ଦର ବୃଦ୍ଧି ପାଇ ୨୭୨ ଟଙ୍କାରେ ପହଞ୍ଚିଲା ପେଟ୍ରୋଲ

ଇସ୍‌ଲାମାବାଦ,୧୬।୨: ପାକିସ୍ତାନ ସରକାର ପେଟ୍ରୋଲ ଏବଂ ଗ୍ୟାସ୍‌ ଦର ପୁଣି ବଢ଼ାଇଛନ୍ତି। ଫଳରେ ପେଟ୍ରୋଲ ଲିଟର ପିଛା ୨୨ ଟଙ୍କା ୨୦ ପଇସା ବୃଦ୍ଧିପାଇ ୨୭୨ ଟଙ୍କାରେ ପହଞ୍ଚିଛି। ଅନ୍ୟପକ୍ଷେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ମୂଲ୍ୟ ହ୍ରାସ ପାଇଥିବାରୁ ଦର ବଢ଼ିଥିବା କୁହାଯାଉଛି। ସେହିପରି ହାଇସ୍ପିଡ୍‌ ଡିଜେଲ ଦର ୨୮୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ କିରୋସିନ ଲିଟର ୨୦୨ ଟଙ୍କା ୭୩ ପଇସାରେ ପହଞ୍ଚିଛି। ଲାଇଟ୍‌ ଡିଜେଲ ଦର ୧୯୬ ଟଙ୍କା ୬୮ ପଇସା ରହିଛି। ତୈଳ ଦର ବଢ଼ାଇବା ଲାଗି ଆଇଏମ୍‌ଏଫ୍‌ ସର୍ତ୍ତ ରଖିଥିଲା।

Share