Posted inଫୁରସତ

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ ଆସିଥିଲା ଏପରି ଏକ ଘଟଣା। ମହମ୍ମଦ ଫରମାନ ଅଲ୍ଲି ଏବଂ ମହମ୍ମଦ ଆରିଫ୍‌ ଅଲ୍ଲି ନାମକ ଦୁଇଭାଇ କବରରୁ ମୃତଦେହ ବାହାର କରି ଖାଉଥିବା ସ୍ବୀକାର କରିଥିଲେ। ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଜଣେ ୨୪ ବର୍ଷୀୟା ମହିଳାଙ୍କ ମୃତଦେହ କବର ଦିଆଯିବା ପରଦିନ ଗାଏବ ହୋଇଯାଇଥିଲା। ମୃତ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ସମ୍ପୃକ୍ତ ଦୁଇଭାଇ ସନ୍ଦେହ ବଳୟକୁ ଆସିଥିଲେ। ପଚରାଉଚୁରା ପରେ ଉଭୟେ ୧୦୦ରୁ ଊର୍ଦ୍ଧ୍ୱ ମୃତଦେହ ରୋଷେଇ କରି ଖାଇଯାଇଥିବା ସ୍ବୀକାର କରିଥିଲେ। ଏହି ଘଟଣା ସେତେବେଳେ ବିଶ୍ୱବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ହେଲେ ପାକିସ୍ତାନ ସମ୍ବିଧାନରେ ‘ଆଣ୍ଟି କାନିବାଲିଜମ୍‌ ନିୟମ’ ନ ଥିବାରୁ ଦୁଇଭାଇଙ୍କୁ କେମିତି ଦଣ୍ଡିତ କରାଯିବ ତାହା ଚିନ୍ତାର ବିଷୟ ପାଲଟିଥିଲା। ଶେଷରେ କବର ଖୋଳିବା, ମୃତକଙ୍କ ସମ୍ପର୍କୀୟଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସେମାନଙ୍କ ବିରୋଧରେ ମକଦ୍ଦମା ଆରମ୍ଭ ହୋଇଥିଲା। ତେବେ ୨୦୧୪ରେ ଜେଲରୁ ମୁକୁଳିବା ପରେ ଉଭୟେ ପୁନର୍ବାର ଏପରି କାର୍ଯ୍ୟ ଜାରି ରଖିଥିଲେ। ଅମାନବୀୟ କାର୍ଯ୍ୟ ସହ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଉଭୟଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା। କେବଳ ଏତିକି ନୁହେଁ, ଏଭଳି ଘୃଣ୍ୟ କାର୍ଯ୍ୟ ଉପରେ କଟକଣା ଲଗାଇବାକୁ ପାକିସ୍ତାନ ସମ୍ବିଧାନରେ ଆଇନ ଅଣାଯାଇଥିଲା।
ନରଭକ୍ଷୀ ମଣିଷ
ଆମେରିକା ଇତିହାସରେ ବ୍ରୁକ୍‌ଲିନ୍‌ଙ୍କୁ ନରଭକ୍ଷୀ ପିଶାଚ ବୋଲି ଅଭିହିତ କରାଯାଇଛି। ଅନେକ ଶିଶୁଙ୍କୁ ହତ୍ୟା କରି ସେ ମାଂସ ଖାଉଥିଲେ। ଧରାପଡ଼ିବା ପରେ ୧୯୩୬ରେ ତାଙ୍କୁ ବିଦ୍ୟୁତ୍‌ ଝଟ୍‌କା ଦେଇ ମାରିଦିଆଯାଇଥିଲା। ଏଭଳି ଅନ୍ୟ ଜଣେ ଅପରାଧୀ ହେଲେ ରୁଷିଆର ଏଣ୍ଡ୍ରେଇ ଚିକେତିଲୋ। ତାଙ୍କ ନାମରେ ୫୦ରୁ ଊର୍ଦ୍ଧ୍ୱ ହତ୍ୟା ମାମଲା ରହିଥିଲା। ହତ୍ୟା କରିବା ପରେ ସେ ମୃତଦେହକୁ ଖାଇଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା। କାନାଡ଼ାର ସୂନାମଧନ୍ୟ ସାମ୍ବାଦିକ ତଥା କଳାକାର ରିକ୍‌ ଗିବସନ ମଣିଷ ମାଂସ ଖାଉଥିବା ଅଭିଯୋଗ ଆସିଥିଲା। ସେ ଏକ ଶିଶୁର ମୃତଦେହକୁ ଶୁଖାଇ ସେଥିରୁ ଇୟର ରିଂ ତିଆରି କରି ଏକ ପୁତ୍ତଳିକାକୁ ପିନ୍ଧାଇଥିଲେ। ଏହାର ନାମ ଦେଇଥିଲେ ହ୍ୟୁମାନ ଇୟର ରିଂ। ଏହି ସମୟରେ ସେ ଗୋଲ୍ଡସ୍ମିଥ୍‌ କଲେଜରେ ଅଧ୍ୟାପନା କରୁଥିଲେ। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଦେଇଥିଲେ। ଏହାସତ୍ତ୍ୱେ ୧୯୮୮ରୁ ୨ବର୍ଷ ଧରି ସେ ସାର୍ବଜନୀନ ସ୍ଥାନରେ ନରମାଂସ ଖାଉଥିବା ପ୍ରଦର୍ଶନ କରିଥିଲେ। ତେବେ ସେତେବେଳେ ଇଂଲଣ୍ଡରେ ଏଭଳି କାର୍ଯ୍ୟ ପାଇଁ କୌଣସି ଆଇନକାନୁନ ନ ଥିବାରୁ ଗିବ୍‌ସନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।
କ’ଣ କୁହେ ଇତିହାସ
‘କାନିବାଲିଜମ୍‌’ କେବେଠୁ ଏବଂ କାହିଁକି ଆରମ୍ଭ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ତେବେ ହଜାର ହଜାର ବର୍ଷ ଧରି ମାନବ ସଭ୍ୟତାରେ ଏହା ରହିଆସିଛି। ତଥାପି ୬ଲକ୍ଷ ବର୍ଷ ପୂର୍ବେ ଏହାର ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ଅଦ୍ୟାବଧି ହୋଇଥିବା ଗବେଷଣାରୁ ‘କାନିବାଲିଜମ୍‌’ର ସର୍ବପୁରାତନ ସଙ୍କେତ ଇଥିଓପିଆରୁ ମିଳିଛି। ସ୍ପେନର ‘କେନିବ’ ଦ୍ୱୀପରୁ ଏହାର ନାମ ଆସିଥିବା କୁହାଯାଏ। ଏହି ଜନଜାତି ମଣିଷ ମାଂସ ଖାଉଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ ବି ଏକଥା ଦର୍ଶାଯାଇଛି। ତେବେ ନୂତନ ଅଧ୍ୟୟନରୁ ଏଥିରେ କୌଣସି ସତ୍ୟତା ନ ଥିବା ସ୍ପଷ୍ଟ କରାଯାଇଛି। ‘କେନିବ’ ଦ୍ୱୀପରେ ବାସ କରୁଥିବା ଏହି ଜନଜାତି ଥିଲେ ବେଶ୍‌ ଶକ୍ତିଶାଳୀ। ସେମାନଙ୍କ ଶକ୍ତି ଓ ଦକ୍ଷତାକୁ ଅନେକେ ଭୟ କରୁଥିଲେ। ତେଣୁ ସମ୍ପୃକ୍ତ ଆଦିବାସୀ ଜନଜାତିଙ୍କ ନାମରେ ଏପରି ମିଥ୍ୟା ତଥ୍ୟ ପ୍ରଚାର କରାଯାଇଥିବା ଅଧ୍ୟୟନରେ କୁହାଯାଇଛି।
ଚାଲିଛି ଗବେଷଣା
ନରଭକ୍ଷୀ ଏକ ମାନସିକ ରୋଗ ବୋଲି କୁହାଯାଉଛି। ତେବେ ଏହା କେବଳ ଏକ ରୋଗ, ପ୍ରବୃତ୍ତି ନା ପ୍ରଥା ତାହାକୁ ନେଇ ଦ୍ୱନ୍ଦ୍ୱ ଛିଣ୍ଡୁନି। କାରଣ ‘ପାପୁଆ ନ୍ୟୁ ଗିନି’ରେ ୧୯୫୦ ଯାଏ କାନିବାଲିଜମ୍‌ ପ୍ରଚଳିତ ଥିଲା। ଏଠାରେ କେହି ଜଣେ ମରିଗଲେ ମୃତଦେହକୁ ପରିଜନମାନେ ଖାଇଯାଉଥିଲେ। ଏପରି କରିବା ଦ୍ୱାରା ମୃତକଙ୍କ ଆତ୍ମ ବିଶୁଦ୍ଧ ହୋଇଯାଏ ବୋଲି ସମ୍ପ୍ରଦାୟରେ ବିଶ୍ୱାସ ପ୍ରଚଳିତ ଥିଲା। ପରବର୍ତ୍ତୀ ସମୟରେ ‘ପାପୁଆ ନ୍ୟୁ ଗିନି’ ସରକାର ଏହା ଉପରେ କଟକଣା ଜାରି କରିଥିଲେ। ଆଧୁନିକ ସମୟର ନରଭକ୍ଷୀ ମଣିଷଙ୍କ ନିକଟରେ ଅପରାଧ ପ୍ରବଣତା ବେଶି। ଏପରି ପ୍ରବୃତ୍ତିଧାରୀଙ୍କ ମସ୍ତିଷ୍କ ସଂରଚନା ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri