ଜନ ସହ ଗୋ ସେବାକୁ ପ୍ରାଧାନ୍ୟ

ମହାକାଳପଡ଼ା,୪ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ)ଜୀବନରେ ଦେଶସେବା ମନୋବୃତ୍ତି ନେଇ ପୂର୍ବତନ ସେନା କର୍ମଚାରୀ ତଥା ସରପଞ୍ଚ ଦାୟିତ୍ୱରେ ଥିଲେ ମଧ୍ୟ ସମାଜସେବା ସହ ଅସ୍ଥାୟୀ ଗୋଶାଳା କରି ଦୁଃସ୍ଥ, ଅକର୍ମଣ୍ୟ ଗୋରୁଙ୍କ ସେବା କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ପଞ୍ଚାୟତ ସରପଞ୍ଚ ବିଶ୍ୱଜିତ୍‌ ବସୁଙ୍କ କ୍ଷେତ୍ରରେ। ଜଣେ ଦାୟିତ୍ୱବାନ୍‌ ଓ କର୍ତ୍ତବ୍ୟନିଷ୍ଠ ଭାବେ ଦେଶସେବାରେ ନିୟୋଜିତ ହୋଇ ସେନାରେ ଯୋଗଦେଇଥିଲେ। ସେନାରୁ ଅବସର ଗ୍ରହଣ ପରେ ନିଜକୁ ସମାଜରେ ମହତ୍‌ ଉଦ୍ଦେଶ୍ୟ ନେଇ ପଞ୍ଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଲୋକମାନଙ୍କ ସ୍ନେହ, ଶ୍ରଦ୍ଧା, ବ୍ୟକ୍ତିତ୍ୱ ଓ ପରୋପକାର ପାଇଁ ଜମ୍ବୁବାସୀ ତାଙ୍କୁ ସରପଞ୍ଚ ଭାବେ ବିଜୟୀ କରାଇଥିଲେ। ନିର୍ବାଚିତ ପରେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ବସୁ କରିଛନ୍ତି। ସମାଜରେ ବାଲ୍ୟବିବାହ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ସରପଞ୍ଚ ବସୁଙ୍କ ଉଦ୍ୟମରେ ପଞ୍ଚାୟତରେ ଏହାକୁ ରୋକିବାରେ ସଫଳ ହୋଇଛନ୍ତି। ଏହି ପଞ୍ଚାୟତ ବାଲ୍ୟବିବାହମୁକ୍ତ ହୋଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ। କେବଳ ଜନସେବାରେ ଏହି ଜନପ୍ରତିନିଧିଙ୍କ ସେବା ସୀମିତ ରହିନାହିଁ। ଜମ୍ବୁ ଅଞ୍ଚଳରେ ଦୁଃସ୍ଥ ଓ ଅକର୍ମଣ୍ୟ ବୁଲା ଷଣ୍ଢ, ଗାଈ, ଗୋରୁ ବର୍ଷା ହେଉ କି ଶୀତରେ ଖୋଲା ଆକାଶ ତଳେ ଅତି ଅସହାୟ ଭାବେ ଏଣେତେଣେ ଖାଦ୍ୟ ଅଭାବରେ ଘୂରି ବୁଲନ୍ତି। ଏହି ଦୃଶ୍ୟ ଦେଖିବା ପରେ ସରପଞ୍ଚ ବସୁ ସେମାନଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳର କେତେଜଣ ବୁଦ୍ଧିଜୀବୀଙ୍କୁ ନେଇ ଏକ ଅସ୍ଥାୟୀ ଗୋଶାଳା ନିର୍ମାଣ କରିଛନ୍ତି। ଏହି ଗୋଶାଳାରେ ୩୦ରୁ ଅଧିକ ଗୋରୁଙ୍କୁ ଏକତ୍ର କରି ଖାଦ୍ୟପେୟ ବ୍ୟବସ୍ଥା କରିଛନ୍ତି। ଆଗାମୀ ଦିନରେ ଜମି କିଣି ଏକ ସ୍ଥାୟୀ ଗୋଶାଳା ନିର୍ମାଣ ପାଇଁ ଦୃଢ଼ ନିଷ୍ପତ୍ତି ନେଇଥିବା ବସୁ କହିଛନ୍ତି। କାହିଁକି ନା କଥା କହିପାରୁ ନ ଥିବା ଏହି ଦୁଃସ୍ଥ ଗୋରୁମାନଙ୍କୁ ସେବା କରିବାର ସୁଯୋଗ ମିଳିଛି। ସରପଞ୍ଚ ବସୁଙ୍କ ଗୋସେବା ଉଦ୍ୟମ ସାଧାରଣରେ ଚର୍ଚ୍ଚା ଜୋର୍‌ ଧରିଛି। ଅପରପକ୍ଷରେ ସରକାରୀ ପ୍ରୋତ୍ସାହନ ମିଳିଲେ ଆଖପାଖ ଅଞ୍ଚଳର ବୁଲା ଷଣ୍ଢ, ଗୋରୁଙ୍କୁ ଉଦ୍ଧାର କରି ଆଣି ଗୋଶାଳା ଗୃହରେ ରହଣି ପାଇଁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସରପଞ୍ଚଙ୍କ ସହ ଜମ୍ବୁ ଅଞ୍ଚଳର ବିଷ୍ଣୁ ଜେନା, ଟୁକୁନା ଦାସ, ଜୟଦେବ ମଣ୍ଡଳ, ସୁଶୀଲ ସୁର, ମୋତିଲାଲ୍‌ ଦାସ, ପଣ୍ଡିତ ଶ୍ରୀମନ୍ତ ପାହାଡ଼ିଙ୍କ ସମେତ ବହୁ ବଦାନ୍ୟ ବ୍ୟକ୍ତିଙ୍କ ଅବଦାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri