ଶ୍ରାବଣ ଆରମ୍ଭରୁ ପରିବା ଦର ଆକାଶଛୁଆଁ

ବାଲିକୁଦା,୭ା୭(ତାପସ ସ୍ବାଇଁ): ଶ୍ରାବଣ ଆରମ୍ଭରୁ ରାଜ୍ୟରେ ପରିବା ଦର ଆକାଶଛୁଆଁ ହୋଇଛି। ବଜାରରେ କେବଳ ଆଳୁକୁ ଛାଡିଦେଲେ ସମସ୍ତ ପରିବା କିଲୋ ପ୍ରତି ୫୦ ଟଙ୍କାରୁ ଊର୍ଦ୍ଧ୍ୱରେ ପହଞ୍ଚ।ଏହା ଏବେ ଖାଉଟିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବୋଲବମ୍‌ ଭକ୍ତମାନେ ଏହି ମାସରେ ପାଣି ଢାଳିବାକୁ ଯାଉଥିବାରୁ ସେମାନଙ୍କ ଘରେ ଆମିଷ ବନ୍ଦ ହୋଇଯାଇଛି। ଏନେଇ ଲୋକେ ପରିବା ଉପରେ ଅଧିକ ନିର୍ଭରଶୀଳ ଥିବାବେଳେ ଏହାର ଦର ବଢ଼ି ଚାଲିଛି।
ବାଲିକୁଦା ବ୍ଲକର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ। ଏହି ଅଞ୍ଚଳର ବୋରିକିନା, କୁନ୍ଦୁପୁର, ଦୋଭାଳ, ବାରିଲୋ, ନାରଦିଆ, କାଳିଓ, ଭୋଦା, ତଣ୍ଡାଉଣି, ନାଳିଓ, ଅଢଙ୍ଗା, ଖାଲେରୀ, ବେଲପୁର, ଶ୍ରୀବନ୍ତପୁର, ପୋଦରୁଆଁ, ପାଟଣା, ଈଶ୍ୱରପୁର, କୁଳିଆ ଗାଁ ଆଦି ଗ୍ରାମରେ ବିଭିନ୍ନ ପ୍ରକାର ପରିବା ଚାଷ ହୁଏ। ମାତ୍ର ଏସବୁକୁ ସଂରକ୍ଷିତ ରଖିବା ପାଇଁ ଶୀତଳ ଭଣ୍ଡାର ନାହଁ। ଏଥିଯୋଗୁ ପରିବା ଦର ଉପରେ ଅଙ୍କୁଶ ଲାଗିପାରିନାହିଁ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ବାଲିକୁଦା ବଜାରରେ ବାଇଗଣ, ଭେଣ୍ଡି, କୁନ୍ଦୁରୀ, ଜହ୍ନି ଆଦି କିଲୋ ପ୍ରତି ୬୦ ଟଙ୍କା ଦରରେ ବିକ୍ରି ହେଉଥିବା ବେଳ ଗାଜର, ପୋଟଳ, କାଙ୍କଡ଼ ଆଦି ୮୦ ଟଙ୍କା ଦରରେ ବିକ୍ରି ହେଉଛି। ସେହିପରି ପତ୍ରକୋବି, ଛଚିନ୍ଦ୍ରା ଦର କିଲୋ ପ୍ରତି ୫୦ ଟଙ୍କା ଥିବା ବେଳେ ଝୁଡ଼ଙ୍ଗ, ଶଜନା ଛୁଇଁ, ବିଲାତି ବାଇଗଣ ଆଦି ଦର ୧୨୦ ଟଙ୍କାକୁ ଛୁଇଁଛି। ଫୁଲ କୋବି ୧୦୦ ଟଙ୍କା ପାର ହୋଇଯାଇଛି। ଏଭଳିସ୍ଥିତିରେ ଖାଉଟି କ’ଣ କିଣିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଶୀତଳ ଭଣ୍ଡାର ଖୋଲିବା ସମ୍ପର୍କରେ ବିଡିଓ ଜିତେନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ମୋବାଇଲ ଫୋନ ଉଠାଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ହଜାର ଟପିବ ନାହିଁ ଘରୋଇ ବିମାନ ଭଡ଼ା, କିଲୋମିଟର ଅନୁଯାୟୀ ପଡିବ…

ନୂଆଦିଲ୍ଲୀ,୬।୧୨: ଗତ ୫ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ଆଶାତିତ ବୃଦ୍ଧି ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଅସମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଉଦ୍ୟାନ କୃଷି କୋଠା, ସବୁ ଜାଣି ପ୍ରଶାସନ ଚୁପ୍‌

ଥୁଆମୂଳ ରାମପୁର,୬ା୧୨(ଦୁର୍ଗା କୀର୍ତ୍ତି): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ବିଭିନ୍ନ ଯୋଜନା ମଧ୍ୟରେ ଉଦ୍ୟାନ କୃଷି ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ଉଦ୍ୟାନ...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri