Posted inଜାତୀୟ

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ଲତା ମଙ୍ଗେଶକରଙ୍କୁ ମନେ ପକାଇ ଭାବପ୍ରବଣ ହୋଇଥିଲେ। ସମ୍ମାନ ପାଇବା ପରେ ମୋଦି କହିଛନ୍ତି, ସଙ୍ଗୀତ ଏକ ସାଧନା ଏବଂ ଭାବନା ମଧ୍ୟ। ମୁଁ ଏହି ପୁରସ୍କାରକୁ ଦେଶକୁ ଉତ୍ସର୍ଗ କରୁଛି। ଯେଉଁଭଳି ଭାବରେ ଲତା ଦିଦି ଲୋକଙ୍କର ଥିଲେ, ସେହିଭଳି ଏହି ପୁରସ୍କାରଟି ଲୋକଙ୍କର ଅଟେ। ମୁଁ ଲତା ଦିଦିଙ୍କ ସହ ବାରମ୍ବାର କଥା ହେଉଥିଲି। ମୁଁ ତାଙ୍କ ବିଷୟରେ ଗୋଟିଏ କଥା ଭୁଲି ପାରିବି ନାହିଁ। ସେ ସବୁବେଳେ କହୁଥଲେ ଯେ ମଣିଷ ବୟସରେ ନୁହେଁ, କାମରେ ବଡ଼ ହୋଇଥାଏ। ଯିଏ ଦେଶ ପାଇଁ ଯେତେ ଅଧିକ କରନ୍ତି, ସେ ସେତେ ବଡ ହୋଇଥାଏ। ଲତା ଦିଦି ବୟସରେ ବଡ଼ ଏବଂ କର୍ମରେ ବଡ଼ ଥିଲେ। ଲତା ଦିଦି ହେଉଛି ସରଳତାର ଉଦାହରଣ। ସଂଗୀତରେ ଲତା ଦିଦି ସେହି ପଦବୀ ହାସଲ କରିଥିଲେ ଯାହାକୁ ଲୋକମାନେ ତାଙ୍କୁ ମା ସରସୱତୀଙ୍କ ପ୍ରତୀକ ଭାବରେ ବିବେଚନା କରନ୍ତି। ସେ ପ୍ରାୟ ୮୦ ବର୍ଷ ଧରି ସଂଗୀତ ଜଗତରେ ନିଜର ଚିହ୍ନ ଛାଡିଥିଲେ। ଆମେ ସମସ୍ତେ ଭାଗ୍ୟବାନ ଯେ ଆମେ ଲତା ଦିଦିଙ୍କୁ ଦେଖିଛୁ। ଏଥର ରାଖୀରେ ଲତା ଦିଦି ନ ଥିବେ ବୋଲି ପ୍ରଧାନମନ୍ତ୍ରୀ ଭାବପ୍ରବଶ ହୋଇପଡିଥିଲେ।
ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ରବିବାର ଏହି ସମ୍ମାନ ପାଇବାକୁ ମୁମ୍ବାଇ ଯିବେ ବୋଲି ଟୁଇଟ କରି ସୂଚନା ଦେଇଥିଲେ। ସେ କହିଥିଲେ, ଲତା ଦିଦିଙ୍କ ନାମରେ ଏହି ସମ୍ମାନ ପାଇଥିବାରୁ ସେ ବହୁତ କୃତଜ୍ଞ। ଲତା ଦିଦି ସର୍ବଦା ଏକ ଶକ୍ତିଶାଳୀ ସମୃଦ୍ଧ ଭାରତର ସ୍ବପ୍ନ ଦେଖୁଥିଲେ ଏବଂ ଦେଶ ଗଠନରେ ସହଯୋଗ କରିଥିଲେ।
ଦିନା ନାଥ ମଙ୍ଗେଶକରଙ୍କ ବାର୍ଷିକୀ ଅବସରରେ ପ୍ରତିବର୍ଷ ଲତା ଦିନା ନାଥ ମଙ୍ଗେଶକର ପୁରସ୍କାର ଆୟୋଜିତ ହେବ। ଦେଶ ନିର୍ମାଣରେ ଏକ ଆଦର୍ଶ ଅବଦାନ ରଖିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri