ସାମୂହିକ ଛୁଟିରେ ଗଲେ ପ୍ରାଥମିକ ଶିକ୍ଷକ

ନୟାଗଡ଼,୧୪।୯(ଲୋକନାଥ ମିଶ୍ର)ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନ ଭୁବନେଶ୍ୱର ଡାକରାରେ ସାରା ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ତଥା ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ପ୍ରାଥମିକ ଶିକ୍ଷକମାନେ ଛୁଟିରେ ଯିବା ପରେ ବୁଧବାରଠାରୁ ପାଠପଢ଼ାରେ ଅଚଳାବସ୍ଥା ଦେଖା ଦେଇଛି। ଜିଲାର ୮ଟି ବ୍ଲକରେ ଥିବା ୧୦୬୬ ସ୍କୁଲରୁ ପ୍ରାୟ ୭୦୫ ସ୍କୁଲରେ ତାଲା ଝୁଲିଥିବା ଦେଖିବାକୁ ମିଳିଲାଣି। ବୁଧବାର କେତେଜଣ ଛାତ୍ରୀଛାତ୍ର ବିଦ୍ୟାଳୟକୁ ଆସି ତାଲା ପଡିଥିବା ଦେଖି ଫେରିଛନ୍ତି। ଅନ୍ୟପକ୍ଷେ ମଧ୍ୟାହ୍ନ ୧୨ଟା ପରେ ଛାତ୍ରୀଛାତ୍ରଙ୍କୁ ଛୁଟି କରି ଶିକ୍ଷକମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି। ଜିଲାର ପ୍ରତି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଚାଲିଛି। ଜିଲାର ରଣପୁର ବ୍ଳକରେ ୧୮୭ ସ୍କୁଲ ମଧ୍ୟରୁ ୧୮୫, ଓଡ଼ଗାଁ ବ୍ଳକରେ ୧୮୨ରୁ ୧୫୨, ଗଣିଆ ବ୍ଳକରେ ୪୪ରୁ ୪୪, ଦଶପଲ୍ଲା ବ୍ଳକରେ ୧୨୭ରୁ ୮୭, ନୂଆଗାଁ ବ୍ଳକରେ ୧୩୫ରୁ ୮୦, ଭାପୁର ବ୍ଳକରେ ୧୧୬ରୁ ୧୧୬ ସ୍କୁଲରେ ତାଲା ଝୁଲିଛି। ନୟାଗଡ଼ ବ୍ଳକରେ ୧୩୮ ସ୍କୁଲରୁ ୨୧ଟିି ବିଦ୍ୟାଳୟରେ ସ୍କୁଲ ଖୋଲିବା ପୂର୍ବରୁ ତାଲା ଝୁଲିଥିଲା। ମଧ୍ୟାହ୍ନ ପରେ ପୁଣି ୨୫ଟି ସ୍କୁଲରେ ତାଲା ଝୁଲିଲା।

ଏକ୍ସ କ୍ୟାଡର ଶିକ୍ଷକ ଆନ୍ଦୋଳନରେ ସାମିଲ: ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଆନ୍ଦୋଳନକୁ ନୟାଗଡ଼ ଜିଲାରେ ଲେବୁଲ ଭି ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘ ସମର୍ଥନ କରି ଗୁରୁବାରଠାରୁ ସାମିଲ ହେବ ବୋଲି ନିଷ୍ପତ୍ତି ହୋଇଛି। ଏକ୍ସ କ୍ୟାଡର ଶିକ୍ଷକ ସଂଘ ସମର୍ଥନ ପରେ ଗୁରୁବାର ଅଧିକାଂଶ ସ୍କୁଲରେ ତାଲା ଝୁଲିବ। ଏନେଇ ଲେବୁଲ ଭି ପ୍ରାଥମିକ ଏକ୍ସ କ୍ୟାଡର ଶିକ୍ଷକ ସଂଘର ସଭାପତି ଉମେଶ ସ୍ବାଇଁ ଓ ନୟାଗଡ ବ୍ଳକର ଉପସଭାପତି ବିଜୟ କୁମାର ପଟ୍ଟନାୟକ କୁହନ୍ତି, ସଂଘ ନିଷ୍ପତ୍ତି କ୍ରମେ ଗୁରୁବାରଠାରୁ ଆମେ ସ୍କୁଲକୁ ନ ଯାଇ ମାସ୍‌ ଲିଭ୍‌ରେ ରହି ଆନ୍ଦୋଳନରେ ସାମିଲ ହେବୁ।

ପ୍ରାଥମିକ ଶିକ୍ଷକ ସଂଘରେ ଫାଟ: ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ(ଓପିଏସ୍‌) ଅଧିକାଂଶ ଆନ୍ଦୋଳନରେ ସାମିଲ ହୋଇଥିବାବେଳେ କେତେଜଣ ଏହାକୁ ବିରୋଧ କରି ସାମିଲ ହୋଇ ନ ଥିବାରୁ ଶିକ୍ଷକ ସଂଘରେ ଫାଟ ଦେଖିବାକୁ ମିଳିଛି। ଏହା ଦ୍ୱାରା ସମୂହ ଛୁଟି ନେଇ ସବୁ ସ୍କୁଲରେ ତାଲା ପଡିବା ଘଟଣା ପ୍ରହସନରେ ପରିଣତ ହୋଇଛି। ନୟାଗଡ଼ ଜିଲାର ୭ଟି ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ ଥିବା ସ୍କୁଲକୁ ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକମାନେ ଯାଉ ନ ଥିବାବେଳେ ନୟାଗଡ଼ ବ୍ଳକରେ ଓଲଟା ଚିତ୍ର ଦେଖିବାକୁ ମିଳିଛି। ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଏକ ପାର୍ଟ କୁହାଯାଉଥିବା ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ଜିଲା ସଭାପତି ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ନୟାଗଡ଼ ବ୍ଳକ ସମ୍ପାଦକ ଆନ୍ଦୋଳକୁ ବିରୋଧ କରି ସ୍କୁଲରେ ଡ୍ୟୁଟି କରୁଛନ୍ତି। ଏନେଇ ପୁରୁଣା ପେନସନ ଭୁକ୍ତ ପ୍ରାଥମିକ ଶିକ୍ଷକ ସଂଘର ନୟାଗଡ଼ ବ୍ଲକ ସମ୍ପାଦକ ଭକ୍ତ ବଲ୍ଲଭ ବଟ କୃଷ୍ଣ ମିଶ୍ର କୁହନ୍ତି, ଆମ ରାଜ୍ୟ ସଭାପତି ରମଣୀ ରଞ୍ଜନ ତ୍ରିପାଠୀ ଆନ୍ଦୋଳନରେ ସାମିଲ ହୁଅନି ବୋଲି କହୁଛନ୍ତି। କାରଣ ଆନ୍ଦୋଳନ ନେଇ କାର୍ଯ୍ୟକାରୀ କମିଟିରେ କିଛି ଆଲୋଚନା ହୋଇ ନାହିଁ। ଅନ୍ୟପକ୍ଷେ ଆମର କିଛି ଦାବି ନାହିଁ। ଆମେ ଅଯଥାରେ ଆନ୍ଦୋଳନରେ ସାମିଲ ହୋଇ ସରକାରଙ୍କ ଚକ୍ଷୁଶୀଳ ହେବାକୁ ଚାହୁଁନୁ। ଆମେ କେବଳ ନୟାଗଡ଼ ବ୍ଳକରେ ନୁହେଁ କେତେଜଣ ନୂଆଗାଁ ବ୍ଳକରେ ଶିକ୍ଷକ ଏହି ଆନ୍ଦୋଳନକୁ ବିରୋଧ କରୁଛନ୍ତି। ଅନ୍ୟ କିଛି ଜିଲାରେ ମଧ୍ୟ ବିରୋଧ ହେଉଛି। ଏଣୁ ଆମେ ଆନ୍ଦୋଳନ କରିବୁ ନାହିଁ, ମାସ୍‌ ଲିଭରେ ନ ରହି ସ୍କୁଲରେ ପାଠ ପଢ଼ାଇବ ବୋଲି ବ୍ଳକ ଶିକ୍ଷା ଅଧିତ୍କାରୀଙ୍କୁ ଅବଗତ କରାଇ କାର୍ଯ୍ୟ କରୁଛୁ। ଜିଲା ସଭାପତି ଜ୍ୟୋତି ରଞ୍ଜନ ଦାଶ କୁହନ୍ତି, ନିଖିଳ ଉକତ୍ଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ନିଷ୍ପତ୍ତି ଅନୁସାରେ ଆମେ ଆନ୍ଦୋଳନ କରୁଛୁ। ସଂଘ ନିଷ୍ପତ୍ତିକୁ ଅବମାନନା କରି ହେବ ନାହିଁ। ନୟାଗଡ଼ ବ୍ଳକ ସଭାପତି କାହିଁକି ସଂଘ ନିଷ୍ପତ୍ତି ମାନୁ ନାହାନ୍ତି ଆମେ ଏନେଇ ରାଜ୍ୟ ସଂଘକୁ ଅବଗତ କରାଇଛୁ। ନୟାଗଡ଼ ବ୍ଳକକୁ ଛାଡିଦେଲେ ଆମକୁ ସବୁ ବ୍ଳକରେ ସହଯୋଗ ମିଳିଛି। ସ୍କୁଲରେ ତାଲା ପଡିବା ବଢ଼ିବାରେ ଲାଗିଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬୫ ବର୍ଷ ବିଦ୍ୟାଳୟରେ ପାଇଖାନା କି ମୌଳିକ ସୁବିଧା ନାହିଁ:  ପିଲାଙ୍କ ପାଇଁ ପାହାଡ ଜଙ୍ଗଲ ହିଁ ଭରସା 

ଦାରିଙ୍ଗବାଡି,୮।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତ ସୁଜାମାଜୁ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ସ୍ଥାପନ ହେବାର ଏହାରି ମଧ୍ୟରେ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ଭୁବନେଶ୍ୱରରେ ଖୋଲିବ ଆଉ ଦୁଇ ତହସିଲ୍, ଜମି କିଣାବିକା ପାଇଁ…

ଭୁବନେଶ୍ୱର,୭ା୧୨: ଭୁବନେଶ୍ବରରେ ଆଉ ୨ ନୂଆ ତହସିଲ ଅଫିସ୍‌ ପ୍ରସ୍ତୁତ ହେବାକୁ ଯାଉଛି । ପୁରୁଣା ଭୁବନେଶ୍ବରରେ ଥିବା ତହସିଲ ଅଫିସ୍‌ରେ କ୍ରମାଗତ ଭାବେ ଚାପ ବଢ଼ିବାରେ...

ମୋବାଇଲ ଆପ ସତର୍କ ସଙ୍କେତରେ ଛାତ୍ରଙ୍କ ସଫଳତା

ନୂଆପଡ଼ା,୮ା୧୨ (ମକାରୁ ବେମାଲ): ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଦ୍ୱାରା ପରିଚାଳିତ ଅଟଳ ଟିଙ୍କରୀଙ୍କ ଲ୍ୟାବମାନଙ୍କର ଅନ୍‌ଲାଇନ ମାଧ୍ୟମରେ ଓସିଏସି ଦ୍ୱାରା...

Featured Video Play Icon

ଧରିତ୍ରୀ, ଆଦିତ୍ୟ ବିର୍ଲା ସନ୍‌ଲାଇଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ର ‘ଶିକ୍ଷିତ ନିବେଶକ ବିକଶିତ ଭାରତ’ କର୍ମଶାଳା

କଟକ,୭ା୧୨(କାର୍ତ୍ତିକ ସାହୁ): ଭବିଷ୍ୟତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିଜର ଅର୍ଜିତ ଅର୍ଥକୁ ଖର୍ଚ୍ଚ କରିବା ଜରୁରୀ। ବିଶେଷକରି ପ୍ରଥମେ ସଞ୍ଚୟ ଏବଂ ପରେ ଖର୍ଚ୍ଚ କରିବା...

ସ୍ତ୍ରୀଙ୍କ ମୁଣ୍ଡରେ ଟ୍ୟୁମର: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ

ନୂଆପଡ଼ା,୮ା୧୨(ମକାରୁ ବେମାଲ): ସ୍ତ୍ରୀଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଶେଷରେ ଅସହାୟ ହୋଇ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ସ୍ବାମୀ । ଏଭଳି ଘଟଣା...

ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ୨୫ଜଣ

ଗୋଆ,୭।୧୨: ଗୋଆର ପ୍ରସିଦ୍ଧ ନାଇଟ୍ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ। ଗୋଆ ଆର୍ପୋରା ସ୍ଥିତ ରୋମିଓ ଲେନ୍ ରେ ଥିବା ବ୍ରିଚ୍ ନାଇଟ୍ କ୍ଲବରେ ନିଆଁ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri