ହାତରେ କଟୁରି ଧରି ସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ବାମୀ, ମଦ ନିଶାରେ ଚୁର ହୋଇ…

ପାଟଣା,୭।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ସାହାରପଡା ବ୍ଲକ କୁଣ୍ଡୁଳା ପଞ୍ଚାୟତ ଜୟପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ କଟୁରି ଧରି ଆତଙ୍କ ଖେଳାଇଛନ୍ତି । ତେବେ ଉକ୍ତ ବ୍ୟକ୍ତିଙ୍କ ଉନ୍ମତ୍ତ କାଣ୍ଡର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନିଶାସକ୍ତ ବ୍ୟକ୍ତି ମଦ ନିଶାରେ ଚୁର ହୋଇ ଅଭିଭାବକ ଓ ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରକାର ଅସଭ୍ୟ ଭାଷା ପ୍ରୟୋଗ କରି ପାଟି ତୁଣ୍ଡ କରିବା ସହ ହାତରେ କଟୁରି ଧରି ଆତଙ୍କ ଖେଳାଉଥିବାର ଏହି ଭିଡିଓ ଏବେ ସାମ୍ନାକୁ ଆସିଛି ।
ଆତଙ୍କ ଖେଳାଇଥିବା ବ୍ୟକ୍ତି ଜଣଙ୍କ ସେହି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ପୁନମି ନାଏକଙ୍କ ସ୍ଵାମୀ ବିଜୁ ନାଏକ ବୋଲି ଜଣା ପଡିଛି । ସ୍କୁଲ ଚାଲୁଥିବା ବେଳେ ନିଶାସକ୍ତ ବିଜୁ ହାତରେ କଟୁରୀ ଧରି ସ୍ତ୍ରୀ ଓ ଗାଁ ଲୋକଙ୍କୁ ମାରିଦେଵି କହି ଦୀର୍ଘ ସମୟ ସ୍କୁଲରେ ପରିସରରେ ହଙ୍ଗମା ଓ ଉନ୍ମତ୍ତ କାଣ୍ଡ ଭିଆଇଥିଲେ। ବିଦ୍ୟାଳୟ ପରିସରରେ ଶିକ୍ଷୟିତ୍ରୀ ଓ ତାଙ୍କ ସ୍ବାମୀ ରହିଥିବା ବେଳେ ଶୁକ୍ରବାର ହଠାତ୍ ଏଭଳି କାଣ୍ଡ ଘଟାଇଥିବା ଦେଖିବାକୁ ମିଳିଛି ।

ବ୍ୟକ୍ତି ଜଣକ ଏକ ଧାରୁଆ ଅସ୍ତ୍ର ଧରି ଧମକ ଦେଉଥିବା ଭିଡିଓ ସାମ୍ନାକୁ ଆସିଛି । ତେବେ ସ୍ଥାନୀୟ ଲୋକେ ତାଙ୍କୁ ବୁଝା ସୁଝା କରିବା ପାଇଁ ଯାଇଥିବା ବେଳେ ତାଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି । ବ୍ୟକ୍ତିଙ୍କ ଏଭଳି କାଣ୍ଡକୁ ନେଇ ସ୍କୁଲ ଚାଲୁ ଥିବା ସମୟରେ ଛାତ୍ରୀ ଛାତ୍ର ମାନଙ୍କର ପାଠ ପଢ଼ାରେ ମଧ୍ୟ ବାଧା ଉପୁଜିବା ସହ ଭୟଭୀତ ଅବସ୍ଥାରେ ରହିଥିଲେ। ଘଟଣାର ତଦନ୍ତ କରି ସଂପୃକ୍ତ ବ୍ୟକ୍ତିଙ୍କ ଉପରେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ କାଳବୈଶାଖୀର ତାଣ୍ଡବ: ଉଡ଼ିଗଲା ଏକାଧିକ ଘରର ଆଜବେଷ୍ଟସ, ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ…

ଦାରିଙ୍ଗବାଡ଼ି, ୧୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବାଡାବାଙ୍ଗା ପଞ୍ଚାୟତର ଦୁର୍ଗମ ଗ୍ରୁତୁବାଡ଼ି ଗ୍ରାମରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି।…

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଲେ ମାଓବାଦୀ ନେତ୍ରୀ ରାଣୀତା

ମାଲକାନଗିରି,୧୪ା୩(ସୁଚିତ୍ରା ଦାସ): ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ହୋଇ ମୁଖ୍ୟସ୍ରୋତରେ ସାମିଲହେବାକୁ ସରକାର ମାଓବାଦୀମାନଙ୍କୁ ଆହ୍ବାନ ଦେଇଥିଲେ। ଏହି ସମୟସୀମା ମଧ୍ୟରେ ଆତ୍ମସମର୍ପଣ କରୁଥିବା…

କାଜୁ ବାଡ଼ରେ ନିଆଁ ଲିଭାଇବା ହେଲା କାଳ, ଝାସରେ ଗୁରୁତର ହେଲେ ସ୍ବାମୀସ୍ତ୍ରୀ

ମୋହନା, ୧୪।୩ (ମନ୍ମଥ ମିଶ୍ର): ଗଜପତି ଜଲା ମୋହନା ବ୍ଲକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। କାଜୁ ବାଡ଼ରେ ଲାଗିଥିବା ନିଆଁକୁ ଲିଭାଇବାକୁ ଯାଇ ଜଣେ ସ୍ବାମୀ…

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ନିଖୋଜ

ଦିଗପହଣ୍ଡି,୧୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ବୁଲୁ ନାଇକ(୪୨) ଦାଦନ ଶ୍ରମିକ ଭାବେ କାମ କରିବାକୁ ମହାରାଷ୍ଟ୍ରର ମୁମ୍ବାଇ…

IPL ଆରମ୍ଭ ପୂର୍ବରୁ ମହାଲଢ଼େଇ! RCBର କଟା ଘା’ରେ ଚୂନ ମାରିଲା KKR, କାବା ହେଲେ… 

ନୂଆଦିଲ୍ଲୀ,୧୪।୩: ଆଇପିଏଲ ୨୦୨୬ ସିଜନ ଆରମ୍ଭ ହେବାକୁ ମାତ୍ର ଦିନ କେଇଟା ବାକି। ନିକଟରେ ଟି-୨୦ ବିଶ୍ୱକପ ଶେଷ ହେବା ପରେ ଏବେ ପ୍ରଶଂସକ ଏହି ଟୁର୍ନାମେଣ୍ଟକୁ…

ମେଡିକାଲ ସିସିଟିଭି ଫୁଟେଜ୍‌ରେ ପୂରା ଘଟଣା : ଦିବ୍ୟାଙ୍ଗଙ୍କୁ ମାଡ ମାରିଥିବା ଡାକ୍ତରଙ୍କ ବିରୋଧରେ ମାମଲା: ରୁଜୁ 

ଭଞ୍ଜନଗର,୧୪।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ମେଡିକାଲକୁ ସାସ୍ଥ୍ୟ ପରୀକ୍ଷା କରିବାକୁ ଶୁକ୍ରବାର ଯାଇଥିବା ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ଜଣେ ମହିଳା ଡାକ୍ତର ଆକ୍ରମଣ କରିଥିଲେ। ଏନେଇ…

ସିଦ୍ଧିବିନାୟକଙ୍କ ଆଶୀର୍ବାଦ ନେଲେ ସୂର୍ଯ୍ୟକୁମାର, ଗମ୍ଭୀର

ମୁମ୍ବାଇ,୧୪ା୩: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀର ଏବଂ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟି୨୦ ବିଶ୍ୱକପ୍‌ ଟ୍ରଫି ସହ ସିଦ୍ଧିବିନାୟକ ମନ୍ଦିର ଦର୍ଶନ କରିଛନ୍ତି। ଗତ…

ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌: ସେମିଫାଇନାଲରେ ପହଞ୍ଚିଲା ଚାଇନା

ପର୍ଥ,୧୪ା୩: ତାଇଓ୍ବାନକୁ ୨-୦ ଗୋଲ୍‌ରେ ପରାସ୍ତ କରି ଗତଥରର ଚାମ୍ପିୟନ ଚାଇନା ମହିଳା ଫୁଟ୍‌ବଲ୍‌ ଏସିଆ କପ୍‌ ସେମିଫାଇନାଲରେ ପ୍ରବେଶ କରିବା ସହ ୨୦୨୭ ବିଶ୍ୱକପ୍‌ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri