇ, ଉପହାର ଦେବେ ହାତ ତିଆରି ମାସ୍କ

ଲକ୍ଷ୍ନୌ,୨୧ା୮:   ରକ୍ଷାବନ୍ଧନ ହେଉଛି ଭଉଣୀ-ଭାଇଙ୍କ ପବିତ୍ର ଉତ୍ସବ। ଏହିଦିନ ଭଉଣୀ ନିଜ ଭାଇମାନଙ୍କ ଦୀର୍ଘଜୀବନ କାମନା କରି ରାଖୀ ବାନ୍ଧିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କର ରକ୍ଷା କରିବା ପାଇଁ ବଜ୍ର ଶପଥ ନେଇଥାନ୍ତି। ଏହା ସହିତ ଉପହାର ମଧ୍ୟ ଦେଇଥାନ୍ତି।

ଉତ୍ତରପ୍ରଦେଶର ବରେଲି ଜିଲା ଜେଲ୍‌ରେ ଥିବା କଏଦୀମାନେ ଏଥର ନିଆରା ଢଙ୍ଗରେ ରକ୍ଷାବନ୍ଧନ ପାଳନ କରିବେ। ଜେଲ୍‌ରେ ଥାଇ ସେମାନେ ଭଉଣୀମାନଙ୍କ ସୁରକ୍ଷା କରିବେ। କଏଦୀ ଭାଇଙ୍କୁ ରାଖୀ ବାନ୍ଧିବା ପାଇଁ ଭଉଣୀମାନେ ବି ଜେଲ୍‌କୁ ଆସିବେ। ଏଥର କଏଦୀ ଭାଇମାନେ ଭଉଣୀମାନଙ୍କୁ ମାସ୍କ ଉପହାର ଦେବେ। ଏଥିପାଇଁ ଜେଲ୍‌ରେ ଥାଇ ମାସ୍କ ତିଆରିରେ ବ୍ୟସ୍ତ ରହିଛନ୍ତି କଏଦୀ ଭାଇମାନେ।

ବରେଲି ଜେଲ୍‌ କର୍ତ୍ତୃପକ୍ଷ କଏଦୀମାନଙ୍କ ସହିତ ଭାବନାତ୍ମକ ରୂପରେ ଯୋଡ଼ି ହେବାକୁ ଏପରି ପ୍ରୟାସ ଆରମ୍ଭ କରିଛନ୍ତି। ଚାରିଆଡ଼େ କରୋନା ମହାମାରୀ ବ୍ୟାପିଥିବାରୁ ଜେଲ୍‌ରେ ମଧ୍ୟ ସଂକ୍ରମଣ ବ୍ୟାପିବାର ଭୟ ରହିଛି। ପରିବାର ସହିତ କଏଦୀମାନଙ୍କର ଦେଖାସାକ୍ଷାତ ବନ୍ଦ ରହିଛି। ଏହି ସମୟରେ ସେମାନଙ୍କୁ ଅବସାଦରୁ ମୁକ୍ତ କରିବା ପାଇଁ ଜେଲ ଏସ୍‌ପି ବିଜୟ ବିକ୍ରମ ସିଂହ ମହାଭାରତ ଏବଂ ରାମାୟଣ ପାଠ କରାଉଛନ୍ତି। ଖାଲି ଏତିକି ନୁହେଁ, ଗୀତ ମଧ୍ୟ ଶିଖୁଛନ୍ତି କଏଦୀ। ଜେଲ୍‌ରେ ଥାଇ କିଛି ନା କିଛି କାମ କରୁଛନ୍ତି। ଏହା ଦ୍ୱାରା ସେମାନେ ମାନସିକସ୍ତରରେ ଦୃଢ଼ ହେବେ ବୋଲି ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri