ଭୁବନେଶ୍ୱର,୨।୧୨: ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଜେଡିକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି,ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି। ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା, ଏବେ ନଳ ଆଉ ଜଳ ଅଛି। ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ। ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି ମନ୍ତ୍ରୀ ନାଏକ କହିଛନ୍ତି। ବିଜେଡି ୧୬ଟି ସିଭିଲ ପ୍ରୋଜେକ୍ଟ କରିଥିଲା, ଆମେ ୬୬ଟି ସମ୍ପୂର୍ଣ୍ଣ କରିଛୁ। ୩୭୩୩ଟି ସୋଲାର ପ୍ରୋଜେକ୍ଟ ଶେଷ କଲେ, ଆମେ ୨୭୦୨ ପ୍ରୋଜେକ୍ଟ ସାରିଛୁ। ହର ଘର ଜଳ ଯୋଜନାରେ ୬୦୩୨ ପ୍ରୋଜେକ୍ଟ ସାରିଥିଲେ, ଆମେ ୪୭୯୧ କରିଛୁ।୨୮,୩୫୦ ନଳକୂପ ବିଜେଡି କରିଥିଲା।, ଆମେ ୨୨,୯୬୪ଟି କରିଛୁ। ପିଏମ ଗତି ଶକ୍ତିରେ ବିଜେପି ୭୧ ହଜାର କିମି ପାଇପ ଲାଇନ ବିଛାଯାଇଛି।


