ଆହୁରି ବଢ଼ିବ ସୁନା ଦର

ଭୁବନେଶ୍ୱର,୨୦।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଅନେକ ପ୍ରକାରର ପରିବର୍ତ୍ତନ ଘଟୁଛି। ବିଶେଷକରି ଉଭୟ ଆମେରିକା ଓ ୟୁରୋପ ମଧ୍ୟରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁ ବିଶ୍ବ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଫଳରେ ଭାରତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ଉଭୟ ଆମଦାନୀ ଓ କାରବାର କ୍ଷେତ୍ରରେ ତା’ର ପ୍ରଭାବ ପଡ଼ିଛି।

ବିଶେଷକରି ବର୍ଦ୍ଧିତ ସୁନା ଦର ସବୁ ବର୍ଗଙ୍କୁ ପ୍ରଭାବିତ କରିଛି, କାରଣ ଭାରତୀୟ ବଜାରରେ ବିବାହ ଋତୁ ଜାରି ରହିଥିବା ବେଳେ ସୁନା ଦର ବୃଦ୍ଧି ବଜାର ଓ ଗ୍ରାହକଙ୍କୁ ବେଶ୍‌ ପ୍ରଭାବିତ କରିଛି। ସେହିଭଳି ଦରବୃଦ୍ଧି ଯୋଗୁ ଗ୍ରାହକ ସୁନା କିଣିବା ପୂର୍ବରୁ ଅନେକ ପ୍ରକାରର ଯୋଜନା କରୁଥିବା ଜଣାପଡିଛି। ଏପରିକି ଗତ ସପ୍ତାହ ମଧ୍ୟରେ ସୁନା ଦର ପ୍ରାୟ ୫୦୦୦ ଟଙ୍କା ବଢିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଭୁବନେଶ୍ୱରରେ ଗତ ରବିବାର (୧୨ ମାର୍ଚ୍ଚ) ୨୨କ୍ୟାରେଟ ସୁନାର ମୂଲ୍ୟ ୫୨,୧୫୦ ଟଙ୍କା ଥିବା ବେଳେ ମାର୍ଚ୍ଚ ୧୯ (ରବିବାର)ରେ ଏହାର ମୂଲ୍ୟ ୫୫,୩୦୦ ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୨ ମାର୍ଚ୍ଚରେ ୫୬,୮୯୦ ଟଙ୍କା ଥିବାବେଳେ ମାର୍ଚ୍ଚ ୧୯ରେ ୬୦, ୩୨୭ ଟଙ୍କାରେ କାରବାର ହେଉଥିବା ମାଲାବାର ଗୋଲଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଚଳିତ ସପ୍ତାହରେ ସୁନା ଦର ଆହୁରି ବଢିବ ବୋଲି ଜାତୀୟ ବଜାରରେ ଚର୍ଚ୍ଚା ହେଉଛି। ଏପରିକି ୨୪କ୍ୟାରେଟ ସୁନା ଦର ୭୦ହଜାର ଟଙ୍କାରେ ପହଞ୍ଚତ୍ବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ବିଶେଷ କରି ଚଳିତ ସପ୍ତାହରେ ଯଦି ସୁନା ଦର ବୃଦ୍ଧି ଘଟେ ତା’ ହେଲେ ବ୍ୟବସାୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଦରବୃଦ୍ଧିକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି। ଅପରପକ୍ଷରେ ଗତବର୍ଷ ମାର୍ଚ୍ଚ ୧୯ରେ ୨୨କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୪୭, ୪୫୦ ଟଙ୍କା ଥିଲା। ଏପରିକି ସମାନ ଅବଧିର ୫ବର୍ଷ ପୂର୍ବେ ଏହାର ମୂଲ୍ୟ ୨୮,୮୬୦ ଟଙ୍କା ରହିଥିଲାବେଳେ ବିଗତ ୫ ବର୍ଷ ମଧ୍ୟରେ ସୁନା ଦର ପ୍ରାୟ ୨ଗୁଣ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଓଡିଶା ସୁନା ବ୍ୟବସାୟ ପ୍ରତିଷ୍ଠାନଗୁଡିକର କହିବା କଥା ବର୍ତ୍ତମାନ ରାଜ୍ୟରେ ବିବାହ ଋତୁ ଓ ପାର୍ବଣ ଆରମ୍ଭ ହୋଇଥିବାରୁ ବ୍ୟବସାୟୀମାନେ ଭଲ ବ୍ୟବସାୟ ଆଶାରେ ଅନେକ ପ୍ରକାରର ଗହଣା ଓ ଡିଜାଇନ ବଜାରରେ ପ୍ରବେଶ କରାଇଛନ୍ତି। ହେଲେ ଭୌଗୋଳିକ କାରଣରୁ ଆମଦାନୀ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଗତ କିଛି ଦିନ ହେବ ଦର ବୃଦ୍ଧି ଜାରି ରହିଛି। ଏପରିକି ବର୍ତ୍ତମାନ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦର ୫୫ ହଜାର ଉପରେ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୬୧ ହଜାର ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଶେୟାର ବଜାରରେ ମଧ୍ୟ ଲୋକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି। ଫଳରେ ବଜାରରେ ସୁନା କିଣିବାକୁ ଲୋକମାନେ ଭୟ କରୁଛନ୍ତି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବିବାହ ଋତୁ ଥିବାରୁ ଗ୍ରାହକ ୨୦ ଗ୍ରାମ ସୁନା କିଣିବାକୁ ଆଗ୍ରହୀ ଥିବାବେଳେ ଦରବୃଦ୍ଧି ଯୋଗୁ ୧୦ ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି କାରବାର ସମୟରେ ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri