Categories: ବାଣିଜ୍ୟ

ଟିକେଏମ୍‌ ପକ୍ଷରୁ ମୂଲ୍ୟ ଘୋଷଣା

ନୂଆଦିଲ୍ଲୀ,୩୦।୯:ଚଳିତ ମାସ ଆରମ୍ଭରେ ଅର୍ବାନ କ୍ରୁଇଜର ହାଇରାଡରର ଶ୍ରେଷ୍ଠ ଚାରି ଶ୍ରେଣୀର ମୂଲ୍ୟ ଘୋଷଣା କରିବା ପରେ ଦେଶର ପ୍ରମୁଖ ଚାରିଚକିଆ ଯାନ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ପକ୍ଷରୁ ନିକଟରେ ମୂଲ୍ୟ ଘୋଷଣା ହୋଇଯାଇଛି। ବିଶେଷକରି କମ୍ପାନୀର ଅର୍ବାନ କ୍ରୁଇଜର ହାଇରାଡରର ଅବଶିଷ୍ଟ ୭ଟି ଗ୍ରେଡ୍‌ର ମୂଲ୍ୟ ସମ୍ପର୍କରେ ଘୋଷଣା କରାଯାଇଛି। ଏହାର ଏକ୍ସ ଶୋ’ରୁମ୍‌ ମୂଲ୍ୟର ଆଧାରରେ ଜି ଏଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୫,୫୪,୦୦୦ଟଙ୍କା, ଏସ୍‌ ଏଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୩,୪୮,୦୦୦ ଟଙ୍କା, ଭି ଏମ୍‌ଟି ଏଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୭,୧୯,୦୦୦ ଟଙ୍କା, ଭି ଏମ୍‌ଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୫,୮୯,୦୦୦ଟଙ୍କା, ଜି ଏମ୍‌ଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୪,୩୪,୦୦୦ ଟଙ୍କା, ଏସ୍‌ ଏମ୍‌ଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୨,୨୮,୦୦୦ଟଙ୍କା ଏବଂ ଇ ଏମ୍‌ଟି ୨-ଡବ୍ଲ୍ୟୁଡି ନିଓ ଡ୍ରାଇଭ୍‌ର ମୂଲ୍ୟ ୧୦,୪୮,୦୦୦ ଟଙ୍କା ରହିଛି। ଏ ସମ୍ପର୍କରେ ଟିକେଏମ୍‌ର ବିକ୍ରୟ ଏବଂ ଷ୍ଟ୍ରାଟେଜିକ ମାର୍କେଟିଂ ଆସୋସିଏଟ ଉପସଭାପତି ଅତୁଲ ସୁଦ୍‌ କହିଛନ୍ତି, ଟୟୋଟା ଅର୍ବାନ କ୍ରୁଇଜର ହାଇରାଡରର ମୂଲ୍ୟ ଘୋଷଣା କରି ଆନନ୍ଦିତ ଅଛୁ। ଏପରିକି ଏହାର ଆଦର୍ଶ ପ୍ରଦର୍ଶନ ସହ ଶ୍ରେଷ୍ଠ ଇନ୍ଧନ ଦକ୍ଷତା, ସଂଯୁକ୍ତ କାର ବୈଶିଷ୍ଟ୍ୟ ସହିତ ଭାରତରେ ଦ୍ରୁତ ଗତିଶୀଳତାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ନୂତନ ଅଫର ପ୍ରକୃତରେ ଉତ୍ସାହଜନକ ରହିଛି। ଶୀର୍ଷ ଗ୍ରେଡ୍‌ଗୁଡିକର ପ୍ରାରମ୍ଭିକ ମୂଲ୍ୟ ଘୋଷଣା ଗ୍ରାହକଙ୍କ ଉପରେ ଭଲ ପ୍ରଭାବ ଅନୁଭୂତ ହୋଇଥିଲା।

Share