Posted inଖେଳ

ଟୁର୍ନାମେଣ୍ଟ ଛାଡ଼ିବାକୁ ରାଜି, ହେଲେ ଟିକା ନେବି ନାହିଁ: ଜୋକାଭିଚ୍‌

ୱାଶିଂଟନ,୧୫।୨: ଗୋଟିଏ ପଟେ ମହାମାରୀ କରୋନା ସହ ଲଢ଼ିବା ଲାଗି ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଟିକା ନ ନେବା ଜିଦରେ ଅଟଳ ରହିଛନ୍ତି ଟେନିସ ସୁପରଷ୍ଟାର ନୋଭାକ ଜୋକୋଭିଚ। ତାଙ୍କୁ ଟିକା ନେବାକୁ ବାଧ୍ୟ କରାଗଲେ ସେ ବିଭିନ୍ନ ଟୁର୍ନାମେଣ୍ଟରୁ ଓହରି ଯିବାକୁ ବେଶୀ ପସନ୍ଦ କରିବେ ବୋଲି କହିଛନ୍ତି।

ନିକଟରେ ଟିକା ନେଇ ନଥିବାରୁ ଜୋକୋଭିଚ୍‌ଙ୍କୁ ଅଷ୍ଟ୍ରେଲିଆ ଓପନରେ ଖେଳିବାକୁ ଅନୁମତି ମିଳି ନ ଥିଲା। ଏପରିକି ଟୁର୍ନାମେଣ୍ଟ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିବା ଜୋକଭିଚଙ୍କ ଭିସାକୁ ସସପେଣ୍ଡ କରାଯାଇଥିଲା ଓ ତାଙ୍କୁ ଅଟକ କେନ୍ଦ୍ରରେ ମଧ୍ୟ ରଖାଯାଇଥିଲା। ଏହି ଘଟଣା ପରେ ବିବିସିକୁ ସାକ୍ଷାତକାର ଦେଇ ଜୋକୋଭିଚ୍‌ କହିଛନ୍ତି, ନିଜ ଶରୀର ଉପରେ ନିଷ୍ପତ୍ତି ନେବା ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। କୌଣସି ଟାଇଟଲ ମୋ ଶରୀରଠାରୁ ବଡ଼ ନୁହେଁ।

ସାକ୍ଷାତକାର ବେଳେ ଖବରଦାତା ଜୋକାଭିଚ୍‌ଙ୍କୁ ଯଦି ଟିକା ନ ନେବା ପାଇଁ ତାଙ୍କୁ ଫ୍ରେଞ୍ଚ ଓପନ ଏବଂ ୱିମ୍ବଲଡନ୍‌ ଭଳି ବଡ଼ ଟୁର୍ନାମେଣ୍ଟରେ ଭାଗ ନେବାକୁ ଅନୁମତି ମିଳିବ ନାହିଁ, ତାହେଲେ ଆପଣ କ’ଣ କରିବେ ବୋଲି ପଚାରିଥିଲେ। ଏହାର ଜବାବରେ ସେ କହିଛନ୍ତି, ହଁ ଏଥିପାଇଁ ମୁଁ ସବୁ କିଛି ଛାଡ଼ିବାକୁ ପ୍ରସ୍ତୁତ ରହିଛି। ମୋର ଶରୀର ଉପରେ ନିଷ୍ପତ୍ତି ନେବା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ନୀତିରେ ମୁଁ କେବେ ହେଲେ ବୁଝାମଣା କରିନାହିଁ। ଯେତେଦିନ ଯାଏ ସମ୍ଭବ ମୁଁ ମୋ ଶରୀରକୁ ଯତ୍ନର ସହ ରଖିବାକୁ ଚେଷ୍ଟା କରିବି। ସେଥିପାଇଁ ସବୁକିଛି ଛାଡ଼ିବାକୁ ମୁଁ ରାଜି।

ତେବେ ସର୍ବିଆର ଏହି ଷ୍ଟାର ଟେନିସ ତାରକା ଟିକାକରଣ ଅଭିଯାନକୁ ନେଇ କହିଛନ୍ତି, ମୁଁ କେବେ ହେଲେ ଟିକାକରଣ ବିରୋଧରେ ନାହିଁ। ବିଶ୍ୱସ୍ତରରେ ସମସ୍ତେ ଭାଇରସକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ମୁଁ ମଧ୍ୟ ଆଶା କରୁଛି ଭାଇରସ ଉପରେ ବ୍ରେକ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

ଶକ୍ତିଶାଳୀ ଦିଲ୍ଲୀକୁ ହରାଇଲା ଓଡ଼ିଶା, ବିରାଟ ଅନୁପସ୍ଥିତିରେ ମାଟି କାମୁଡ଼ିଲା ରିଷଭଙ୍କ ଟିମ୍

ବେଙ୍ଗାଲୁରୁ,୩୧ା୧୨: ବିଜୟ ହଜାରେ ଟ୍ରଫିର ଏଲିଟ୍ ଗ୍ରୁପ୍-ଡି ମୁକାବିଲାରେ ଓଡ଼ିଶା କ୍ରିକେଟ୍ ଦଳ ଶକ୍ତିଶାଳୀ ଦିଲ୍ଲୀକୁ ୭୯ ରନ୍‌ରେ ପରାସ୍ତ କରିଛି। ଷ୍ଟାର୍ ବ୍ୟାଟର ବିରାଟ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri