Posted inଫୁରସତ

ଆଦିମ ପ୍ରବୃତ୍ତି ‘କାନିବାଲିଜମ୍‌’

ନୂଆଦିଲ୍ଲୀ: ପୃଥିବୀର ଅନେକ ସ୍ଥାନରେ ଆଜି ବି ନରଭକ୍ଷୀ ମଣିଷଙ୍କ କଥା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ୨୦୧୧ରେ ପାକିସ୍ତାନ ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଭାକ୍କର ଜିଲାରୁ ଆସିଥିଲା ଏପରି ଏକ ଘଟଣା। ମହମ୍ମଦ ଫରମାନ ଅଲ୍ଲି ଏବଂ ମହମ୍ମଦ ଆରିଫ୍‌ ଅଲ୍ଲି ନାମକ ଦୁଇଭାଇ କବରରୁ ମୃତଦେହ ବାହାର କରି ଖାଉଥିବା ସ୍ବୀକାର କରିଥିଲେ। ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଜଣେ ୨୪ ବର୍ଷୀୟା ମହିଳାଙ୍କ ମୃତଦେହ କବର ଦିଆଯିବା ପରଦିନ ଗାଏବ ହୋଇଯାଇଥିଲା। ମୃତ ମହିଳାଙ୍କ ପରିବାର ଲୋକେ ଏ ସମ୍ପର୍କରେ ପୋଲିସରେ ଅଭିଯୋଗ କରିଥିଲେ। ତଦନ୍ତ ବେଳେ ସମ୍ପୃକ୍ତ ଦୁଇଭାଇ ସନ୍ଦେହ ବଳୟକୁ ଆସିଥିଲେ। ପଚରାଉଚୁରା ପରେ ଉଭୟେ ୧୦୦ରୁ ଊର୍ଦ୍ଧ୍ୱ ମୃତଦେହ ରୋଷେଇ କରି ଖାଇଯାଇଥିବା ସ୍ବୀକାର କରିଥିଲେ। ଏହି ଘଟଣା ସେତେବେଳେ ବିଶ୍ୱବ୍ୟାପୀ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଥିଲା। ହେଲେ ପାକିସ୍ତାନ ସମ୍ବିଧାନରେ ‘ଆଣ୍ଟି କାନିବାଲିଜମ୍‌ ନିୟମ’ ନ ଥିବାରୁ ଦୁଇଭାଇଙ୍କୁ କେମିତି ଦଣ୍ଡିତ କରାଯିବ ତାହା ଚିନ୍ତାର ବିଷୟ ପାଲଟିଥିଲା। ଶେଷରେ କବର ଖୋଳିବା, ମୃତକଙ୍କ ସମ୍ପର୍କୀୟଙ୍କ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ସେମାନଙ୍କ ବିରୋଧରେ ମକଦ୍ଦମା ଆରମ୍ଭ ହୋଇଥିଲା। ତେବେ ୨୦୧୪ରେ ଜେଲରୁ ମୁକୁଳିବା ପରେ ଉଭୟେ ପୁନର୍ବାର ଏପରି କାର୍ଯ୍ୟ ଜାରି ରଖିଥିଲେ। ଅମାନବୀୟ କାର୍ଯ୍ୟ ସହ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ ଉଭୟଙ୍କୁ ୧୨ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଥିଲା। କେବଳ ଏତିକି ନୁହେଁ, ଏଭଳି ଘୃଣ୍ୟ କାର୍ଯ୍ୟ ଉପରେ କଟକଣା ଲଗାଇବାକୁ ପାକିସ୍ତାନ ସମ୍ବିଧାନରେ ଆଇନ ଅଣାଯାଇଥିଲା।
ନରଭକ୍ଷୀ ମଣିଷ
ଆମେରିକା ଇତିହାସରେ ବ୍ରୁକ୍‌ଲିନ୍‌ଙ୍କୁ ନରଭକ୍ଷୀ ପିଶାଚ ବୋଲି ଅଭିହିତ କରାଯାଇଛି। ଅନେକ ଶିଶୁଙ୍କୁ ହତ୍ୟା କରି ସେ ମାଂସ ଖାଉଥିଲେ। ଧରାପଡ଼ିବା ପରେ ୧୯୩୬ରେ ତାଙ୍କୁ ବିଦ୍ୟୁତ୍‌ ଝଟ୍‌କା ଦେଇ ମାରିଦିଆଯାଇଥିଲା। ଏଭଳି ଅନ୍ୟ ଜଣେ ଅପରାଧୀ ହେଲେ ରୁଷିଆର ଏଣ୍ଡ୍ରେଇ ଚିକେତିଲୋ। ତାଙ୍କ ନାମରେ ୫୦ରୁ ଊର୍ଦ୍ଧ୍ୱ ହତ୍ୟା ମାମଲା ରହିଥିଲା। ହତ୍ୟା କରିବା ପରେ ସେ ମୃତଦେହକୁ ଖାଇଯାଉଥିବା ତଦନ୍ତରୁ ଜଣାପଡ଼ିଥିଲା। କାନାଡ଼ାର ସୂନାମଧନ୍ୟ ସାମ୍ବାଦିକ ତଥା କଳାକାର ରିକ୍‌ ଗିବସନ ମଣିଷ ମାଂସ ଖାଉଥିବା ଅଭିଯୋଗ ଆସିଥିଲା। ସେ ଏକ ଶିଶୁର ମୃତଦେହକୁ ଶୁଖାଇ ସେଥିରୁ ଇୟର ରିଂ ତିଆରି କରି ଏକ ପୁତ୍ତଳିକାକୁ ପିନ୍ଧାଇଥିଲେ। ଏହାର ନାମ ଦେଇଥିଲେ ହ୍ୟୁମାନ ଇୟର ରିଂ। ଏହି ସମୟରେ ସେ ଗୋଲ୍ଡସ୍ମିଥ୍‌ କଲେଜରେ ଅଧ୍ୟାପନା କରୁଥିଲେ। ଘଟଣା ପରେ କଲେଜ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଦେଇଥିଲେ। ଏହାସତ୍ତ୍ୱେ ୧୯୮୮ରୁ ୨ବର୍ଷ ଧରି ସେ ସାର୍ବଜନୀନ ସ୍ଥାନରେ ନରମାଂସ ଖାଉଥିବା ପ୍ରଦର୍ଶନ କରିଥିଲେ। ତେବେ ସେତେବେଳେ ଇଂଲଣ୍ଡରେ ଏଭଳି କାର୍ଯ୍ୟ ପାଇଁ କୌଣସି ଆଇନକାନୁନ ନ ଥିବାରୁ ଗିବ୍‌ସନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।
କ’ଣ କୁହେ ଇତିହାସ
‘କାନିବାଲିଜମ୍‌’ କେବେଠୁ ଏବଂ କାହିଁକି ଆରମ୍ଭ, ସେ ସମ୍ପର୍କରେ କୌଣସି ସ୍ପଷ୍ଟ ତଥ୍ୟ ନାହିଁ। ତେବେ ହଜାର ହଜାର ବର୍ଷ ଧରି ମାନବ ସଭ୍ୟତାରେ ଏହା ରହିଆସିଛି। ତଥାପି ୬ଲକ୍ଷ ବର୍ଷ ପୂର୍ବେ ଏହାର ଆରମ୍ଭ ହୋଇଥିବା ଅନୁମାନ କରାଯାଏ। ଅଦ୍ୟାବଧି ହୋଇଥିବା ଗବେଷଣାରୁ ‘କାନିବାଲିଜମ୍‌’ର ସର୍ବପୁରାତନ ସଙ୍କେତ ଇଥିଓପିଆରୁ ମିଳିଛି। ସ୍ପେନର ‘କେନିବ’ ଦ୍ୱୀପରୁ ଏହାର ନାମ ଆସିଥିବା କୁହାଯାଏ। ଏହି ଜନଜାତି ମଣିଷ ମାଂସ ଖାଉଥିବା ଚର୍ଚ୍ଚା ହେଉଛି। ଅନେକ ରିପୋର୍ଟରେ ବି ଏକଥା ଦର୍ଶାଯାଇଛି। ତେବେ ନୂତନ ଅଧ୍ୟୟନରୁ ଏଥିରେ କୌଣସି ସତ୍ୟତା ନ ଥିବା ସ୍ପଷ୍ଟ କରାଯାଇଛି। ‘କେନିବ’ ଦ୍ୱୀପରେ ବାସ କରୁଥିବା ଏହି ଜନଜାତି ଥିଲେ ବେଶ୍‌ ଶକ୍ତିଶାଳୀ। ସେମାନଙ୍କ ଶକ୍ତି ଓ ଦକ୍ଷତାକୁ ଅନେକେ ଭୟ କରୁଥିଲେ। ତେଣୁ ସମ୍ପୃକ୍ତ ଆଦିବାସୀ ଜନଜାତିଙ୍କ ନାମରେ ଏପରି ମିଥ୍ୟା ତଥ୍ୟ ପ୍ରଚାର କରାଯାଇଥିବା ଅଧ୍ୟୟନରେ କୁହାଯାଇଛି।
ଚାଲିଛି ଗବେଷଣା
ନରଭକ୍ଷୀ ଏକ ମାନସିକ ରୋଗ ବୋଲି କୁହାଯାଉଛି। ତେବେ ଏହା କେବଳ ଏକ ରୋଗ, ପ୍ରବୃତ୍ତି ନା ପ୍ରଥା ତାହାକୁ ନେଇ ଦ୍ୱନ୍ଦ୍ୱ ଛିଣ୍ଡୁନି। କାରଣ ‘ପାପୁଆ ନ୍ୟୁ ଗିନି’ରେ ୧୯୫୦ ଯାଏ କାନିବାଲିଜମ୍‌ ପ୍ରଚଳିତ ଥିଲା। ଏଠାରେ କେହି ଜଣେ ମରିଗଲେ ମୃତଦେହକୁ ପରିଜନମାନେ ଖାଇଯାଉଥିଲେ। ଏପରି କରିବା ଦ୍ୱାରା ମୃତକଙ୍କ ଆତ୍ମ ବିଶୁଦ୍ଧ ହୋଇଯାଏ ବୋଲି ସମ୍ପ୍ରଦାୟରେ ବିଶ୍ୱାସ ପ୍ରଚଳିତ ଥିଲା। ପରବର୍ତ୍ତୀ ସମୟରେ ‘ପାପୁଆ ନ୍ୟୁ ଗିନି’ ସରକାର ଏହା ଉପରେ କଟକଣା ଜାରି କରିଥିଲେ। ଆଧୁନିକ ସମୟର ନରଭକ୍ଷୀ ମଣିଷଙ୍କ ନିକଟରେ ଅପରାଧ ପ୍ରବଣତା ବେଶି। ଏପରି ପ୍ରବୃତ୍ତିଧାରୀଙ୍କ ମସ୍ତିଷ୍କ ସଂରଚନା ଉପରେ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

LPGକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଏଣିକି ତେଲ-ଗ୍ୟାସ ସପ୍ଲାଏରେ…

ନୂଆଦିଲ୍ଲୀ,୧୨।୪: ପଶ୍ଚିମ ଏସିଆରେ ଉତ୍ତେଜନା ମଧ୍ୟରେ, ଭାରତ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି ଏବଂ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।…

‘ସବୁକିଛି ଶେଷ…’ ଲେବାନନ୍ ଉପରେ ବଡ଼ ଆକ୍ରମଣ କଲା ଇସ୍ତ୍ରାଏଲ, ସମ୍ପୂର୍ଣ୍ଣ ଗାଁ ଧ୍ୱଂସ

ନୂଆଦିଲ୍ଲୀ,୧୨।୪:  ଇରାନ ଏବଂ ଆମେରିକା ମଧ୍ୟରେ ଦୁଇ ସପ୍ତାହ ଧରି ଯୁଦ୍ଧବିରତି ହୋଇଥିବା ସତ୍ତ୍ୱେ, ଇସ୍ରାଏଲ ଲେବାନନ ଉପରେ ନିରନ୍ତର ଆକ୍ରମଣ ଆରମ୍ଭ କରିଛି । ଏହି ଆକ୍ରମଣରେ…

ନୀତୀଶ ରାଣାଙ୍କୁ ବଡ଼ ଜରିମାନା, କାହିଁକି ଜାଣନ୍ତୁ…

ଚେନ୍ନାଇ,୧୨ା୪:ଦିଲ୍ଲୀ କ୍ୟାପିଟାଲ୍ସ ବ୍ୟାଟର ନୀତୀଶ ରାଣାଙ୍କୁ ତାଙ୍କ ମ୍ୟାଚ୍‌ ଫି’ର ୨୫ ପ୍ରତିଶତ ଜରିମାନା କରାଯାଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବିପକ୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌…

କାଠ ବୋଝେଇ ପିକଅପ୍ ଭ୍ୟାନକୁ ଜବତ କଲା ପଦ୍ମପୁର ବନ ବିଭାଗ, ମିଳିଲା….

ପଦ୍ମପୁର,୧୨।୪(ପ୍ରଦୀପ୍ତ ଦାଶ): ପଦ୍ମପୁର ବନ ବିଭାଗକୁ ସଫଳତା । ଶନିବାର ଜଗଦଳପୁର ଥାନା ଅନ୍ତର୍ଗତ ଲୋହରା କୋଟ ଗ୍ରାମ ପାଖରୁ ଏକ ସାଗୁଆନ ଗଣ୍ଡି ବୋଝେଇ ମେକ୍ସ…

ବରଗଡରେ ୨ଟି ଫୁଲମାଳା ବିନିମୟରେ ବାଛିଲେ ଜୀବନସାଥୀ… ନା ଦେଖିଥିଲେ ଜାତି, ନା ଦେଇଥିଲେ ଯୌତୁକ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ): ବିବାହରେ ନ ଥିଲା ଯାନି ଯୌତୁକ । ନ ଥିଲା ଜାତି ଭେଦଭାବ। ବାହାରି ନ ଥିଲା ବରାତି ଶୋଭାଯାତ୍ରା। କେବଳ ୨ଟି ଫୁଲମାଳା…

ଦୋକାନରେ ଚାଲିଥିଲା ଗଞ୍ଜେଇ ବିକ୍ରି, ପୋଲିସ ଅତର୍କିତ ଚଢ଼ାଉ କରି…

ତିହିଡ଼ି,୧୨ା୪(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବଜାରରେ ଥିବା ଏକ ବେଆଇନ ଗଞ୍ଜେଇ ଦୋକାନ ଉପରେ ତିହିଡ଼ି ପୋଲିସ ଅତର୍କିତ ଚଢ଼ାଉ କରି ଜଣେ ଗଞ୍ଜେଇ ବିକ୍ରେତା…

US Iran Peace Talks In Pakistan: ବିଫଳ ହେଲା ଶାନ୍ତି ଆଲୋଚନା, କିନ୍ତୁ କାହିଁକି ପାକିସ୍ତାନକୁ ଧନ୍ୟବାଦ ଦେଲା ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ଇସଲାମାବାଦ,୧୨।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସମ୍ପୂର୍ଣ୍ଣ ବିଫଳତାରେ ଶେଷ ହୋଇଥିଲା। ୨୧ ଘଣ୍ଟା ଧରି ଚାଲିଥିବା ଆଲୋଚନା…

୧୦ଦିନ କମିଗଲା ଖରାଛୁଟି! ସ୍କୁଲ ଖୋଲୁଖୋଲୁ ପରୀକ୍ଷା; ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ,୧୨।୪: ଶିକ୍ଷା ବିଭାଗ 2026-27 ବର୍ଷର ନୂତନ ଶିକ୍ଷା ଅଧିବେଶନ ପାଇଁ ବହୁ ପ୍ରତୀକ୍ଷିତ ‘ଶିକ୍ଷା କ୍ୟାଲେଣ୍ଡର’ ପ୍ରକାଶ କରିଛି। ଏହି ନୂତନ ଅଧିବେଶନ ଏପ୍ରିଲ 1…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri