ସମ୍ବଲପୁର,୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ଡ୍ରଗ୍ସ କଣ୍ଟ୍ରୋଲରଙ୍କ କାର୍ଯ୍ୟାଳୟର ପ୍ରିନ୍ସିପାଲ ସାଇଣ୍ଟଫିକ୍ ଅଫିସର ଦେବାଶିଷ ପଣ୍ଡା ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି। ବୁଧବାର ତାଙ୍କ ବାସଭବନ ଏବଂ କାର୍ଯ୍ୟାଳୟରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି। ସମ୍ବଲପୁର ବରାଇପାଲି ଗ୍ରେଟର ସମ୍ବଲପୁରସ୍ଥିତ ଭଡ଼ା ଘରେ ଓ କାଇଁଶିରସ୍ଥିତ କାର୍ଯ୍ୟାଳୟ ସହିତ ଭୁବନେଶ୍ବର ଓ ବ୍ରହ୍ମପୁର ପୈତୃକ ଘରେ ଭିଜିଲାନ୍ସର ୪ ଡିଏସ୍ପି, ୧୦ ଇନ୍ସପେକ୍ଟରଙ୍କୁ ମିଶାଇ ଏକ ୧୪ ଜଣିଆ ଦଳ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି। ତାଙ୍କର ସମ୍ବଲପୁରସ୍ଥିତ ବାସଭବନ ଓ କାର୍ଯ୍ୟାଳୟରେ ୨ ଡିଏସ୍ପି ଓ ୫ ଇନ୍ସପେକ୍ଟର(୩ ମହିଳା) ମିଶି ଏକ ୭ ଜଣିଆ ଭିଜିଲାନ୍ସ ଦଳ ଚଢ଼ାଉ କରି ନଗଦ ୪୫ ହଜାର ଟଙ୍କା, ବିଭିନ୍ନ ବ୍ୟାଙ୍କ ଜମାଖାତା ଓ ଅନ୍ୟାନ୍ୟ କାଗଜପତ୍ର ତଥା ସମ୍ପତ୍ତି ଓ ଗାଡ଼ି ମଟରର ବୈଧତା ଯାଞ୍ଚ କରୁଛନ୍ତି।


