ଆହୁରି ବଢ଼ିବ ସୁନା ଦର

ଭୁବନେଶ୍ୱର,୨୦।୩: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଓ ମାନ୍ଦାବସ୍ଥା ଯୋଗୁ ଅନେକ ପ୍ରକାରର ପରିବର୍ତ୍ତନ ଘଟୁଛି। ବିଶେଷକରି ଉଭୟ ଆମେରିକା ଓ ୟୁରୋପ ମଧ୍ୟରେ ଦେଖାଯାଇଥିବା ବ୍ୟାଙ୍କ ସଂକଟ ଯୋଗୁ ବିଶ୍ବ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ଫଳରେ ଭାରତୀୟ ବଜାର ବେଶ୍‌ ପ୍ରଭାବିତ ହୋଇଛି। ଏପରିକି ଉଭୟ ଆମଦାନୀ ଓ କାରବାର କ୍ଷେତ୍ରରେ ତା’ର ପ୍ରଭାବ ପଡ଼ିଛି।

ବିଶେଷକରି ବର୍ଦ୍ଧିତ ସୁନା ଦର ସବୁ ବର୍ଗଙ୍କୁ ପ୍ରଭାବିତ କରିଛି, କାରଣ ଭାରତୀୟ ବଜାରରେ ବିବାହ ଋତୁ ଜାରି ରହିଥିବା ବେଳେ ସୁନା ଦର ବୃଦ୍ଧି ବଜାର ଓ ଗ୍ରାହକଙ୍କୁ ବେଶ୍‌ ପ୍ରଭାବିତ କରିଛି। ସେହିଭଳି ଦରବୃଦ୍ଧି ଯୋଗୁ ଗ୍ରାହକ ସୁନା କିଣିବା ପୂର୍ବରୁ ଅନେକ ପ୍ରକାରର ଯୋଜନା କରୁଥିବା ଜଣାପଡିଛି। ଏପରିକି ଗତ ସପ୍ତାହ ମଧ୍ୟରେ ସୁନା ଦର ପ୍ରାୟ ୫୦୦୦ ଟଙ୍କା ବଢିଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଭୁବନେଶ୍ୱରରେ ଗତ ରବିବାର (୧୨ ମାର୍ଚ୍ଚ) ୨୨କ୍ୟାରେଟ ସୁନାର ମୂଲ୍ୟ ୫୨,୧୫୦ ଟଙ୍କା ଥିବା ବେଳେ ମାର୍ଚ୍ଚ ୧୯ (ରବିବାର)ରେ ଏହାର ମୂଲ୍ୟ ୫୫,୩୦୦ ଟଙ୍କା ରହିଛି। ସେହିଭଳି ୨୪ କ୍ୟାରେଟ ସୁନାର ମୂଲ୍ୟ ୧୨ ମାର୍ଚ୍ଚରେ ୫୬,୮୯୦ ଟଙ୍କା ଥିବାବେଳେ ମାର୍ଚ୍ଚ ୧୯ରେ ୬୦, ୩୨୭ ଟଙ୍କାରେ କାରବାର ହେଉଥିବା ମାଲାବାର ଗୋଲଡ ଆଣ୍ଡ୍‌ ଡାଇମଣ୍ଡସ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଚଳିତ ସପ୍ତାହରେ ସୁନା ଦର ଆହୁରି ବଢିବ ବୋଲି ଜାତୀୟ ବଜାରରେ ଚର୍ଚ୍ଚା ହେଉଛି। ଏପରିକି ୨୪କ୍ୟାରେଟ ସୁନା ଦର ୭୦ହଜାର ଟଙ୍କାରେ ପହଞ୍ଚତ୍ବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରୁଛନ୍ତି।

ବିଶେଷ କରି ଚଳିତ ସପ୍ତାହରେ ଯଦି ସୁନା ଦର ବୃଦ୍ଧି ଘଟେ ତା’ ହେଲେ ବ୍ୟବସାୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି। ଫଳରେ ଦରବୃଦ୍ଧିକୁ ନେଇ ଉଭୟ ବ୍ୟବସାୟୀ ଓ ଗ୍ରାହକ ଚିନ୍ତାରେ ପଡିଯାଇଛନ୍ତି। ଅପରପକ୍ଷରେ ଗତବର୍ଷ ମାର୍ଚ୍ଚ ୧୯ରେ ୨୨କ୍ୟାରେଟ୍‌ ସୁନା ୧୦ ଗ୍ରାମ ପିଛା ୪୭, ୪୫୦ ଟଙ୍କା ଥିଲା। ଏପରିକି ସମାନ ଅବଧିର ୫ବର୍ଷ ପୂର୍ବେ ଏହାର ମୂଲ୍ୟ ୨୮,୮୬୦ ଟଙ୍କା ରହିଥିଲାବେଳେ ବିଗତ ୫ ବର୍ଷ ମଧ୍ୟରେ ସୁନା ଦର ପ୍ରାୟ ୨ଗୁଣ ବୃଦ୍ଧି ଘଟିଥିବା ସୂଚନା ମିଳିଛି। ଏହି ପରିପ୍ରେକ୍ଷୀରେ ଓଡିଶା ସୁନା ବ୍ୟବସାୟ ପ୍ରତିଷ୍ଠାନଗୁଡିକର କହିବା କଥା ବର୍ତ୍ତମାନ ରାଜ୍ୟରେ ବିବାହ ଋତୁ ଓ ପାର୍ବଣ ଆରମ୍ଭ ହୋଇଥିବାରୁ ବ୍ୟବସାୟୀମାନେ ଭଲ ବ୍ୟବସାୟ ଆଶାରେ ଅନେକ ପ୍ରକାରର ଗହଣା ଓ ଡିଜାଇନ ବଜାରରେ ପ୍ରବେଶ କରାଇଛନ୍ତି। ହେଲେ ଭୌଗୋଳିକ କାରଣରୁ ଆମଦାନୀ ଓ ଅନ୍ୟାନ୍ୟ ସମସ୍ୟା ପାଇଁ ଗତ କିଛି ଦିନ ହେବ ଦର ବୃଦ୍ଧି ଜାରି ରହିଛି। ଏପରିକି ବର୍ତ୍ତମାନ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ଦର ୫୫ ହଜାର ଉପରେ ରହିଥିବା ବେଳେ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୬୧ ହଜାର ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଶେୟାର ବଜାରରେ ମଧ୍ୟ ଲୋକମାନେ ସୁନାରେ ଅଧିକ ନିବେଶ କରୁଛନ୍ତି। ଫଳରେ ବଜାରରେ ସୁନା କିଣିବାକୁ ଲୋକମାନେ ଭୟ କରୁଛନ୍ତି। ତେଣୁ ବ୍ୟବସାୟୀ ଓ ଗ୍ରାହକ ଉଭୟଙ୍କ ପାଇଁ ଏହା ଚିନ୍ତାର କାରଣ ପାଲଟିଛି। ବିଶେଷ କରି ବିବାହ ଋତୁ ଥିବାରୁ ଗ୍ରାହକ ୨୦ ଗ୍ରାମ ସୁନା କିଣିବାକୁ ଆଗ୍ରହୀ ଥିବାବେଳେ ଦରବୃଦ୍ଧି ଯୋଗୁ ୧୦ ଗ୍ରାମ କିଣିବାକୁ ବାଧ୍ୟ ହେଉଛନ୍ତି ବୋଲି କାରବାର ସମୟରେ ଲକ୍ଷ୍ୟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତହସିଲଦାରଙ୍କ ଘରୁ ମିଳିଲା ବିଡ଼ାବିଡ଼ା ଟଙ୍କା ସାଙ୍ଗକୁ ପୁଳାପୁଳା ସୁନା: ଭିଜିଲାନ୍ସର ବଡ଼ଧରଣର ରେଡ୍‌

ଭୁବନେଶ୍ୱର,୩୦।୧୨: କଟକ ବାରଙ୍ଗ ତହସିଲର ଅତିରିକ୍ତ ତହସିଲଦାର ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାବୁଡରେ ପଡ଼ିଛନ୍ତି। ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Bank Holiday: ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଚେକ୍ କରନ୍ତୁ ଲିଷ୍ଟ

ନୂଆଦିଲ୍ଲୀ,୩୦।୧୨: ଯଦି ଆପଣଙ୍କର ନୂତନ ବର୍ଷରେ ବ୍ୟାଙ୍କିଂ କାମ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)...

8th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଜାନୁଆରୀ ୧ରୁ ବୃଦ୍ଧି ପାଇବ ଦରମା, ପେନସନ! ଜାଣନ୍ତୁ ଅପଡେଟ୍‌

ନୂଆଦିଲ୍ଲୀ,୩୦।୧୨: ୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ଏହି ସପ୍ତାହ ୨୦୨୬ର ଆରମ୍ଭ। ଏହି ବର୍ଷ ଅନେକ ଦିଗରେ ଅନେକ ପରିବର୍ତ୍ତନ ଆଣିଛି। କେନ୍ଦ୍ର ସରକାରୀ...

ପେଟ୍ରୋଲ ପମ୍ପ ସ୍ଥାନରେ ଧାନ ଚାଷ: ସାଟେଲାଇଟ ସର୍ଭେରେ ଧରାପଡିଲା ଗୁମର

ଛତ୍ରପୁର,୩୦।୧୨(ଦିଲ୍ଲୀପ ସାମଲ): ପେଟ୍ରୋଲ ପମ୍ପ ଅଛି, କିନ୍ତୁ ଧାନ ଚାଷ ହୋଇଥିବା ନେଇ ଚାଷୀ କରିଛି ପଞ୍ଜିକରଣ। ଶେଷରେ ରାଜ୍ୟ ସରକାରଙ୍କ ଓଡିଶା ରାଜ୍ୟ କମ୍ପ୍ୟୁଟର...

ବ୍ୟାଗରେ ଆଣୁଥିଲେ ୪ କୋଟିର ଗଞ୍ଜେଇ, ଭୁବନେଶ୍ବର ବିମାନ ବନ୍ଦରରେ ଜବତ କଲା କଷ୍ଟମ୍ ବିଭାଗ

ଭୁବନେଶ୍ବର,୩୦।୧୨:  ଭୁବନେଶ୍ବରରୁ ବିମାନ ବନ୍ଦରରୁ ଜବତ ହେଲା ଗଞ୍ଜେଇ । ୪ କୋଟିର ଗଞ୍ଜେଇ ଜବତ । ଜଣେ ଯାତ୍ରୀଙ୍କ ବ୍ୟାଗରୁ ଏହି ଗଞ୍ଜେଇ ଜବତ...

କେତେ ସମ୍ପତ୍ତି ଛାଡି ଦେଇ ଗଲେ ଖାଲେଦା ଜିଆ, ଜାଣନ୍ତୁ ତାଙ୍କର ନେଟ୍‌ ଓ୍ବର୍ଥ

ଢାକା,୩୦।୧୨: ବାଂଲାଦେଶୀ ରାଜନୀତିର ଜଣେ ପ୍ରବୀଣ ବ୍ୟକ୍ତିତ୍ୱ, ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷା ଖାଲେଦା ଜିଆଙ୍କ ମୃତ୍ୟୁ ପରେ, ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri