ଉପର ମୁହାଁ କରୋନା, ବୁଧବାର ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକ…

ନୂଆଦିଲ୍ଲୀ, ୨୬।୪ : ଦେଶରେ କରୋନା ସଂକ୍ରମଣ ପୁଣି ଉପର ମୁହାଁ ହେବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ  କାର୍ଯ୍ୟକ୍ରମ ରହିଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ବୈଠକରେ ବିଭିନ୍ନ ରାଜ୍ୟର କରୋନା ସ୍ଥିତି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।

ବୈଠକରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ସଂକ୍ରମଣର ସାମ୍ପ୍ରତିକ ପରିସ୍ଥିତି ଉପରେ ଏକ ଉପସ୍ଥାପନା ପ୍ରସ୍ତୁତ କରିବେ। ଗତ କିଛି ଦିନ ଧରି ଦେଶରେ କରୋନା ସଂକ୍ରମଣ ହାରରେ କ୍ରମାଗତ ବୃଦ୍ଧି ଘଟିବାରେ ଲାଗିଛି। ମଙ୍ଗଳବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୪୮୩ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ହଜାରେ ଟପିଛି। ମୃତ୍ୟୁ ସଂଖ୍ୟା ୧,୩୯୯ ଛୁଇଁଛି। ରାଜଧାନୀ ଦିଲ୍ଲୀରେ ପଜିଟିଭିଟି ହାର ୬ ପ୍ରତିଶତରେ ପହଞ୍ଚିଛି।

ଦେଶରେ ଟିକାକରଣ ସଂଖ୍ୟା ୧୮୮ କୋଟିରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୪୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୦ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର ଉପରେ ପଡ଼ିଲା ଗଛ: ଆଉ ତା’ପରେ ଘଟିଲା…

ପାଟଣା,୨୮।୩(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ଗୁଳୁଦିପଶି ଗ୍ରାମର କ୍ଷେତ୍ରବାସୀ ବାରିକଙ୍କ ଘର ବାହାରେ ଥିବା ଏକ କୋଳି ଗଛ କାର…

କେସିଙ୍ଗା ରେଳ ଷ୍ଟେଶନ ପରିଦର୍ଶନ କଲେ ସମ୍ବଲପୁର ରେଳ ପ୍ରବନ୍ଧକ: ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

କେସିଙ୍ଗା,୨୮।୩(ତୁମେଶ୍ୱର ସାହୁ): ସମ୍ବଲପୁର ରେଳ ପ୍ରବନ୍ଧକ କେସିଙ୍ଗା ରେଳ ଷ୍ଟେଶନକୁ ଶନିବାର ପରିଦର୍ଶନ କରି ଷ୍ଟେଶନର ବିଭିନ୍ନ ସମସ୍ୟା ଉପରେ ତଦନ୍ତ କରିଥିଲେ। ଏହି ଷ୍ଟେଶନରେ ଯାତ୍ରୀଙ୍କ…

ଘରକୁ ଫେରୁଥିଲେ ଶ୍ରମିକ, ଧକ୍କା ଦେଲା ଟ୍ରାଭେଲର: ଆଉ ତା’ପରେ…

ଲୋଇସିଂହା,୨୮।୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ବାଦିମୁଣ୍ଡା- ବଲାଙ୍ଗୀର ରାସ୍ତାର ସରଗାଡରେ ଏକ ଅଜଣା ଗାଡ଼ି ଧକ୍କାରେ ଶନିବାର ଭୋର ସକାଳୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…

ଦାରିଙ୍ଗବାଡିରେ କାଳବୈଶାଖୀ ପ୍ରଭାବ: ୧୫ ଘଣ୍ଟା ହେଲା ଅନ୍ଧାରରେ ଏକାଧିକ ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨୮।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ କଳାବୈଶାଖୀର ପ୍ରଭାବରେ ପବନ ବୋହିବା ସହ ବିଜୁଳି ଘଡଘଡି ସହ ବର୍ଷା ହୋଇଥିଲା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri