Posted inଜାତୀୟ

ସନ୍ଦେଶଖାଲି ପୀଡିତାଙ୍କୁ ଦେଖି ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି: କହିଲେ, ଘୋର ପାପ ହୋଇଛି

କୋଲକତା,୬।୩: ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ ଖୋଲିଛନ୍ତି। ବୁଧବାର ସନ୍ଦେଶଖାଲି ମାଲାରରେ ଶିକାର ହୋଇଥିବା ପୀଡିତାଙ୍କୁ ଦେଖି ଭାବପ୍ରବଣ ହୋଇପଡି ମୋଦି କହିଥିଲେ, ଏକ ବଡ଼ ପାପ ହୋଇଛି। ତୃଣମୂଳ କଂଗ୍ରେସ (ଟିଏମସି) ସରକାର ଅଧୀନରେ ସେଠାରେ ଅତ୍ୟାଚାର ଘଟୁଛି।
ପଶ୍ଚିମବଙ୍ଗ ଗସ୍ତ ସମୟରେ ବାରାସାତ (ସନ୍ଦେଶଖାଲି ନିକଟରେ)ରେ ଅନୁଷ୍ଠିତ ନାରୀ ଶକ୍ତି ବନ୍ଦନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଛନ୍ତି, ସନ୍ଦେଶଖାଲିରେ ଏକ ବଡ଼ ପାପ ହୋଇଛି। ସେଠାରେ ଯାହା ଘଟିଲା ତାହା ଲଜ୍ଜାରେ ମୁଣ୍ଡ ନଇଁଯିବ କିନ୍ତୁ ସେଠାରେ ଥିବା ଟିଏମସି ସରକାରଙ୍କୁ କୌଣସି ଫରକ ପଡ଼ିବ ନାହିଁ। ଟିଏମସିଙ୍କ ଶାସନ ଅଧୀନରେ ଏହି ଦେଶର ମହିଳାଙ୍କୁ ନିର୍ଯାତନା ଦିଆଯାଉଛି। ଟିଏମସି ସରକାର ବଙ୍ଗଳା ମହିଳାଙ୍କ ଅପରାଧୀ (ଅଭିଯୁକ୍ତ ଶାହାଜାହାନ ଶେଖ)ଙ୍କୁ ବଞ୍ଚାଇବା ପାଇଁ ନିଜର ସମସ୍ତ ଶକ୍ତି ବ୍ୟବହାର କରୁଛନ୍ତି, କିନ୍ତୁ ରାଜ୍ୟ ସରକାର ପ୍ରଥମେ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଝଟକା ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ବସ୍‌-ଟ୍ରକ୍‌ ଡ୍ରାଇଭରଙ୍କ ବଡ଼ ଆନ୍ଦୋଳନ ଡାକରା, ୩ଦିନ ଯାଏ ଯାତାୟତ ଠପ୍‌!

ମୁମ୍ୱାଇ,୫।୩: ମହାରାଷ୍ଟ୍ର ପରିବହନକାରୀ କାର୍ଯ୍ୟ କମିଟି (ଏମ-ଟିଏସ) ଶୁକ୍ରବାର ଠାରୁ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଘୋଷଣା କରିଛି। ମାର୍ଚ୍ଚ ୨ ତାରିଖରେ MSRTC ମୁଖ୍ୟାଳୟରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ! ଇରାନ ବିରୋଧରେ ଯୁଦ୍ଧକୁ ଡେଇଁଲା ଭାରତର ଏହି ବନ୍ଧୁରାଷ୍ଟ୍ର…

ନୂଆଦିଲ୍ଲୀ,୫।୩: ମଧ୍ୟପ୍ରାଚ୍ୟ ସଙ୍କଟ ମଧ୍ୟରେ, ଆଗାମୀ ଦିନରେ ଇରାନ କ୍ଷେପଣାସ୍ତ୍ର ଘାଟି ବିରୋଧରେ ଆମେରିକାର ଆକ୍ରମଣରେ ବ୍ରିଟେନ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। ପ୍ରାରମ୍ଭିକ ଦ୍ୱିଧା…

ଅଧରାତିରେ କୂଅରେ ପଡ଼ିଗଲା ଦନ୍ତା ହାତୀ: ଆଉ ତା’ପରେ…

କେନ୍ଦୁଝର,୫।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ବନାଯୋଡ଼ି ଗାଁରେ ଜଣେ ବ୍ୟକ୍ତିଙ୍କ ପୁରୁଣା ପଥର କୂଅରେ ଗତ କାଲି ରାତିରେ ଏକ ବୟସ୍କ…

ଆଜି ରାଜ୍ୟ ସଭା ପାଇଁ ନାମାଙ୍କନ: ୫ ପ୍ରାର୍ଥୀ କରିବେ ଦାଖଲ

ଭୁବନେଶ୍ୱର,୫।୩: ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ମିଳିଲା ଖୁସି ଖବର: ମିଳିଗଲା…

ଓ୍ବାଶିଂଟନ୍‌,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପାଞ୍ଚ ଦିନରୁ ଅଧିକ ସମୟ ଧରି ଚାଲିଛି। ଏହା ସତ୍ତ୍ୱେ ଆକ୍ରମଣ ହ୍ରାସ ପାଇବା ପରିବର୍ତ୍ତେ…

ଟି୨୦ ବିଶ୍ୱକପରେ ଇତିହାସ ରଚିଲେ ଫିନ ଆଲେନ: ଭାଙ୍ଗିଲେ ୫ ବଡ଼ ରେକର୍ଡ

କୋଲକାତା,୫।୩: ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ଫିନ ଆଲେନ ୨୦୨୬ ଟି୨୦ ବିଶ୍ୱକପ ର ପ୍ରଥମ ସେମିଫାଇନାଲ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୩ ବଲ୍‌ରେ ଶତକ ହାସଲ କରି…

ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ମୁମ୍ବାଇ,୫।୩: ସେମିଫାଇନାଲ ଯାତ୍ରାରେ ପଛରେ ପଡ଼ିଯାଇଥିବା ଭାରତୀୟ ଦଳ ଏବେ ଇଂଲଣ୍ଡର ସ୍ପିନ ବୋଲିଂର ଚ୍ୟାଲେଞ୍ଜର ସମ୍ମୁଖୀନ ହେବ। ଗୁରୁବାର ୱାଙ୍ଖେଡେ ଷ୍ଟାଡିୟମରେ ଟି-୨୦ ବିଶ୍ୱକପ ସେମିଫାଇନାଲ…

ଫିନ ଆଲେନଙ୍କ ବିସ୍ଫୋରକ ଶତକ: ଟି୨୦ ବିଶ୍ୱକପ ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ

କୋଲକାତା,୪।୩: ନ୍ୟୁଜିଲାଣ୍ଡ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲରେ ପହଞ୍ଚିଛି। ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୮ ଉଇକେଟ୍‌ରେ ପରାସ୍ତ କରି ଦ୍ୱିତୀୟଥର ପାଇଁ ଟି୨୦ ବିଶ୍ୱକପର ଫାଇନାଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri