Posted inଜାତୀୟ

ଅମରନାଥ ଯାତ୍ରା ପୂର୍ବରୁ ‘ଷ୍ଟିକି ବୋମା’ ନେଇ ସରକାରଙ୍କ ଚିନ୍ତା ବଢ଼ିଲା…

ଶ୍ରୀନଗର, ୬।୬ : ଜମ୍ମୁ-କଶ୍ମୀରର ସୁରକ୍ଷା ବାହିନୀ ଅମରନାଥ ଯାତ୍ରାର ତାରିଖ ପାଖେଇ ଆସୁଥିବାରୁ ’ଷ୍ଟିକି ବୋମା’ ବିଷୟରେ ଚିନ୍ତିତ ଅଛନ୍ତି। ଏହାକୁ ନେଇ ସରକାରଙ୍କ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। କେତେକ ଆତଙ୍କବାଦୀ ଗୋଷ୍ଠୀ ଏଭଳି ବୋମା ବ୍ୟବହାର କରୁଥିବା ନେଇ ସୂଚନା ମିଳିଛି। ଏହି ବୋମାକୁ ବିଭିନ୍ନ ଯାନବାହାନରେ ସହଜରେ ଲଗାଯାଇ ଦୂରରୁ ରିମୋର୍ଟ ମାଧ୍ୟମରେ ବିସ୍ଫୋରଣ କରା ଯିବାର ଆଶଙ୍କା ବୃଦ୍ଧି ପାଇବାରେ ଲାଗିଛି।

ଏଭଳି ପରିସ୍ଥିତିରେ ସୁରକ୍ଷା ବାହିନୀ ତୀର୍ଥଯାତ୍ରା ପାଇଁ ନୂଆ ରଣନୀତି ଅନୁସାରେ କାର୍ଯ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିଛନ୍ତି। ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବସ୍ଥାରେ ଜଡିତ ସାମରିକ ଅଧିକାରୀଙ୍କ ଅନୁଯାୟୀ, ଗିରଫ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟତା ଯୋଗାଇ ଦେଉଥିବା ବ୍ୟକ୍ତିଙ୍କୁ ପଚରାଉଚରା ଏବଂ ଅନ୍ୟାନ୍ୟ ତଥ୍ୟରୁ ଜଣାପଡିଛି ଯେ ସୁରକ୍ଷା ବାହିନୀ କେତେକ ’ଷ୍ଟିକ ବୋମା’ ଜବତ କରିଛନ୍ତି। ପାକିସ୍ତାନ ପଟୁ ଆସିଥିବା ଏକ ଡ୍ରୋନ୍‌କୁ କଠୁଆ ଅଞ୍ଚଳରେ ଗୁଳି କରି ଖସାଯାଇଥିଲା।

ଡ୍ରୋନ୍‌ରୁ ସାତୋଟି ଚୁମ୍ବକୀୟ ବୋମା ବା ଆଡେସିଭ ବୋମା ସମେତ ବହୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଥିଲା। ଏହି ବିଷୟରେ ଚିନ୍ତା କରି ସୁରକ୍ଷା ଏଜେନ୍ସିମାନେ ପୁନର୍ବାର ସେମାନଙ୍କ ରଣନୀତି ଉପରେ କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି। ଜୁନ୩୦ରୁ ଅମରନାଥ ଯାତ୍ରାକୁ ଧ୍ୟାନରେ ରଖି ଦକ୍ଷିଣ କଶ୍ମୀରର ଉପର ଅଞ୍ଚଳରେ ଅବସ୍ଥିତ ଅମରନାଥ ଯାତ୍ରାରେ ପ୍ରାୟ ୩ ଲକ୍ଷ ତୀର୍ଥଯାତ୍ରୀ ଯୋଗଦେବେ ବୋଲି ଆଶା କରାଯାଉଛି। ଏହା ଅଗଷ୍ଟ ୧୧ରେ ଶେଷ ହେବ।

ଯାତ୍ରା ସମୟରେ ତୀର୍ଥଯାତ୍ରୀ ଏବଂ ସୁରକ୍ଷା ବାହିନୀର ଯାନକୁ ଅଲଗା ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ସୁରକ୍ଷା ବାହିନୀ ତଥା ତୀର୍ଥଯାତ୍ରା ପରିଚାଳନା କରୁଥିବା ଲୋକଙ୍କୁ ଯାନବାହାନ ଚଳାଚଳ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କଶ୍ମୀର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ପୋଲିସ ବିଜୟ କୁମାର ପିଟିଆଇକୁ କହିଛନ୍ତି, ସୁରକ୍ଷା ବାହିନୀ ସବୁ ପ୍ରକାର ସ୍ଥିତିର ମୁକାବିଲା ଲାଗି ପ୍ରସ୍ତୁତ ରହିଛନ୍ତି। ଆମେ ଏନେଇ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛୁ।

ଗତ ବର୍ଷ ଫେବୃଆରୀରେ ଜମ୍ମୁ ଅଞ୍ଚଳର ସାମ୍ବା ନିକଟରୁ ଜବତ କରାଯିବା ପରେ ଏହାକୁ ’ଷ୍ଟିକି ବୋମା’ ଚିହ୍ନଟ ହୋଇଥିଲା। ଆଫଗାନିସ୍ତାନ ଏବଂ ଇରାକରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ’ଆଡେସିଭ ବୋମା’ ଭାରତରେ ଏହା ପ୍ରଥମ ଥର ପାଇଁ ଜବତ ହୋଇଥିଲା।

ସୁରକ୍ଷା କର୍ମୀମାନେ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ସେନା ଦ୍ୱାରା ଷ୍ଟିକି ବୋମାଗୁଡିକ ଯେକୌଣସି ଗାଡିରେ ଲଗାଯାଇ ରିମୋଟ କଣ୍ଟ୍ରୋଲ କିମ୍ବା ଇନ-ବିଲ୍ଡ ଟାଇମର୍‌ ମାଧ୍ୟମରେ ବିସ୍ଫୋରଣ କରାଯାଉଥିଲା।

ନ୍ୟାଶନାଲ ଇନଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଗତ ମାସରେ ଜମ୍ମୁର କାଟରାଠାରେ ଏକ ଯାତ୍ରୀବାହୀ ବସ୍‌ର ରହସ୍ୟମୟ ବିସ୍ଫୋରଣର ଯାଞ୍ଚ କରୁଛି । ଏଥିରେ ଷ୍ଟିକି ବୋମା ବ୍ୟବହାର କରାଯାଇଥିବାର ସନ୍ଦେହ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri