Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କର ଅହଙ୍କାର ଥିଲା, ରାଜ୍ୟପାଳଙ୍କ ବିବାଦୀୟ ମନ୍ତବ୍ୟ…

ନୂଆଦିଲ୍ଲୀ, ୩।୧ : ମେଘାଳୟର ରାଜ୍ୟପାଳ ସତ୍ୟପାଲ ମଲିକ କୃଷି ଆଇନକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ କ୍ରମାଗତଭାବେ ସ୍ବର ଉତ୍ତୋଳନ କରିଥିଲେ। ଯଦିଓ ସେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କରିଥିଲେ ମଧ୍ୟ ପୁନର୍ବାର ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିବା ସହିତ ଘେରିବା ଆରମ୍ଭ କରିଛନ୍ତି। ସେ କହଛନ୍ତି ଯେ ମୁଁ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇଥିଲି, ସେତେବେଳେ ସେ ବହୁତ ଅହଙ୍କାରୀ ଥିଲେ। ମୁଁ ତାଙ୍କ ସହ ଝଗଡା କରିଥିଲି।

‘ମୁଁ ତାଙ୍କୁ କହିଲି ଯେ ଆମର ୫୦୦ ଲୋକ ମରିଛନ୍ତି, ସେ କହିଥିଲେ ସେମାନେ କ‘ଣ ମୋ ପାଇଁ ମରିଛନ୍ତି କି? ମୁଁ କହିଲି ହଁ ତୁମ ପାଇଁ ସେମାନେ ମରିଛନ୍ତି। କାରଣ ଆପଣ ରାଜା ହୋଇଛନ୍ତି’। ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତୁମେ ଅମିତ ଶାହାଙ୍କୁ ଭେଟ। ତାପରେ ମୁଁ ଅମିତ ଶାହାଙ୍କୁ ଭେଟିଲି ବୋଲି ସତ୍ୟପାଲ କହିଛନ୍ତି।

ହରିୟାଣାର ଦାଦରିଠାରେ ଏକ କୃଷକ କାର୍ଯ୍ୟକ୍ରମରେ ଯୋଗଦେଇ ସତ୍ୟପାଳ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ପ୍ରଧାନନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ଏହା ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ କଥାବାର୍ତ୍ତା ବେଳେ ସେ କୃଷି ଆଇନ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିଷ୍ପତ୍ତି ଉପରେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ପାଇଁ ଏଭଳି କରିବା ବ୍ୟତିତ ଅନ୍ୟ କୌଣସି ବାଟ ମଧ୍ୟ ନ ଥିଲା। ମଲିକ କହିଛନ୍ତି ଯେ ସେ ଜଣେ ରାଜ୍ୟପାଳ, ମନ୍ତ୍ରୀ, ଏମ୍‌ପି ଏବଂ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି। କିନ୍ତୁ ଅବସର ପରେ ତାଙ୍କର ରହିବା ପାଇଁ ନିଜସ୍ବ ଘର ନାହିଁ। ସର୍ବଦା ସଚ୍ଚୋଟ ଭାବରେ ସେ କାର୍ଯ୍ୟ କରିଥିବା ପ୍ରକାଶ କରିଛନ୍ତି। ତାହା ହେଉଛି ତାଙ୍କର ଶକ୍ତି ବୋଲି ସେ କହିଛନ୍ତି। ମଲିକ କହିଛନ୍ତି ଯେ ଏହି ଶକ୍ତି ଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ସହ ମୁହାଁମୁହିଁ ହୋଇ ପାରିଛନ୍ତି।

ସେ କହିଛନ୍ତି ଯେ ଲୋକଙ୍କ ଏକତା ଏବଂ ସବୁ ପରିସ୍ଥିତିରେ ସେମାନଙ୍କର ଏକନିଷ୍ଠ ମନୋଭାବ ଯୋଗ କୃଷି ଆଇନକୁ ଫେରାଇ ନିଆଯାଇଛି। ଚୌଧୁରୀ ଚରଣ ସିଂଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରି ସେ କୌ ଣସି ପରିସ୍ଥିତିରେ କୃଷକ ଏବଂ ତାଙ୍କ ଲୋକଙ୍କ ପକ୍ଷ ଛାଡିବେ ନାହିଁ। ସେ କହିଛନ୍ତି ଯେ ଯଦି ଆନ୍ଦୋଳନ ପୁଣି ଥରେ ହୁଏ ତେବେ ସେ ରାଜ୍ୟପାଳ ପଦରୁ ବିଦାୟ ନେବେ। ତେବେ ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦୁର୍ନୀତି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କୌଣସି ଆପୋଷ ବୁଝାମଣା କରନ୍ତି ନାହିଁ।

ସୂଚନାଯୋଗ୍ୟ, ସତ୍ୟପାଲ ମଲିକ ଦୀର୍ଘ ସମୟ ଧରି କୃଷକମାନଙ୍କ ପ୍ରସଙ୍ଗରେ କୃଷକମାନଙ୍କ ପ୍ରସଙ୍ଗରେ ବିବୃତ୍ତି ଦେଇଛନ୍ତି। କେବଳ ଏତିକି ନୁହେଁ ସେ ଅନେକ ଥର ସରକାରଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି। ତେବେ କୃଷି ଆଇନ ପ୍ରତ୍ୟାବର୍ତ୍ତନ ପରେ ମଲିକ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ନିଷ୍ପତ୍ତିକୁ ସ୍ବାଗତ କରି ସେ କହିଥିଲେ ଯେ ବିଳମ୍ବ ହେଲେ ମଧ୍ୟ ଉଚିତ ପଦକ୍ଷେପ ଗ୍ରହଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri