ଭୁବନେଶ୍ୱର ଏମ୍ସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର, ୧୪।୨(ବ୍ୟୁରୋ):ଏମ୍ସ ଭୁବନେଶ୍ବରରେ ଜଣେ ପଙ୍ଗୁପ୍ରାୟ ମହିଳା ରୋଗୀଙ୍କ ଦୁଇ ଆଣ୍ଠୁ ଓ ଦୁଇ ହିପ୍‌ (ନିତମ୍ବ ଗଣ୍ଠି)ର ଏକକାଳୀନ ପ୍ରତିରୋପଣ କରାଯାଇଥିଲା। ଭୁବନେଶ୍ବର ଏମ୍ସର ଏହି ସଫଳ ଉଦ୍ୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ସୋମବାର ଟୁଇଟ୍‌ କରି କହିଛନ୍ତି, ଚିକିତ୍ସା କ୍ଷେତ୍ରରେ ଆମ ଡାକ୍ତରମାନେ ସବୁବେଳେ ପରିବର୍ତ୍ତନ ଏବଂ ନୂଆ କିଛି କରିବା ପାଇଁ ଉଦ୍ୟମ କରୁଛନ୍ତି। ତାହା ପ୍ରଶଂସନୀୟ। ସେମାନଙ୍କର ଏହି ଅଭିନବତ୍ୱ ଆମକୁ ଗର୍ବିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେହିଭଳି କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ୍‌ ମାଣ୍ଡଭିୟ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି ବିରଳ ଅସ୍ତ୍ରୋପଚାର କରିଥିବା ଏମ୍ସର ଡାକ୍ତରୀ ଟିମ୍‌କୁ ପ୍ରଶଂସା କରିଛନ୍ତି।
ସୂଚନାଯୋଗ୍ୟ, କେନ୍ଦ୍ରାପଡ଼ା ଆଳି ବ୍ଲକ୍‌ର ଜଣେ ୩୭ ବର୍ଷୀୟ ମହିଳା ଆଣ୍ଠୁଗଣ୍ଠି ବାତ ରୋଗରେ ପୀଡ଼ିତ ହୋଇ ପଙ୍ଗୁପ୍ରାୟ ଅବସ୍ଥାରେ ଯନ୍ତ୍ରଣାର ସହ ବଞ୍ଚୁଥିଲେ। ଏମ୍ସ ଭୁବନେଶ୍ବରର ଅସ୍ଥିଶଲ୍ୟ ବିଭାଗକୁ ଚିକିତ୍ସା ପାଇଁ ଆସିବା ପରେ ବିଭିନ୍ନ ପରୀକ୍ଷାନିରୀକ୍ଷା କରାଯାଇଥିଲା। ମହିଳାଙ୍କ ଦୁଇ ଆଣ୍ଠୁ ଏବଂ ଦୁଇ ହିପ୍‌ର ପ୍ରତିରୋପଣ ଏକକାଳୀନ କରାଯିବାର ଆବଶ୍ୟକତା ଥିବା ଡାକ୍ତରୀ ଦଳ ଅନୁଭବ କରିବା ପରେ ଏଥିପାଇଁ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଥିଲେ। ଡାକ୍ତରୀ ଦଳ ପ୍ରଥମେ ମହିଳାଙ୍କ ଦୁଇ ହିପ୍‌ ଓ ପରେ ଦୁଇ ଆଣ୍ଠୁର ପ୍ରତିରୋପଣ କରିଥିଲେ। ରୋଗୀ ଜଣକ ଦୁଇଦିନ ଆଇସିୟୁରେ ରହିବା ପରେ ତୃତୀୟ ଦିନରେ ଚାଲିବା ଆରମ୍ଭ କରିଥିଲେ। ଏମ୍ସ ଭୁବନେଶ୍ବର ଅସ୍ଥିଶଲ୍ୟ ବିଭାଗର ଡା. ସୁଜିତ କୁମାର ତ୍ରିପାଠୀ ଏବଂ ଡା. ମଣ୍ଟୁ ଜୈନଙ୍କ ନେତୃତ୍ୱରେ ଏକ ଯୁବ ତଥା ଦକ୍ଷ ଡାକ୍ତରୀ ଦଳ ଏହି ବିରଳ ପ୍ରତିରୋପଣକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ। ଏମ୍ସ ଭୁବନେଶ୍ବରରେ ହୋଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ ଓ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri